ଫିଜିଓଙ୍କ ଭୁଲ ଯୋଗୁଁ ହାରିପାରେ ଭାରତ , ଏବେ ଗାଙ୍ଗୁଲି ଉଠାଇପାରିବେ ଏହି ଷ୍ଟେପ! ଜାଣନ୍ତୁ କଣ ଅଟେ ମାମଲା।

ଅଷ୍ଟ୍ରେଲିଆରେ ଭାରତ ବହୁତ ମୁସ୍କିଲ ଭିତରେ ଅଛି। ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ହିଁ ଦ୍ରୁତ ବୋଲର ନବଦୀପ ଷୈନି ମାତ୍ର ୭.୫ ଓଭର ବୋଲିଂ କରିପାରିଲେ। ପ୍ରାୟତଃ ସମସ୍ତ ଟିମ ଆହତ ଅଛି ଆଉ ଏହା ଭିତରେ ଟିମର ଫିଜିଓଙ୍କର କାମ ଉପରେ ପ୍ରଶ୍ନ ଉଠାଯାଉଛି।

Google

ଭାରତର ଅଷ୍ଟ୍ରେଲିଆ ଯାତ୍ରା ଏବେ ଶେଷ ଚରଣରେ ଅଛି ଆଉ ଏତେ ଭାରତୀୟ ଖେଳାଳି ମାନଙ୍କର ଆହତ ହେବା ଭାରତୀୟ ଚୟନକର୍ତ୍ତା ମାନଙ୍କୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜରେ ଭାରତର ଏକ ମଜବୁତ ବୋଲିଂ ଅଟାକ ଚୟନ କରିବା ହୋଇପାରେ ବହୁତ କଷ୍ଟ।

ଖେଳାଳି ମାନଙ୍କର ଫିଟନେସ କଷ୍ଟର କାରଣ:-

ଖେଳାଳି ମାନଙ୍କର ଆହତ ହେବା ଦୁଇଟି ଭାଗରେ ବିଭାଜିତ ହେଇପାରେ। ପ୍ରଥମ ହେଉଛି ଟ୍ରମା ଯାହା କି ଖେଳ ଅଭ୍ୟାସ ଭିତରେ ଲାଗିଥିବା ଆଘାତ ଅଟେ। ଆଉ ଖେଳାଳି ମାନଙ୍କର ଫିଟନେସ ସେଠାରୁ ଯାଇଥିବା ଦୁଇଟି ଫିଜିଓ ଆଉ ଦୁଇଟି କୋଚଙ୍କର କାମ ଉପରେ ପ୍ରଶ୍ନ ଉଠାଉଛି।

Google

ଅଷ୍ଟ୍ରେଲିଆର ଚାରୋଟି ବୋଲର ହେଜେଲଉଡ଼ (୯୮ ଓଭର), କମିନ୍ସ(୧୧୧.୧ ଓଭର), ଷ୍ଟାର୍କ (୯୮ ଓଭର), ଆଉ ଲାୟନ (୧୨୮ଓଭର) ମିସିକି ୪୩୫.୩ ଓଭର ବୋଲିଂ କରିବା ପରେ ବି ସେମାନେ ପୁରା ଫିଟ ଅଛନ୍ତି ଆଉ ଚତୁର୍ଥ ଟେଷ୍ଟରେ ବି ଫିଟ ନଜର ଆସୁଛନ୍ତି।

ଭାରତୀୟ ଟିମର ପ୍ରଥମ ୬ଜଣ ବୋଲର ଯଶପ୍ରୀତ ବୁମରାହ(୮୬ଓଭର), ରବି ଅଶ୍ୱିନ(୧୩୫ ଓଭର), ମହମ୍ମଦ ସିରାଜ (୮୬ ଓଭର), ରବୀନ୍ଦ୍ର ଜାଡେଜା( ୩୭ ଓଭର) , ନବଦୀପ ଷୈନି( ୩୬.୫ ଓଭର) ତଥା ଉମେଶ ୟାଦବ ମିଶିକି ୪୪୨ ଓଭର ବୋଲିଂ କଲେ ଆଉ ତା ଭିତରୁ ପାଞ୍ଚ ଜଣ ବୋଲର ଆହତର ସମ୍ମୁଖୀନ ହେଲେ।

ଫିଟନେସ କାରଣରୁ ହେଉଥିବା ଆଘାତ ଭିତରେ ଉମେଶ ୟାଦବ ଚାରୋଟି ଇନିଂସରେ ବୋଲିଂ କରିପାରି ନଥିଲେ ଆଉ ନବଦୀପ ସାଇନି ମାତ୍ର ୩୬.୫ ଓଭର ବୋଲିଂ କରିକି ଆହତ ହେଇଗଲେ। ରବି ଅଶ୍ୱିନଙ୍କର ବି ପିଠିରେ ଆଘାତ ଲାଗିଲା ଆଉ ସେ ମଧ୍ୟ ଚତୁର୍ଥ ଟେଷ୍ଟରୁ ବାହାର ହେଇଗଲେ।

ଏହି ସୁଚିରେ ହନୁମା ବିହାରୀଙ୍କର ନାମ ବି ସାମିଲ ଅଛି ଯିଏ କି ସିଡ୍ନୀ ଟେଷ୍ଟରେ ୧୬୧ ବଲ ବ୍ୟତୀତ ଆଉ କେଉଁ ବଡ଼ ଇନିଂସ ଖେଳି ହିଁ ନାହାନ୍ତି।

Google
ଟିମର ଫିଜିଓ ଏବେ ପ୍ରଶ୍ନର ଘେରରେ:

ଟିମର ଫିଜିଓ ନିତିନ ପଟେଲ, ଯୋଗେଶ ପର୍ବାର ଆଉ ଷ୍ଟେଥ ତଥା କାଣ୍ଡିସନିଂ କୋଚ ନିକ ବେବ ଏବଂ ଶୁଭ ଦେଶାଇଙ୍କୁ ଏବେ ପ୍ରଶ୍ନ କରାଯାଉଛି।

ସିନିୟର ଫିଜିଓ ଗୋପନୀୟ ଭାବେ କହିଲେ ” କେହି ବି ସାମି ବୁମରାହ ଅଥବା ଉମେଶଙ୍କୁ କିଛି ପଚାରୁନାହାନ୍ତି କାରଣ ତାଙ୍କର ଟ୍ରାଉମା ସହ ଯୋଡ଼ା କେଶ ଥିଲା। ବାକି ହନୁମା ବିହାରୀ ବେସି ଆଇପିଏଲ ଖେଳି ନାହାନ୍ତି ମାତ୍ର ସେ ଅଷ୍ଟ୍ରେଲିଆ ମାଟିରେ ଏତେ ଡେରି ଯାଏ କେବେ ବ୍ୟାଟିଂ କରିନଥିଲେ। ହୁଏତ ସେମାନଙ୍କର ଫିଟନେସରେ କମି ରହୁଛି।”

ଏହି ସମୟରେ ବିସିସିଆଇର ହେଡ ସୌରଭ ଗାଙ୍ଗୁଲି ନିଜେ ପର୍ବାର ଆଉ ପଟେଲଙ୍କୁ ପ୍ରଶ୍ନ କରିଛନ୍ତି।

Google

ବିସିସିଆଇ କହିଲେ ” ଏହା ହି ସମୟ କି ଗାଙ୍ଗୁଲି ତଥା ହେଡ କୋଚଙ୍କୁ କିଛି ପ୍ରଶ୍ନ କରାଯାଉ। କାରଣ ଚୟନ କର୍ତା ମାନଙ୍କ ପାଖରେ ମାତ୍ର ୨୭ଦିନ ଅଛି ଆଉ ତା ଭିତରେ ଇଂଲଣ୍ଡ ବିପକ୍ଷରେ ଟିମ ଚୟନ କରିବା ଦରକାର। ଚେତନ ଶର୍ମା ଆଉ ଗାଙ୍ଗୁଲିଙ୍କ ପାଖରେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ପ୍ଲେୟର ହିଁ ନାହାନ୍ତି।”

ଆହତ ହନୁମା ବିହାରୀ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବେ କି ନାହିଁ ତାହା ଠିକ ନାହିଁ କାରଣ ସେ ଏବେ ଯାଏ ଭାରତ ଆସି ସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *