ଭାରତ ଏବଂ ଚାଇନା ଏସିଆ ମହାଦେଶରେ ଦୁଇଟି ଶକ୍ତିଶାଳୀ ରାଷ୍ଟ୍ର। ଯଦି ଭବିଷ୍ୟତରେ କେବେ ତାଙ୍କ ମଧ୍ୟରେ ଯୁଦ୍ଧ ହୁଏ ,ତେବେ କିଏ ଅଧିକ ଶକ୍ତିଶାଳୀ ରହିବ ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା। ଆର୍ମିଙ୍କ ତୁଳନାରେ ପ୍ରଥମ ସ୍ଥାନରେ ଆମେରିକା, ଦ୍ଵିତୀୟ ସ୍ଥାନରେ ରୁଷିଆ, ତୃତୀୟ ସ୍ଥାନରେ ଚାଇନା ଏବଂ ଚତୁର୍ଥ ସ୍ଥାନରେ ଭାରତ ରହିଛି। ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକସ ଯାହାର କମ୍ ରହିଥାଏ ,ସେ ଅଧିକ ଶକ୍ତିଶାଳୀ ହୋଇ ଥାଏ। ଚାଇନାର ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକସ ୦.୬ ଥିବା ବେଳେ ଭାରତର ୦.୯ ରହିଛି।

ସୁରକ୍ଷା ବିଭାଗରେ ବର୍ଷକୁ ଚାଇନାର ବଜେଟ ରହିଛି ୨୩୭ ବିଲୀୟନ ଡଲାର କିନ୍ତୁ ଭାରତର ବଜେଟ ରହିଛି ୬୧ ବିଲୀୟନ ଡଲାର। ଚାଇନା ପାଖରେ ବିଦେଶୀ ମୁଦ୍ରା ୩,୦୦୦ ଟ୍ରିଲୀୟନ ଡଲାର ରହିଛି କିନ୍ତୁ ଭାରତ ପାଖରେ ବିଦେଶୀ ମୁଦ୍ରା କେବଳ ୪୦୦ ଟ୍ରିଲୀୟନ ଡଲାର ରହିଛି।
ଚାଇନା ଉଭୟ ଆମେରିକା ଏବଂ ଭାରତ ଉଭୟଙ୍କ ପାଇଁ ସୈନ୍ୟ ପ୍ରସ୍ତୁତ କରି ରଖିଥାଏ। କିନ୍ତୁ ଭାରତ କେବଳ ଚାଇନାକୁ ହିଁ ଅଧିକ ଗମ୍ଭୀରତାର ସହିତ ନେଇଥାଏ। ଚାଇନା ପାଖରେ ୩୨୧୦ ଏୟାରକ୍ରାଫ୍ଟ ରହିଛି କିନ୍ତୁ ଭାରତ ପାଖରେ ୨୧୨୩ ଏୟାରକ୍ରାଫ୍ଟ ରହିଛି।

ଚାଇନା ପାଖରେ ଥିବା କମ୍ବାଟ ଏୟାରକ୍ରାଫ୍ଟ ସଂଖ୍ୟା ୧୨୩୨ ଥିବା ବେଳେ ଭାରତ ପାଖରେ ଏହାର ସଂଖ୍ୟା ୫୩୮ ରହିଛି। ଏଥିରେ ବହୁତ ଅସ୍ତ୍ରଶସ୍ତ୍ର ଭରି ନେଇ ହେବ। ଚାଇନା ଏହି ଏୟାରକ୍ରାଫ୍ଟକୁ ସଠିକ ଭାବରେ କାର୍ଯ୍ୟରତ କରିବା ଲାଗି ଏହାକୁ ବହୁତ ଉପରକୁ ନେବାକୁ ପଡିଥାଏ।
କିନ୍ତୁ ଅଧିକ ଉଚ୍ଚତା କାରଣରୁ ଅକ୍ସୀଜେନ ଅଭାବରେ ଇଞ୍ଜିନ କାମ କରିବା ବନ୍ଦ କରିଦିଏ। ସେଥିପାଇଁ ଚାଇନାକୁ ବହଃତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ। ଚାଇନା ପାଖରେ ଥିବା ଜେ-୨୦ ଏୟାରକ୍ରାଫ୍ଟର ସଂଖ୍ୟା ୩୭୧ ରହିଛି। ଏହା ଏକା ସାଙ୍ଗରେ ୧୨ ଟି ଟାର୍ଗେଟ ଉପରେ ଆକ୍ରମଣ କରିପାରେ। କିନ୍ତୁ ଭାରତର ସୁଖୋଇ ସଂଖ୍ୟା ୧୭୨ ରହିଛି ଯେଉଁଟାକି ୧୬ ଟି ଟାର୍ଗେଟ ଉପରେ ଏକା ସାଙ୍ଗରେ ଆକ୍ରମଣ କରିପାରେ। ଚାଇନା ପାଖରେ ଟ୍ରାନ୍ସପୋର୍ଟ ବିମାନ ୨୨୪ ଟି ଥିବା ବେଳେ ଭାରତ ପାଖରେ ୨୫୦ ଟି ରହିଛି। ଭାରତ ପାଖରେ ସି-୧୭ ଗ୍ଲୋବ ମାଷ୍ଟର ଏୟାରକ୍ରାଫ୍ଟ ରହିଛି। ଚାଇନା ହେଲିକ୍ୟାପ୍ଟର ଅକ୍ସୀଜେନ ଲେବୁଲର ସମ୍ନା କରିଥାଏ। ଚାଇନାର ହେଲିକ୍ୟାପ୍ଟର ସଂଖ୍ୟା ୯୧୧ ଥିବା ବେଳେ ଭାରତ ପାଖରେ ଏହାର ସଂଖ୍ୟା ୭୨୨ ରହିଛି। ଭାରତ ପାଖରେ ଦୁଇଟି ଶକ୍ତିଶାଳୀ ହେଲିକ୍ୟାପ୍ଟର ରହିଛି ତାହା ହେଉଛି ଏମଆଇ-୧୭ ଭି-୫ ଏବଂ ଚିନୁକ। ଭାରତର ୨୩ ଟି ହେଲିକ୍ୟାପ୍ଟର ଆଟାକ କରିବା ପାଇଁ ସମର୍ଥ।

କିନ୍ତୁ ଚାଇନାର ଥିବା ୨୮୧ ଟି ହେଲିକ୍ୟାପ୍ଟର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଯୁଦ୍ଧ ଲଢ଼ି ନାହାନ୍ତି। ଚାଇନା ପାଖରେ ବହୁତ ପୁରୁଣା ୩୫,୦୦୦ ଟ୍ୟାଙ୍କ ରହିଛି କିନ୍ତୁ ଭାରତ ପାଖରର ୪,୨୯୨ ଟି-୯୦ ଟ୍ୟାଙ୍କ ରହିଛି। ଏହା ବହୁତ ଆଡ଼ଭାନ୍ସ ଏବଂ ଶକ୍ତିଶାଳୀ ଅଟେ। ଭାରତ ପାଖରେ ଆର୍ମଡ଼ ଭେଇକିଲ ସଂଖ୍ୟା ୮,୬୮୬ ରହିଥିବା ବେଳେ ଚାଇନା ପାଖରେ ୩୩,୦୦୦ ରହିଛି। ଭାରତ ପାଖରେ ୨୩୫ ସେଲ୍ଫ ପ୍ରୋପେଲ ଗାଁ ରହିଛି କିନ୍ତୁ ଚାଇନା ପାଖରେ ୩,୮୦୦ ରହିଛି। ଭାରତ ପାଖରେ ଫିଲଡ଼ ଆରଟେଲେରି ୪୦୬୦ ରହିଛି କିନ୍ତୁ ଚାଇନା ପାଖରେ ଏହାର ସଂଖ୍ୟା ୩୬୦୦ ରହିଛି। ପାହାଡ଼ ଅଞ୍ଚଳରେ ଏହା ଯୁଦ୍ଧ ସମୟରେ ଅତ୍ୟାବଶ୍ୟକ ଭାବରେ କାମରେ ଆସେ। ଚାଇନା ପାଖରେ ୨୬୦୦ ରକେଟ ଲଂଚର ରହିଛି କିନ୍ତୁ ଭାରତ ପାଖରେ ୨୬୬ ଟି ରକେଟ ଲଂଚର ରହିଛି। ଚାଇନାର ଆର୍ମି ସଂଖ୍ୟା ୨୬ ଲକ୍ଷ ଥିବା ବେଳେ ଭାରତର ଆର୍ମି ସଂଖ୍ୟା ୩୫ ଲକ୍ଷ ରହିଛି। ଏହିପରି ଭାବରେ ଅନେକ ପ୍ରକାରରେ ଭାରତ ଚାଇନା ଠାରୁ ଆଗରେ ରହିଛି। ଯଦି ଭବିଷ୍ୟତରେ କେବେ ଯୁଦ୍ଧ ହେବ, ତେବେ ଭାରତ ନିଶ୍ଚୟ ଚାଇନା ଉପରେ ନିଜ ବିରତ୍ୱ ଦେଖାଇ ପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।