ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ! ପଠାଇଲା ୪୦ ଟନ ଇନ୍ଧନ!

ବ୍ୟୁରୋ ରିପୋର୍ଟ:ଶ୍ରୀଲଙ୍କା ଭାରତର ପଡୋଶୀ ଦେଶ ଅଟେ ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ଅଟେ। ଶ୍ରୀଲଙ୍କାରେ ଇନ୍ଧନର ଅତ୍ୟନ୍ତ ଆବଶ୍ୟକତା ଥିବାରୁ ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ ଇନ୍ଧନ ପଠାଇଛି। ଆପଣଙ୍କୁ କହିରଖିବୁ ଭାରତ ମଙ୍ଗଳବାର ଦିନ କଲମ୍ବୋସ୍ଥିତ ଭାରତୀୟ ହାଇକମିସନ ଗୋପାଲ ବାଗଲେ ଏହି ଇନ୍ଧନ ଶ୍ରୀଲଙ୍କାକୁ ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ଶ୍ରୀଲଙ୍କା ଭାରତୀୟ ପେଟ୍ରୋଲିୟମ ଅଏଲ ଇଣ୍ଡିଆ କମ୍ପାନୀ ଠାରୁ ୪୦ ହଜାର ଟନ ପେଟ୍ରୋଲ ଡିଯେଲ କିଣିବା ପାଇଁ ଚାହୁଁଥିଲା କିନ୍ତୁ ଅର୍ଥ ଅଭାବ ଯୋଗୁଁ କିଣିପାରିନଥିଲା। ଯାହା ପରେ ଶ୍ରୀଲଙ୍କାରେ ଇନ୍ଧନର ଘୋର ଅଭାବ ଦେଖାଯାଇଛି। ଶ୍ରୀଲଙ୍କାକୁ ସହାୟତା ପାଇଁ ଭାରତ ସରକାର “ସ୍ଵର୍ଣ ପୁଷ୍ପି “ନାମକ ଏକ ପାଣି ଯାହାଜରେ ଶ୍ରୀଲଙ୍କା ପାଖୁ ୪୦ ହଜାର ଟନ ଇନ୍ଧନ ପଠାଇଛନ୍ତି।

Google

ଭାରତୀୟ ଜାହାଜକୁ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଉଦୟ ଗମନ ପିଲ୍ଲେ କଲୋମ୍ବୋ ବନ୍ଦରରେ ମଙ୍ଗଳବାରକୁ ସ୍ୱାଗତ କରିଥିଲେ। ଏହା ସହିତ ଭାରତ ଶ୍ରୀଲଙ୍କାକୁ ଏହି ମାସରେ ୯୦ କୋଟି ଡ଼ଲାର ଋଣ ଦେବ ବୋଲି ମଧ୍ୟ କହିଛି। ଏହା ସହ ଆଗାମୀ ମାସରେ ଆଉ ୫୦ କୋଟି ଡ଼ଲାର ଋଣ ମଧ୍ୟ ଭାରତ ଦେବ। ଭାରତର ଏହି ସହାୟତାକୁ ସ୍ୱାଗତ କରି ଆଗାମୀ ଦିନରେ ଶ୍ରୀଲଙ୍କାର ଅର୍ଥ ମନ୍ତ୍ରୀ ବେଶିଲ ରାଜପକ୍ଷେ ଭାରତ ଆସିବେ।

ପୂର୍ଵ ମାସରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମହିନ୍ଧା ରାଜପକ୍ଷେ ଭାରତ ଆସିଥିଲେ ଓ ଅନେକ ଆଲୋଚନା କରିଥିଲେ ଏହାର ଫଳ ଏବେ ଶ୍ରୀଲଙ୍କାକୁ ମିଳିଛି। ବିଶେଷ ମନ୍ତ୍ରୀ କହିଛନ୍ତି ଏହି ଖରାପ ସମୟର ଭାରତର ଏହି ସହାୟତା ଶ୍ରୀଲଙ୍କାକୁ ସାହାସ ଦେବ। ଏହା ଶ୍ରୀଲଙ୍କାରେ ଏବେ ଦେଖାଯାଇଥିବା ଆର୍ଥିକ ସଙ୍କଟ ମଧ୍ୟ ଦୂର ହେବ।ଆଗକୁ ଭାରତ ଆହୁରି ଅନେକ ପ୍ରକାର ସହାୟତା ମଧ୍ୟ ଯୋଗାଇବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *