ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ ପାଇଁ ବ୍ରିସବେନ ପହଞ୍ଚିଥିବା ଟିମ ଇଣ୍ଡିଆକୁ ମଙ୍ଗଳବାର ଏମିତି ଏକ ହୋଟେଲରେ ରଖାଗଲା ଯେଉଁଠି ମୂଳ ସୁବିଧା ମଧ୍ୟ ଉପଲବ୍ଧ ନାହିଁ ଓ ଏହାପରେ ଭାରତୀୟ କ୍ରିକେଟ ବୋର୍ଡର ଶୀର୍ଷ ଅଧିକାରୀଙ୍କୁ ଦଖଲ ଦେବାକୁ ପଡିଥିଲା। କୁହାଯାଇଛି କି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି,ସଚିବ ଜୟ ସାହା,ଓ ସିଇଓ ହେମାଙ୍ଗ ଅମିନଙ୍କ ଅଭିଯୋଗ ମିଳିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ସହ ସମ୍ପର୍କ କରିଥିଲେ। ତାଙ୍କୁ ଆଶ୍ୱାସନା ଦିଆଯାଇଛି କି ଭାରତୀୟ ଟିମକୁ ସେଠି କୌଣସି ପ୍ରକାରର ଅସୁବିଧା ହେବ ନାହିଁ।

ବୋର୍ଡର ଏକ ସିନିୟର ସୂତ୍ର କହିଛନ୍ତି କି ହୋଟେଲରେ ରୁମ ସର୍ଭିସର ସୁବିଧା ମଧ୍ୟ ନାହିଁ। ଜିମ ମଧ୍ୟ ଅନ୍ତ୍ରରାଷ୍ଟ୍ରୀୟ ସ୍ତରର ନୁହେଁ ଓ ସ୍ୱିମିଙ୍ଗ ପୁଲକୁ ମଧ୍ୟ ଯିବାର ମୌକା ନାହିଁ। ତାଙ୍କର ଚେକ ଇନ ସମୟରେ ଏହି ସବୁ ସୁବିଧା ଦେବା କଥା କୁହାଯାଇଥିଲା ।
ହୋଟେଲ ଭିତରେ ଜଣେ ଅନ୍ୟ ଜଣଙ୍କ ସହ ଦେଖା କରିପାରିବେ ଖେଳାଳି:
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ୧୫ ଜାନୁଆରୀରୁ ଆରମ୍ଭ ହେବ। ସେଠାରେ କୋରୋନା ମହାମାରୀ ସଂକ୍ରମଣ ବଢ଼ିବା ଓ ନ୍ୟୁ ସାଉଥ ବେଲସ ସହ ସୀମା ଉପରେ ଲକଡାଉନ କାରଣରୁ ହୋଟେଲରେ ପୃଥକ ବାସ ନିୟମ କଡ଼ାକଡ଼ି ଅଟେ। ଏହା ପଚାରିବା ପରେ କି ଖେଳାଳି ମାନଙ୍କୁ ନିଜ ଭିତରେ ମିଳାମିଶା କରିବାର ଅନୁମତି ଅଛି,ସୁତ୍ର କହିଲେ ତାଙ୍କୁ ଏକ ଟିମ ରୁମ ଦିଆଯାଇଛି ଓ ସେ ହୋଟେଲ ଭିତରେ ଜଣେ ଅନ୍ୟ ଜଣଙ୍କ ସହ ମିସିପାରିବେ।

ଏହା ପଚାରିବା ପରେ କି ଟିମ ହୋଟେଲ ଅଧିକାରୀଙ୍କ ସାଙ୍ଗରେ ବିରୋଧ ଯତେଇଛନ୍ତି,ସୁତ୍ର କହିଛନ୍ତି ଯେବେ ମ୍ୟାନେଜରଙ୍କୁ ଅଭିଯୋଗ ବିଷୟରେ କୁହାଗଲା,ସେ କହିଲେ କି ଦୁଇ ଟିମ ପାଇଁ ସମାନ ନିୟମ ଅଟେ। କେବଳ ଗୋଟିଏ ଟିମ ପାଇଁ କ୍ୱାରେଣ୍ଟିନ ନିୟମ କଡାକଡି ନୁହେଁ।ଭାରତୀୟ ଟିମ ଆଶା ଯତେଇଛନ୍ତି କି ଗାଙ୍ଗୁଲି ଓ ସାହା ଏହି ଅସୁବିଧାର ସମାଧାନ ବାହାର କରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।