ଚୀନ ସହ ମନ ମାଳିନ୍ୟ ମଧ୍ୟରେ ଆଜିଠାରୁ ଭାରତ ମହାସାଗରରେ ଆରମ୍ଭ ହେଉଛି ମାଲବାର ଏକ୍ସରସାଇଜ,ଭାରତ ସହିତ ଏହି ଦେଶ ସାମିଲ ହେବେ।

ମାଲବାର ଏକ୍ସରସାଇଜରେ ପ୍ରଥମ ଥର ଅଷ୍ଟ୍ରେଲିଆର ନୌସେନା ବି ଭାଗ ନେବାକୁ ଯାଉଛନ୍ତି। ଏହି ଏକ୍ସରସାଇଜରେ ଚୀନକୁ କେବେ ସୁହାଇ ନାହିଁ।

Google

ଲେଏସିରେ ଭାରତରୁ ଏବଂ ସାଉଥ ଚାଇନାରେ ଆମେରିକା ସହ ଚାଲିଥିବା ମନ ମାଳିନ୍ୟ ମଧ୍ୟରେ ଆଜିଠୁ ଭାରତ ସହିତ ତିନୋଟି ବଡ ଗଣତାନ୍ତ୍ରିକ ଦେଶ ଗୁଡିକର ନୌସେନା ଭାରତ ମହାସାଗରରେ ମାଲବାର ଯୁଦ୍ଧଭ୍ୟାସ ଆରମ୍ଭ କରୁଛନ୍ତି । ପ୍ରଥମ ଥର ମାଲବାର ଏକ୍ସରସାଇଜରେ ଅଷ୍ଟ୍ରେଲିଆର ନୌସେନା ବି ଭାଗ ନେବାକୁ ଯାଉଛି କିନ୍ତୁ ଚୀନକୁ କେବେ ଏହି ଏକ୍ସରସାଇଜ ସୁହାଇ ନାହିଁ।

ଦୁଇଟି ଚରଣରେ ହେବ ଏକ୍ସରସାଇଜ:-

ଭାରତୀୟ ନୌସେନା ଅନୁସାରେ,ଏହି ବର୍ଷ ମାଲବାର ଏକ୍ସରସାଇଜ ଦୁଇଟି ଚରଣରେ ହେଉଅଛି। ପ୍ରଥମ ଚରଣ ୩ ରୁ ୬ ନଭେମ୍ବରକୁ ବଙ୍ଗଳାର ଖାଡ଼ିରେ ହେବ,ଯେତେବେଳେ କି ଦ୍ୱିତୀୟ ଫେଜ ମଧ୍ୟ ନଭେମ୍ବର(ସମ୍ଭବତଃ:୧୭ ରୁ ୨୦ ନଭେମ୍ବର)ରେ ଆରବ ସାଗରରେ ହେବ।

ଏହି ବର୍ଷ ମାଲବାର ଯୁଦ୍ଧଭ୍ୟାସରେ ଆମେରିକାର ନୌସେନାର ( ଗାଇଡେଡ ମିଶାଇଲ ଡେଷ୍ଟ୍ରୟୋର ), ୟୁଏସଏସ ଜନ ମୈକକୈନ ଭାଗ ନେଉଛି । ସୋମବାରକୁ ଏହି ଯୁଦ୍ଧପୋଥ ଅଣ୍ଡାମାନ ନିକୋବରର ସମୁଦ୍ରରେ ପହଞ୍ଚି ଗଲା ଯେଉଁଠି ଅଷ୍ଟ୍ରେଲିଆର ନୌସେନା ଲଙ୍ଗ ରେଞ୍ଜ ଫ୍ରିଗେଟ ଏଚଏମଏଏସ ବାର୍ଲଟର ସହ ସାଜ୍ଞା ଯୁଦ୍ଧଭ୍ୟାସ କଲା। ଅଷ୍ଟ୍ରେଲିଆର ନୌସେନା ସହିତ ଏମଏଚ-୬୦ ହେଲିକାପ୍ଟର ବି ଅଛି ମାଲବାର ଏକ୍ସରସାଇଜରେ ଭାଗ ନେଉଅଛି। ଜାପାନୀ ନୌସେନାର ଜେଏସ ଓନମି (ଡେଷ୍ଟ୍ରୟୋର) ଏସ୍ଏଚ-୬୦ ହେଲିକାପ୍ଟର ସହିତ ଯୁଦ୍ଧଭ୍ୟାସରେ ଭାଗ ନେଉଅଛି।

Worst Clash in Decades on Disputed India-China Border Kills 20 Indian Troops - The New York Times

ଭାରତର ଚାରୋଟି ଯୁଦ୍ଧ ଜାହାଜ ନେଉଅଛି ଭାଗ:-

ନୌସେନା ବୟାନ ଜାରି କରି କହିଛନ୍ତି କି ଭାରତର ପୂର୍ବ ନୌସେନା କମାନର ଫ୍ଲିଟ (ଯୁଦ୍ଧର ବେଡି) ମାଲବାରରେ ଭାଗ ନେଉଅଛି। ଏହି ଯୁଦ୍ଧର ବେଡିରେ ଭାରତୀୟ ନୌସେନାର ଚାରୋଟି ଯୁଦ୍ଧ ଜାହାଜ ଭାଗ ନେଉଅଛି।ଏଥିରେ ଆଇଏନଏସ ରଣବିଜୟ (ଡେଷ୍ଟ୍ରୟର),ଆଇଏନଏସ ସ୍ୱିୱାଲିକ(ଫ୍ରିଗେଟ),ଆଇଏନଏସ ସୁକନ୍ୟା (ଅଫସୋର ପେଟ୍ରୋଲ ଭେସଲ) ଏବଂ ଆଇଏନଏସ ଶକ୍ତି (ଫିଲିଟ ସପୋର୍ଟ ଶିପ)ସାମିଲ ଅଛି। ଏହା ସତ୍ତ୍ୱେ ଭାରତୀୟ ନୌସେନାର ଆଇଏନଏସ ସିନ୍ଧୁରାଜ୍ ପଣ୍ଡୁବି ଭାଗ ନେଉଅଛି। ଭାରତୀୟ ନୌସେନାର ଏଜେଟି ହାଁକ ଏୟାର କାର୍ପଟ ,ଲଙ୍ଗ ରେଞ୍ଜ ମେରିଟାଇମ ରିନୋକେସେନ୍ସ ଆଣ୍ଡ ପେଟ୍ରୋଲ ଏୟାର କାର୍ପଟ,ପି୮ଆଇ ଓ ଡୋରନିୟର ମେରିଟାଇମ ପେଟ୍ରୋଲ ଏୟାର କାର୍ପଟ ସହିତ ହେଲିକପ୍ଟର ବି ଭାଗ ନେଉଛି।

ନୌସେନାର ପ୍ରବକ୍ତା,କମାଣ୍ଡର ବିବେକ ମଧୱାଲଙ୍କ ଅନୁସାରେ ପ୍ରଥମ ଚରଣର ଏକ୍ସରସାଇଜରେ ସର୍ଫସ୍ ,ଆଣ୍ଟି-ସବମରିନ ଏବଂ ଆଣ୍ଟି-ୱାରଫାୟାର କାର୍ଯ୍ୟ ସମ୍ପାଦନା ଯେପରି ଅଗ୍ରୀମ ଏବଂ ଜଟିଳ ଏକ୍ସରସାଇଜର ସହ କ୍ରସ୍- ଡେକ ଫ୍ଲାଇଙ୍ଗ,ସିମୌନଶୀପ ଇଭୋଲୁସନ ଏବଂ ୱେପନ ଫାୟାରିଙ୍ଗର ଅଭ୍ୟାସ ମଧ୍ୟ କରାଯିବ।

ମାଳାବାର ଏକ୍ସସରସାଇଜର ଇତିହାସ:-

କହିରଖୁଛୁ କି ମାଲାବାର ଏକ୍ସସରସାଇଜର ଆରମ୍ଭ ଭାରତ ଓ ଆମେରିକା ନୌସେନା ମଧ୍ୟରେ ୧୯୯୨ରେ ହୋଇଥିଲା।୨୦୧୫ ରେ ଜାପାନ ମଧ୍ୟ ଏହି ଯୁଦ୍ଧଭ୍ୟାସରେ ସାମିଲ ହୋଇଥିଲା। ଏହାପରେ ଏହି ଏକ୍ସସରସାଇଜ ଏକ ବର୍ଷ ପର୍ଯ୍ୟନ୍ତ ଆମେରିକା ସମୁଦ୍ର ମଧ୍ୟରେ ଏକ ବର୍ଷ ପର୍ଯ୍ୟନ୍ତ ଜାପାନର ସମୁଦ୍ର ସୀମା ମଧ୍ୟରେ ଓ ଏକ ବର୍ଷ ପର୍ଯ୍ୟନ୍ତ ଭାରତର ସମୁଦ୍ରା ସୀମା ମଧ୍ୟରେ ହେବ। ୨୦୧୮ ରେ ଏକ୍ସସରସାଇଜ ଆମେରିକୀୟ ମିଲିଟାରୀ ବେସ,ଗୁଆମ ପାଖରେ ଫିଲିପିନ୍ସ ସମୁଦ୍ର ନିକଟରେ ହୋଇଥିଲା,ସେହିପରି ୨୦୧୯ ରେ ଜାପାନରେ ହୋଇଥିଲା। ଏହି ବର୍ଷ ଶେଷରେ ଏହି ଏକ୍ସସରସାଇଜ ବଙ୍ଗାଳର ଖାଡୀ ଓ ଆରବ ସାଗରରେ ହେବାର ଅଛି। କୋରୋନା ପାଇଁ ଏହି ଏକ୍ସସରସାଇଜ ପୁରା ନୋ କଣ୍ଟାକ୍ଟରେ ହେବ ଓ ସମୁଦ୍ରରେ ହିଁ ହେବ। (ପୋର୍ଟ ଏକ୍ସସରସାଇଜ ହେବନି)। ନୌସେନା ମୁତାବକ ୨୦୨୦ ମାଲାବାରରେ ଭାଗ ନେଉଥିବା ଦେଶ ମାନଙ୍କ ନୌସେନା ମଧ୍ୟରେ ସମନ୍ବୟ ମଜଭୁଜ ହେବାର ଚାନ୍ସ ରହିଛି।

Google

ଯେବେ ଜାପାନ ମାଲାବାର ଏକ୍ସସରସାଇଜରେ ଅଭିଯୋଗ କରିବାକୁ ଚେଷ୍ଟା କରୁଥିଲେ,ଚୀନ ଏହାକୁ ଦୃଢ ଵିରୋଧ କରିଥିଲା। କାହିଁକିନା ଚୀନକୁ ଲାଗୁଥିଲା ଭାରତ,ଆମେରିକା ଓ ଜାପାନ ତା ବିରୁଦ୍ଧରେ ଅଛନ୍ତି। ହେଲେ ୨୦୧୫ ରେ ଭାରତ ଚୀନକୁ ବିରୋଧ କରି ଜାପାନକୁ ମାଲାବାର ଏକ୍ସସରସାଇଜରେ ସାମିଲ କରିଥିଲା।

ଭାରତର ରକ୍ଷା ମନ୍ତ୍ରଣାଳୟ ପୂର୍ବ ସପ୍ତାହରେ ବୟାନ ଦେଇ କହିଥିଲେ କି ମାଲାବାର ୨୦୨୦ ରେ ରହିଥିବା ଦେଶରେ ସାମୁଦ୍ରିକ ପରିକ୍ଷେତ୍ରରେ ସୁରକ୍ଷା ବଢେଇବାରେ ସାହାଯ୍ୟ ତ ମିଳିବ,ଏହା ସହ ଏକାସାଙ୍ଗରେ ମିଶି ଫ୍ରି,ଓପନ ଓ ଇନ୍କୁଲିଜବ ଇଣ୍ଡୋ ସ୍ପେସିଫିକ (ହିନ୍ଦୁ ମହାସାଗର)ରେ ଜୋର ଦିଅନ୍ତି। ଏହି ସବୁ ୪ ଦେଶ ନିୟମ ଭାବେ ସମ୍ପୃକ୍ତ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥା ପାଇଁ ପ୍ରତିବନ୍ଧ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *