ଭାରତର ବ୍ୟାଟ୍ସମ୍ୟାନ ପ୍ରଥମ ଟି-୨୦ରେ କିଛି ଖାସ କରିପାରିଲେ ନାହିଁ। ଟିମକୁ ପ୍ରଥମ ମ୍ୟାଚରେ ୮ ୱିକେଟରେ ପରାଜୟ ମିଳିଲା। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୧୨୪ ରନ ବନେଇ ଥିଲା। ଶ୍ରେୟସ ଅୟର ସବୁଠୁ ଅଧିକ ୬୭ ରନ କରିଥିଲେ। ଇଂଲଣ୍ଡ ଲକ୍ଷ ୧୫.୩ ଓଭରରେ ହାସଲ କରିଦେଲା। ଏହିପରି ଇଂଲଣ୍ଡ ଟିମ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ହୋଇଗଲା।ଦ୍ୱିତୀୟ ଟି-୨୦ ୧୪ ମାର୍ଚ୍ଚକୁ ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।

ଟିମ ଇଣ୍ଡିଆ ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଙ୍ଗ କରି ୧୩୦ରୁ କମ ସ୍କୋର କରି କେବେ ମଧ୍ୟ ଜିତିନାହିଁ ସବୁ ୬ ଟି ଜାକ ମ୍ୟାଚ ହାରିଛି। ଇଂଲଣ୍ଡ ବିରୁଦ୍ଧରେ ଇଣ୍ଡିଆ ୨ ଥର ୧୩୦ରୁ କମ ସ୍କୋର କରିଛି। ଟର୍ଚ୍ଚ ହାରି ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ୨୦ ରନରେ ଇଣ୍ଡିଆ ୩ ଟି ୱିକେଟ ହରାଇ ଦେଇଥିଲା। କେଏଲ ରାହୁଲ ୧ ରନ, ଶିଖର ଧୱନ ୪ ରନ ଓ ବିରାଟ କୋହଲି ଖାତା ନଖୋଲି ଆଉଟ ହୋଇଯାଇଥିଲେ। ଶ୍ରେୟର ଅୟର(୬୭) ରନ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ମାରି ପାରିକୁ ସମ୍ଭାଳିଥିଲେ। ପନ୍ତ ୨୧ ଓ ହାର୍ଦିକ ପାଣ୍ଡିଆ ୧୯ ରନ କରିଥିଲେ। ପେସ ବୋଲର ଜୋଫ୍ରା ଆର୍ଚ୍ଚର ୨୩ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ। ୮ମ ମ୍ୟାଚ ଖେଳୁଥିବା ଆର୍ଚ୍ଚରଙ୍କର ଏହା ବେଷ୍ଟ ପ୍ରଦର୍ଶନ ଅଟେ। ଏହା ପୂର୍ବରୁ ୨୯ ରନ ଦେଇ ୨ ୱିକେଟ ତାଙ୍କର ବେଷ୍ଟ ପ୍ରଦର୍ଶନ ଥିଲା। ଲେଗ ସ୍ପିନର ଆଦିଲ ରାସିଦ ମଧ୍ୟ ଭଲ ବୋଲିଙ୍ଗ କରିଛନ୍ତି। ସେ ୩ ଓଭରରେ ମାତ୍ର ୧୪ ରନ ଦେଇ ବିରାଟ କୋହଲିଙ୍କ ମହତ୍ତ୍ୱପୂର୍ଣ୍ଣ ୱିକେଟ ନିଜ ନାମରେ କରିଥିଲେ।

ଜବାବରେ ଇଂଲଣ୍ଡର ଓପନର ଜେସନ ରୟ(୪୯), ଓ ଜୋସ ବଟଲର(୨୮) ଟିମକୁ ଆକ୍ରାମକ ଆରମ୍ଭ ଦେଲେ।ଦୁହେଁ ପ୍ରଥମ ୱିକେଟ ପାଇଁ ୮ ଓଭରରେ ୭୨ ରନର ପାର୍ଟନରସିପ କରିଥିଲେ। ୮୯ ରନରେ ଇଂଲଣ୍ଡର ଦୁଇଟି ୱିକେଟ ଗଳିବା ପରେ ଜନି ବେୟରଷ୍ଟୋ ୨୬ ଓ ଡେଭିଡ ମଲାନ ୨୪ ଦୁହେଁ ନଟଆଉଟ ରହି ବିଜୟକୁ ପକା କଲେ।ଦୁହେଁ ୪୧ ରନର ନଟଆଉଟ ପାର୍ଟନରସିପ କରିଥିଲେ।ୱିକେଟ ଅନୁସାରେ ଏହା ଟିମ ଇଣ୍ଡିଆର ବଡ଼ ପରାଜୟ ଅଟେ। ଏହା ପୂର୍ବରୁ ଭାରତକୁ ୨୦୧୭ରେ ୭ ୱିକେଟରେ ପରାଜୟ ମିଳିଥିଲା।

ଏହା ପୂର୍ବରୁ ଟିମ ଇଣ୍ଡିଆ ଟେଷ୍ଟ ସିରିଜ ୩-୧ରେ ଜିତିଥିଲା।କିନ୍ତୁ ଇଂଲଣ୍ଡ ଟି-୨୦ରେ ନମ୍ବର ୧ ଟିମ ଅଟେ। ଇଂଲଣ୍ଡ ଟିମ ନିଜ ରାକିଙ୍ଗ ହିସାବରେ ପ୍ରଦର୍ଶନ କରିଛନ୍ତି। ଅଧିନାୟକ ବିରାଟ କୋହଲି ଲମ୍ବା ସମୟ ହେବ ଗୋଟେ ମଧ୍ୟ ଶତକ ମାରିପାରି ନହାଁନ୍ତି। ଇଂଲଣ୍ଡ ଟିମ ଦ୍ୱିତୀୟ ଥର ଘର ବାହାରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି ଏହା ପୂର୍ବରୁ ନ୍ୟୁଜଲ୍ୟାଣ୍ଡରେ ଖେଳିଥିବା ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଇଂଲଣ୍ଡ ୩-୨ ରେ ବିଜୟ ପ୍ରାପ୍ତ କରିଥିଲା। ଇଂଲଣ୍ଡ ସେହି ପ୍ରଦର୍ଶନ ପୁନଃ କରିବାକୁ ଚାହିଁବ। ଏହି ବର୍ଷ ଭାରତରେ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ହେବାକୁ ଯାଉଛି। ଏଥିପାଇଁ ଏହି ସିରିଜ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।