IND VS ENG:ଟିମ ଇଣ୍ଡିଆ ୨୫ ବର୍ଷ ପରେ ରଚିଲା ଇତିହାସ। ଏହି ଷ୍ଟାର ଖେଳାଳି ଭାଙ୍ଗିଲେ ୪୨ ବର୍ଷର ରେକର୍ଡ।

ଭାରତୀୟ କ୍ରିକେଟ ଟିମ ୧୬ ଫେବୃଆରୀ ୨୦୨୧ ରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ଇତିହାସ ରଚି ଦେଇଛି।ସେ ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆ ୧୯୩୨ ମସିହାରୁ ଟେଷ୍ଟ କ୍ରିକେଟ ଖେଳିଆସୁଛି। ସେ ପ୍ରଥମ ଥର ପାଇଁ ଇଂଲଣ୍ଡକୁ ୩୦୦ରୁ ଅଧିକ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ୨୫ ବର୍ଷ ପରେ ଇତିହାସ ଦୋହରେଇଥିବା ବେଳେ ଡେବ୍ୟୁ କରିଥିବା ଅକ୍ଷର ପଟେଲ ୪୨ ବର୍ଷର ରେକର୍ଡ଼ ଭାଙ୍ଗିଲେ।

Google

ଭାରତୀୟ ଟିମ ପ୍ରଥମ ଟେଷ୍ଟ ମ୍ୟାଚରେ ୨୨୭ ମ୍ୟାଚରେ ଇଂଲଣ୍ଡ ଠାରୁ ହାରିଥିଲା। ଏହାର ଆଗ ମ୍ୟାଚରେ ଟିମ ଇଣ୍ଡିଆ ୨୦୦ରୁ ଅଧିକ ରନରେ ବିଜୟ ଲାଭ କଲା। ଟିମ ଇଣ୍ଡିଆ ଏମିତି କାରନାମା ୨୫ ବର୍ଷ ପରେ କଲା। ଏହା ପୂର୍ବରୁ ଟିମ ୧୯୯୬ରେ ସାଉଥ ଆଫ୍ରିକା ବିପକ୍ଷରେ ଏହି କାରନାମା କରିଥିଲା। ସେହି ସମୟରେ ଦକ୍ଷିଣ ଆଫ୍ରିକା କୋଲକାତାର ଇଡେନ ଗାର୍ଡେନରେ ଭାରତକୁ ୩୨୯ ରନରେ ହରେଇଥିଲା। ସିରିଜର ଆଗ ମ୍ୟାଚ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଗଲା। ସେହି ସମୟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୮୦ ରନରେ ପରାସ୍ତ କରିଥିଲା।

ଏହି ମ୍ୟାଚ ଜରିଆରେ ବାମ ହାତୀ ସ୍ପିନର ଅକ୍ଷର ପଟେଲ ଟେଷ୍ଟ ଡେବ୍ୟୁ କଲେ। ସେ ପ୍ରଥମ ପାରିରେ ୪୦ ରନ ଦେଇ ୨ ଓ ଦ୍ଵିତୀୟ ପାରିରେ ୬୦ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ। ଟେଷ୍ଟରେ ଡେବ୍ୟୁ କରିଥିବା ବାମ ହାତୀ ବୋଲର ୪୨ ବର୍ଷ ପରେ ୫ ୱିକେଟ ଅକ୍ତିଆର କରିଛନ୍ତି। ଏହାପୂର୍ବରୁ ୧୯୭୯ ରେ ଭାରତୀୟ ସ୍ପିନର ଦିଲୀପ ଦୋଶୀ ଅଷ୍ଟ୍ରେଲିଆ ବିରୁଦ୍ଧରେ ନିଜ ଡେବ୍ୟୁ ମ୍ୟାଚରେ ୫ ୱିକେଟ ନିଜ ନାମରେ କରିଥିଲେ। ତାଙ୍କ ପରେ ବାମ ହାତୀ ସ୍ପିନର ତାଙ୍କ ଡେବ୍ୟୁରେ ୫ ୱିକେଟ ନେଇ ପାରି ନଥିଲେ। ଖାସ କଥା ଏହା ଯେ ଦିଲୀପ ଏହି କାରନାମା ଚେନ୍ନାଇରେ କରିଥିଲେ।

Google

 

ଅକ୍ଷର ପଟେଲ ନିଜ ଡେବ୍ୟୁରେ ୫ ୱିକେଟ ନେବାରେ ୯ମ ଭାରତୀୟ ହେଲେ। ସେ ଡେବ୍ୟୁ ଟେଷ୍ଟରେ ୫ ୱିକେଟ ନେବାରେ ଷଷ୍ଠ ଭାରତୀୟ ହେଲେ। ତାଙ୍କ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନ ୨୦୧୧/୨୦୧୨ ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଡେବ୍ୟୁ କରି ୪୭ ରନ ଦେଇ ୬ ୱିକେଟ ଅକ୍ତିଆର କରିଥିଲେ। ଏହି ଦୁଇ ଛଡ଼ା ଅମିତ ମିଶ୍ର,ନରେନ୍ଦ୍ର ହିର୍ବାଣୀ,ଦିଲୀପ ଦୋସି,ବିବି କୁମାର ନିଜ ଡେବ୍ୟୁ ମ୍ୟାଚରେ ୫-୫ ୱିକେଟ ଅକ୍ତିଆର କରିଥିଲେ।

Google

ଅମିତ ମିଶ୍ର ମୋହଲିରେ ୨୦୦୭-୦୦୮ ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୭୧ ରନ ଦେଇ ୫,ହୀରବାଣୀ ୧୯୮୭-୮୮ରେ ଚେନ୍ନାଇରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ପ୍ରଥମ ପାଳିରେ ୬୧ ରନଦେଇ ୮ । ଦିଲୀପ ଯୋଶୀ ୧୯୭୯-୮୦ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୦୩ ରନ ଦେଇ ୬ ଓ ବିବି କୁମାର ୧୯୬୦-୬୧ ରେ ଦିଲ୍ଲୀରେ ୬୪ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *