ଅହମ୍ମଦାବାଦ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ଚତୁର୍ଥ ମ୍ୟାଚରେ ଗୋଟେ ପାରି ଆଉ ୨୫ ରନରେ ହରେଇ ସିରିଜ ନିଜ ନାମରେ କରି ଦେଇଛି। ଏହା ସହ ହିଁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟାନଶିପର ଫାଇନାଲରେ ଜାଗା ପକ୍କା କରିଦେଇଛି। ଭାରତୀୟ ସ୍ପିନର ମାନଙ୍କ ଆଗରେ ଇଂଲଣ୍ଡର ଇନିଂଗ୍ସ ତାସ ପତା ଭଳି ଝଡ଼ିଗଲା ଆଉ ଏଥି ସହିତ ଭାରତ ସିରିଜ ୩-୧ ରେ କବ୍ଜା କରି ନେଇଛି। ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅଂସିପର ଫାଇନାଲ ନିଉ ଜିଲାଣ୍ଡ ସହ ଲର୍ଡ୍ସ ଠାରେ ଖେଳିବାକୁ ଯାଉଛି। ଏହି ମ୍ୟାଚ ୧୮ ଜୁନକୁ ଖେଳାଯିବାକୁ ଯାଉଛି।

ଅହମ୍ମଦାବାଦର ଟେଷ୍ଟରେ ପିଚ ବହୁତ ଉନ୍ନତ ମାନର ହେବା ସତ୍ତ୍ୱେ ବି ଇଂଲଣ୍ଡ ଟିମ ମ୍ୟାଚ ୩ଦିନ ଭିତରେ ହାରିଗଲା। ପୁଣି ଥରେ ଇଂଲଣ୍ଡ ଟିମକୁ ଅକ୍ଷର ପଟେଲ ଗଭୀର ଆଘାତ କଲେ ଆଉ ସେ ପ୍ରଥମ ପାଳିରେ ୪ଟି ୱିକେଟ ନେବା ପରେ ଦ୍ୱିତୀୟ ପାଳିରେ ୫ଟି ୱିକେଟ ନେଲେ। ଅଫ ସ୍ପିନର ଅଶ୍ୱିନ ବି ଦ୍ୱିତୀୟ ପାଳିରେ ୫ଟି ୱିକେଟ ଅକ୍ତିଆର କଲେ।
ଭାରତର ଉନ୍ନତ ବୋଲିଂ ଆଉ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ନିରାଶ କଲେ: ମ୍ୟାଚ କଥା କହିବା ତ ଇଂଲଣ୍ଡ ପ୍ରଥମ ପାଳିରେ ବ୍ୟାଟିଂ କରି ମାତ୍ର ୭୫ ଓଭର ଭିତରେ ହି ୨୦୫ ରନ ବି ବନେଇ ପାରିଲା ଯେତେବେଳେ କି ଭାରତ ୩୬୫ ରନ ବନେଇ ଦେଲା। ଋଷଭ ପନ୍ତ ୧୦୧ ରନ ବନେଇ ପାରିଲେ ଆଉ ଚତୁର୍ଥ ଦିନରେ ୱାଶିଙ୍ଗତନ ସୁନ୍ଦର ନିଜର ଶତକ କରି ପାରିଲେ ନାହିଁ। ସେ ୯୬ ରନରେ ନଟ ଆଉଟ ରହିଲେ ଆଉ ଅକ୍ଷର ପଟେଲ ବି ୪୩ ରନ କଲେ।

ଇଂଲଣ୍ଡର ଦ୍ୱିତୀୟ ପାଳିରେ ତାସ ପତା ଭଳି ୱିକେଟ ଝଡ଼ିଗଲା:
ଇଂଲଣ୍ଡର ବ୍ୟାଟିଂ ଦ୍ୱିତୀୟ ପାଳିରେ ବି ନିରାଶ କଲା। ସେମାନେ ମାତ୍ର ୧୩୫ ରନରେ ହି ଅଟକି ଗଲେ। ଓପନର ଜ୍ୟାକ କ୍ରଲି ମାତ୍ର ୫ ରନ କରି ପ୍ୟାଅଭିଲିଅନ ଫେରିଗଲେ। ଏହାପରେ ଅଶ୍ୱିନ ଜନି ବେୟାରଷ୍ଟୋଙ୍କୁ ନିଜର ଶିକାର କଲେ ଯିଏ କି ମାତ୍ର ଗୋଟେ ହି ବଲ ଖେଳି ପାରିଲେ। ଶିବଳୀ ୨୧ ବଲ ଯାଏ ଅଟକି ରହିଲେ ମାତ୍ର ଅକ୍ଷର ପଟେଲଙ୍କର ଶିକାର ହେଲେ। ମାତ୍ର ଅଶ୍ୱିନଙ୍କର ସବୁଠୁ ବଡ ସଫଳତା ଥିଲା ଯେତେବେଳେ ସେ କ୍ୟାପଟେନ ଜୋ ରୁଟଙ୍କୁ ଆଉଟ କଲେ। ବେନ ଷ୍ଟୋକସଙ୍କ ଠାରୁ ଇଂଲଣ୍ଡକୁ ଭଲ ବ୍ୟାଟିଂ ର ଆଶା ଥିଲା ମାତ୍ର ଏହି ଅଲ ରାଉଣ୍ଡର ବି ଆଶା ପୁର୍ଣ କଲେ ନାହିଁ ସେ ଯିଏ କି ୯ ବଲରେ ୨ ରନ ବନେଇକି ଅକ୍ଷର ପଟେଲଙ୍କୁ ନିଜର ୱିକେଟ ଦେଲେ। ଓଲି ପୋପଙ୍କୁ ବି ଅକ୍ଷର ପଟେଲଙ୍କ ବଳରେ ଋଷଭ ପନ୍ତ ଷ୍ଟମ୍ପ ଆଉଟ କଲେ। ରୁଟଙ୍କର ଆଉଟ ହେବାପରେ ଇଂଲଣ୍ଡ ୬୫ ରନରେ ୬ଟି ୱିକେଟ ଯାଇଥିଲା। ଡ୍ୟାନ ଲରେନ୍ସ ଆଉ ଫୋକ୍ସ କିଛି ସଂଘର୍ଷ କଲେ ମାତ୍ର ଅକ୍ଷର ପଟେଲଙ୍କ ସାମ୍ନାରେ ପୁଣି ସମର୍ପଣ କଲେ। ଏହାପରେ ଅଶ୍ୱିନ ଗୋଟେ ଓଭରରେ ଦୁଇଟି ୱିକେଟ ନେଲେ ଆଉ ଭାରତକୁ ୨୫ ରନର ବଡ଼ ଜୀତ ମିଳିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।