କୋହଲିଙ୍କ କ୍ୟାପଟେନସିରେ ଭାରତ କଲା ଏହି କମାଲ। ଚାରିଆଡେ ହେଉଛି ଚର୍ଚ୍ଚା।

ବିରାଟ କୋହଲିଙ୍କ ଅଧିନାୟିକତ୍ଵରେ ଟିମ ଇଣ୍ଡିଆ ଇଂଲଣ୍ଡ ବିରୁଦ୍ଧରେ ବୃହତ ବିଜୟ ଲାଭ କରିଛି। ଚେନ୍ନାଇରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରେ ହରେଇଛି ଇଣ୍ଡିଆ। ଏହା ପୂର୍ବରୁ ଲଡ୍ସରେ ୧୯୮୬ ରେ ୨୭୯ ରନରେ ହରେଇଥିଲା। ରନ ହିସାବରେ ଟିମ ଇଣ୍ଡିଆର ଏହା ୫ମ ବୃହତ ଜିତ।

Google

ଭାରତ ନିଜ ୬ ଟି ବୃହତ ବିଜୟରୁ ୫ ଟିରେ ବିରାଟ କୋହଲିଙ୍କ ଅଧିନାୟିକତ୍ଵରେ ଜିତିଛି। ତାଙ୍କ ଅଧିନାୟକତ୍ଵରେ ରାଞ୍ଚି ଟେଷ୍ଟ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୩୩୭ ରନ,ଇନ୍ଦର ଟେଷ୍ଟ ୨୦୧୬ରେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୩୨୧,୨୦୧୯ରେ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ହରେଇଥିଲା। ଏହାଛଡା ଗାଁଲରେ ୨୦୧୭ରେ ଶ୍ରୀଲଙ୍କା ବିରୁଦ୍ଧରେ ୨୦୪ ରନରେ ବିଜୟ ଲାଭ କରିଥିଲା।

Google

ଭାରତୀୟ ଅଧିନାୟକ ବିରାଟ କୋହଲି ମହେନ୍ଦ୍ର ସିଂ ଧୋନିଙ୍କ ଏକ ଖାସ ରେକର୍ଡ଼ର ସମକକ୍ଷ ହୋଇଛନ୍ତି। ଧୋନୀଙ୍କ ଅଧିନାୟିକତ୍ଵରେ ଭାରତୀୟ ମାଟିରେ ୩୦ ଟି ମ୍ୟାଚରୁ ୨୧ ଟି ବିଜୟ ଲାଭ କରିଥିଲା। କୋହଲିଙ୍କ ଅଧିନାୟିକତ୍ଵରେ ଭାରତୀୟ ମାଟିରେ ୨୮ ମ୍ୟାଚରୁ ୨୧ଟିରେ ବିଜୟ ଲାଭ କରିଛି।

ବିରାଟ କୋହଲି ସଫଳ ଅଧିନାୟକ ଅଟନ୍ତି। ତାଙ୍କୁ ୨୦୧୪ରେ ଅଧିନାୟକ ଦାୟିତ୍ୱ ଦିଆଗଲା। ସେ ୫୮ରୁ ୩୪ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ୧୦ ଟି ମ୍ୟାଚ ଡ୍ର ରହିଥିବା ବେଳେ ୧୪ ଟିରେ ପରାଜୟର ସମ୍ମୁଖୀନ କରିଛନ୍ତି।

Google

ଭାରତ ଶୃଙ୍ଖଳା ବରାବର କରି ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟାନସିପରେ ଯିବାର ଆଶା ଜଗେଇଛି। ଏଥିପାଇଁ ଶୃଙ୍ଖଳାକୁ କମରୁ କମ ୨-୧ରେ ଜିତିବାକୁ ହେବ। ଇଂଲଣ୍ଡ ପ୍ରଥମ ମ୍ୟାଚରେ ୨୨୭ ରନରେ ବିଜୟ ଲାଭ କରିଥିଲା। ଆଗାମୀ ଦୁଇ ମ୍ୟାଚ ସର୍ଦାର ପଟେଲ ମୋଟେରା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ତୃତୀୟ ଟେଷ୍ଟ ଫେବୃଆରୀ ୨୪ରୁ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *