IND VS ENG:ଅହମ୍ମଦାବାଦ ଟେଷ୍ଟରେ ଭାରତ କଲା ଆଉ ଏକ ରେକର୍ଡ। ଏହା ସହ ଇଂଲଣ୍ଡ ଠାରୁ ସିରିଜରେ ୨-୧ ରେ ଆଗରେ।

ଅହମ୍ମଦାବାଦ ଟେଷ୍ଟ ମ୍ୟାଚକୁ ଭାରତ ମାତ୍ର ଦୁଇ ଦିନ ଭିତରେ ହିଁ ଜିତି ନେଇଛି। ସ୍ପିନର୍ସ ମାନଙ୍କ ପାଇଁ ସାହାଯ୍ୟ ଥିବା ପିଚ ଉପରେ ଭାରତକୁ ଚତୁର୍ଥ ଇନିଂସରେ ମାତ୍ର ୪୯ ରନର ଟାର୍ଗେଟ ମିଳିଥିଲା। ଯାହାକୁ ହାସିଲ କରିବା ପାଇଁ ଭାରତକୁ ବିଲକୁଲ କଷ୍ଟ କରିବାକୁ ପଡିଲା ନାହିଁ। ଇଂଲଣ୍ଡର ପ୍ରଥମ ଇନିଂସରେ ମାତ୍ର ୧୧୨ ରନରେ ଅଲ ଆଉଟ ହେଇଗଲା। ଭାରତୀୟ ଟିମ ବି ଦ୍ୱିତୀୟ ଦିନରେ ୧୪୫ ରନରେ ଆଉଟ ହେଇଗଲେ। ଭାରତକୁ ପ୍ରଥମ ପାଳିରେ ୩୩ ରନର ଲିଡ଼ ମିଳିଲା।

Google

ଏହାପରେ ଭାରତର ସ୍ପିନର ଅକ୍ଷର ପଟେଲ ଆଉ ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବର୍ଷଣ କରୁ କରୁ ଇଂଲଣ୍ଡର ଇନିଂସ କୁ ମାତ୍ର ୮୧ ରନରେ ହି ସୀମିତ ରଖି ଦେଲେ। ଅକ୍ଷର ପଟେଲ ଦ୍ୱିତୀୟ ପାଳିରେ ୫ ଆଉ ଅଶ୍ୱିନ ୪ ୱିକେଟ ନିଜ ନାମରେ ନାମିତ କଲେ। ଗୋଟେ ୱିକେଟ ଉଆସିଙ୍ଗଟନ ସୁନ୍ଦରଙ୍କୁ ମିଳିଲା। ଟିମ ଇଣ୍ଡିଆ ଏହି ଅହମ୍ମଦାବାଦ ଟେଷ୍ଟ ଜିତି ସିରିଜରେ ୨-୧ ରେ ଆଗୁଆ ହେଇ ଯାଇଛି ଆଉ ତାର ବିଶ୍ୱ ଟେଷ୍ଟ ଚାମ୍ପିଅଂଶୀପରେ ପହଂଚିବାର ମଉକା ଆହୁରି ବଢ଼ି ଯାଇଛି। ଦ୍ୱିତୀୟ ପାର୍ଶ୍ଵ ରେ ଇଂଲଣ୍ଡ ଏହି ଚାମ୍ପିଅଂଶୀପ ରେସରୁ ବାହାରି ଯାଇଛି।

ଅହମ୍ମଦାବାଦ ଟେଷ୍ଟର ଦ୍ୱିତୀୟ ଦିନରେ ୱିକେଟ ମାନଙ୍କର ପତ୍ର ଝଡା:

