IND vs AUS ପ୍ରଥମ ଟେଷ୍ଟ: ଭାରତୀୟ ଟିମ ଟେଷ୍ଟ ମ୍ୟାଚରେ ସର୍ମନାକ କରି ମାତ୍ର ୩୬ ରନରେ ଆଉଟ ହୋଇଗଲା। ସେ ଏହି ରେକର୍ଡ ଅଷ୍ଟ୍ରେଲିଆ ବିରୁଦ୍ଧରେରେ ଏଡ଼ିଲେଡ଼ ଟେଷ୍ଟର ତୃତୀୟ ଦିନ କରିଛନ୍ତି। ଏହା ୮୮ ବର୍ଷରେ ଭାରତୀୟ ଟେଷ୍ଟ ଇତିହାସରେ ଭାରତର ସବୁଠୁ କମ ରନ ଅଟେ।

କ୍ରିକେଟର ସବୁଠୁ ସୁନ୍ଦର ଜିନିଷ ଏହା କି କେହି ଜାଣିନାହାଁନ୍ତି ଆଗାମୀ ବଲରେ କଣ ହେବ। କେଉଁ ଟିମ ଜିତିବାକୁ ଥିବା ବେଳେ ହାରିଯିବ ବା କୌଣସି ଟିମ ହାରିବା ମ୍ୟାଚ ଜିତିଯିବ ଏହା କହିବା ଅସମ୍ଭବ। କ୍ରିକେଟର ଏହି ସୁନ୍ଦର ଜିନିଷ ଡିସେମ୍ବର ୧୯ ରେ ଭାରତ ପାଇଁ ଭାରି ପଡିଗଲା। ଭାରତୀୟ ଟିମ ଏଡ଼ିଲେଡ଼ ଟେଷ୍ଟର ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଜିତିବା ଆଡ଼କୁ ଗତି କରୁଥିଲେ କିନ୍ତୁ ତୃତୀୟ ଦିନ ୱିକେଟର ସବୁଠୁ ଖରାପ ରେକର୍ଡ କରି ହାରିବାର ନିକଟତର ହୋଇଯାଇଛି। ଅଷ୍ଟ୍ରେଲିଆ ଭାରତର ଦ୍ୱିତୀୟ ପାରିକୁ ମାତ୍ର ୩୬ ରନରେ ଅଟକାଇ ଦେଲା। ଏହା ୮୮ ବର୍ଷରେ ଭାରତୀୟ ଟେଷ୍ଟ ଇତିହାସରେ ଭାରତର ସବୁଠୁ କମ ରନ ଅଟେ।
ଭାରତ ଓ ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଟେଷ୍ଟ ୧୭ ଡିସେମ୍ବରରୁ ଆରମ୍ଭ ହୋଇଥିଲା। ଭାରତୀୟ ଟିମ ପ୍ରଥମ ପାରିରେ ୨୪୪ରନ କରିଥିଲା। ଏହା ପରେ ସେ ଅଷ୍ଟ୍ରେଲିଆକୁ ୧୯୧ରନରେ ଅଟକାଇଦେଲେ। ଏହା ପରେ ଭାରତକୁ ୫୩ରନର ଲିଡ଼ ମିଳିଲା। ଆଶା ଥିଲା କି ଏହି ଲିଡ଼ ପରେ ଭାରତ ଅଷ୍ଟ୍ରେଲିଆକୁ ଏକ ବଡ଼ ଲକ୍ଷ ଦେବ କିନ୍ତୁ ମ୍ୟାଚର ତୃତୀୟ ଦିନ ଭାରତୀୟ ଟିମ ସବୁଠୁ ଖରାପ ପ୍ରଦର୍ଶନ କରି ୩୬ ରନରେ ଅଟକିଗଲା। ଅଷ୍ଟ୍ରେଲିଆ ଭାରତର ୯ ଖେଳାଳୀଙ୍କୁ ଆଉଟ କରିଦେଲା। ମହମ୍ମଦ ସାମୀ ଏକ ରନ କରି ଆହତ ହୋଇଗଲେ।

୪୨ରନରେ ବି ଆଉଟ ହୋଇସାରିଛି ଟିମ ଇଣ୍ଡିଆ:
ଭାରତୀୟ ଟିମ ୧୯୩୨ରୁ ଟେଷ୍ଟ ମ୍ୟାଚ ଖେଳୁଛି। ୩୬ ରନରେ ଆଉଟ ହେବା ପରେ ୧୯ ଡିସେମ୍ବର ଭାରତୀୟ ଟିମର ଇତିହାସରେ ଏକ ଏପରି ଦିନ ଯାହାକୁ ମନେ ପକାଇଲେ ମନରେ ଖୁସି ଆସିବ ନାହିଁ। ଭାରତୀୟ ଟିମର ଏହା ପୂର୍ବରୁ ସବୁଠୁ କମ ସ୍କୋର ୪୨ ରନ ଥିଲା। ଭାରତୀୟ ଟିମ ୧୯୭୪ରେ ଇଂଲଣ୍ଡ ବିରୁଦ୍ଧରେ କ୍ରିକେଟର ମକା କୁହାଯାଉଥିଲା ଲଡ୍ସ ଗ୍ରାଉଣ୍ଡରେ ୪୨ ରନରେ ଆଉଟ ହୋଇଯାଇଥିଲେ।
ସବୁଠୁ କମ ସ୍କୋରର ରେକର୍ଡ ନ୍ୟୁଜଲ୍ୟାଣ୍ଡ ନାମରେ:
ସମଗ୍ର ଟେଷ୍ଟ କଥା କହିବା ତ ସବୁଠୁ କମ ରନ ଟେଷ୍ଟ କ୍ରିକେଟରେ କରିଥିବା ଟିମ ହେଉଛି ନ୍ୟୁଜଲ୍ୟାଣ୍ଡ। ନ୍ୟୁଜଲ୍ୟାଣ୍ଡ ଟିମ ବର୍ଷ ୧୯୫୫ରେ ଇଂଲଣ୍ଡ ବିରୁଦ୍ଧରେ ମାତ୍ର ୨୬ ରନ କରିପାରିଥିଲା। ଟେଷ୍ଟ ଇତିହାସର ଦ୍ୱିତୀୟ ସବୁଠୁ କମ ସ୍ଲୋର ଦକ୍ଷିଣଆଫ୍ରିକା ନାମରେ ଅଛି। ଆଫ୍ରିକା ଟିମ ଦୁଇ ଦୁଇ ଥର ୩୦-୩୦ ସ୍ଲୋରରେ ଅଲଆଉଟ ହୋଇଯାଇଛି।

୨୩ ଥର ୫୦ ରୁ କମ ରନରେ ଆଉଟ ହୋଇସାରିଛି ଟିମ:
୧୪୩ ବର୍ଷର କ୍ରିକେଟ ଇତିହାରେ ୨୩ ତମ ଥର କୌଣସି ଟିମ ୫୦ ରୁ କମ ସ୍ଲୋରରେ ରହିଯାଇଛି।ଦକ୍ଷିଣ ଆଫ୍ରିକା ଟିମ ସବୁଠୁ ଅଧିକ ୭ ଥର ୫୦ ରୁ କମ ସ୍ଲୋରରେ ଆଉଟ ହୋଇଯାଇଛି। ଭାରତ ଦ୍ୱିତୀୟ ଥର ୫୦ ରନରୁ କମ ସ୍ଲୋର କରିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ ୪-୪ ଥର ୫୦ ରୁ କମ ସ୍କୋରରେ ଆଉଟ ହୋଇସାରିଛନ୍ତି। ଇଂଲଣ୍ଡ ଦୁଇଥର ଓ ପାକିସ୍ତାନ, ବଙ୍ଗଳାଦେଶ, ୱେଷ୍ଟଇଣ୍ଡିଜ ଓ ଆୟରଲ୍ୟାଣ୍ଡ ଥରେ ଲେଖା ୫୦ ରୁ କମ ସ୍ଲୋରରେ ଆଉଟ ହୋଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।