ଅହମ୍ମଦାବାଦର ଟେଷ୍ଟର ଦ୍ୱିତୀୟ ଦିନରେ ୱିକେଟ ମାନଙ୍କର ଏମିତି ଧାଡି ଲାଗିଲା କି ୯୯ ରନରେ ମାତ୍ର ତିନିଟି ୱିକେଟ ପଡିଥିବା ଟିମ ଇଣ୍ଡିଆ ମାତ୍ର ୧୪୫ ରନରେ ଅଲ ଆଉଟ ହେଇଗଲା। ଦ୍ୱିତୀୟ ଦିନର ପ୍ରଥମ ୱିକେଟ ଜ୍ୟାକ ଲିଚ ନେଲେ ଯିଏ କି ଆଜିଙ୍କ୍ୟ ରାହାଣେଙ୍କୁ ୭ ରନରେ ଆଉଟ କଲେ। ଏହାପରେ ରୋହିତ ଶର୍ମା ବି ଜ୍ୟାକ ଲିଚଙ୍କର ବଲରେ ପ୍ୟାଭିଲିୟନ ଫେରିଲବ। ରୋହିତ ସର୍ବାଧିକ ୬୬ ରନ କଲେ। ରୋହିତ ଆଉଟ ହେବା ପରେ ହିଁ ଇଂଲଣ୍ଡ ଅଧିନାୟକ ନିଜର ଫିର୍କୀର ଯାଦୁ ଆରମ୍ଭ କଲେ। ସେ ପନ୍ତ, ସୁନ୍ଦର ଆଉ ଅକ୍ଷର ପଟେଲ ତିନି ଜଣଙ୍କୁ ୦ ରନରେ ଆଉଟ କଲେ। ଏହାପରେ ସେ ଅଶ୍ୱିନଙ୍କୁ ବି ଆଉଟ କଲେ। ଅଶ୍ୱିନଙ୍କୁ ଆଉଟ କରିବା ପରେ ରୁଟ ବୁମରାହଙ୍କୁ ଆଉଟ କରି ନିଜର ପାଞ୍ଚ ୱିକେଟ ପୁରା କଲେ। ରୁଟ ମାତ୍ର ୮ ରନ ଦେଇକି ପାଞ୍ଚ ୱିକେଟ ଅକ୍ତିଆର କରିଥିଲେ।

Google
ଅକ୍ଷର-ଅଶ୍ୱିନଙ୍କ ଆଗରେ ଇଂଲଣ୍ଡର ଆତ୍ମସମର୍ପଣ:

ଭାରତର ୭ ୱିକେଟ ୪୬ ରନ ଉପରେ ପଡିଯିବା ପରେ ସଭିଙ୍କୁ ଏହା ଲାଗିବାକୁ ଲାଗିଲା କି ଇଂଲଣ୍ଡ ଏହି ମ୍ୟାଚରେ ଫେରି ଆସିଛି ମାତ୍ର ଇନିଂସର ପ୍ରଥମ ବଲରେ ହିଁ ଅକ୍ଷର ପଟେଲ ସଭିଙ୍କୁ ଭୁଲ ସାବ୍ୟସ୍ତ କରିଦେଲେ। ଅକ୍ଷର ପଟେଲ ପ୍ରଥମ ବଲରେ ହି ଜ୍ୟାକ କ୍ରଳୀଙ୍କୁ ଶୁନ୍ୟରେ ଆଉଟ କରିଦେଲେ। ଏହାପରେ ସେ ସେହି ଓଭରର ତୃତୀୟ ବଲରେ ହି ବେୟାରଷ୍ଟୋଙ୍କୁ ପ୍ୟାଅଭିଲିଅନ ପଠେଇ ଦେଲେ। ଡୋମ ଶିବଲି ବି ଏହାପରେ ୭ ରନ ବନେଇକି ଅକ୍ଷର ପଟେଲଙ୍କ ଶିକାର ହେଇଗଲେ। ଏହାପରେ ରୁଟ ଆଉ ଷ୍ଟୋକ୍ସ କିଛି ସମୟ ଯାଏ କ୍ରୀଜରେ ସମୟ ବିତେଇଲେ। ଷ୍ଟୋକ୍ସ ୨୫ ରନ ବନେଇଥିଲେ କି ନାହିଁ ଅଶ୍ୱିନ ତାଙ୍କ ଶିକାର କଲେ। ଏହାପରେ ପଟେଲ ରୁଟଙ୍କୁ ଆଉଟ କଲେ ଆଉ ତା ପରେ ଅଶ୍ୱିନ ଓଲି ପୋପ ଆଉ ଜୋଫ୍ରା ଆର୍ଚରଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟରର ୪୦୦ ୱିକେଟ ପୁରା କଲେ। ଶେଷ ୱିକେଟ ସୁନ୍ଦରଙ୍କ ହାତ ଲାଗିଲା ଆଉ ଇଂଲଣ୍ଡର ଦ୍ୱିତୀୟ ଇନିଂସ ମାତ୍ର ୮୧ ରନରେ ହିଁ ଅଟକିଗଲା। ମାତ୍ର ୪୯ ରନର ପିଛ କରିବାକୁ ବାହାରିଥିବା ଟିମ ଇଣ୍ଡିଆକୁ ତାର ଓପନର ଗିଲ ଆଉ ରୋହିତ ସହଜରେ ବିଜୟ ଦେଇଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *