IND vs AUS: ଭାରତକୁ ଲାଗିଲା ପୁଣି ଏକ ଝଟକା, ବାହାର ହେଲେ ଭାରତର ଏହି ଦ୍ରୁତ ବୋଲର।

ଏଡ଼ିଲେଡ ଟେଷ୍ଟ ହାରିବା ପରେ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା। ମହମ୍ମଦ ସାମୀ ଅଷ୍ଟ୍ରେଲିଆ ଗ୍ରସ୍ତରୁ ବାହାର।

Google

ଏଡ଼ିଲେଡ଼ ଟେଷ୍ଟରେ ମାତ୍ର ୩୬ ରନରେ ଅଲଆଉଟ ହେବା ପରେ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ମହମ୍ମଦ ସାମୀ ପୁରା ଅଷ୍ଟ୍ରେଲିଆ ଗ୍ରସ୍ତରୁ ବାହାର ହୋଇଯାଇଛନ୍ତି। ଭାରତୀୟ ଟିମକୁ ଏବେ ଅଷ୍ଟ୍ରେଲିଆରେ ଆହୁରି ତିନୋଟି ଟେଷ୍ଟ ଖେଳି ବାକୁ ହେବ ଓ ମହମ୍ମଦ ସାମୀ ସେଥିରେ ଖେଳିବେନି। କହିରଖିବୁ ଏଡ଼ିଲେଡ଼ ଟେଷ୍ଟର ତୃତୀୟ ଦିନ ସାମୀଙ୍କ ହାତରେ ଯନ୍ତ୍ରଣା ହୋଇଥିଲା।

ସାମୀ ବାହାରିବା ପରେ ଭାରତୀୟ ଦଳକୁ ବଡ଼ ଝଟକା:

ମହମ୍ମଦ ସାମୀ ଏଡ଼ିଲେଡ଼ ଟେଷ୍ଟରେ ଗୋଟିଏ ୱିକେଟ ନେଇନଥିଲେ ଏହା ପରେ ମଧ୍ୟ ସେ ବାହାର ହେବା ଦ୍ଵାରା ଭାରତକୁ ବଡ଼ ଝଟକା ଲାଗିଛି। ମହମ୍ମଦ ସାମୀ ପୂର୍ଵ ଦୁଇ ବର୍ଷ ହେବ ଟେଷ୍ଟ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୫୦ ମ୍ୟାଚରେ ୧୮୦ ୱିକେଟ ନେଇଥିବା ସାମୀ ପୂର୍ଵ ବର୍ଷ ଟେଷ୍ଟରେ ୭ଟି ମ୍ୟାଚରେ ୨୭ ଟି ୱିକେଟ ଅକ୍ତିଆର କରିଥିଲେ।

ସାମୀଙ୍କ ଜାଗାରେ ନଟରାଜନଙ୍କୁ ମୌକା ମିଳିବ?:

ମହମ୍ମଦ ସାମୀ ବାହାର ହେବା ପରେ ଏବେ ବିସିସିଆଇକୁ ତାଙ୍କ ସ୍ଥାନ ନେବାଵାଲା କୌଣସି ବୋଲରର ନାମ ଘୋଷଣା କରିବାକୁ ହେବ। କହିରଖିବୁକି ଟିମ ଇଣ୍ଡିଆ ସହ କାର୍ତିକ ତ୍ୟାଗୀ ,ସାରଦୁଲ ଠାକୁର ଓ ଟି ନଟରାଜନ ଉପସ୍ଥିତ ଅଛନ୍ତି। ଏହି ତିନୋଟି ଯାକ ବୋଲର ଟେଷ୍ଟ ଟିମର ନେଟ ବୋଲର ଅଛନ୍ତି। ଟି-୨୦ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିବା ଟି ନଟରାଜନଙ୍କୁ ଟେଷ୍ଟ ଟିମରେ ମୌକା ମିଳିପାରେ।

Google
ତୃତୀୟ ଟେଷ୍ଟରେ କାହାକୁ ମିଳିବ ମୌକା:

ମହମ୍ମଦ ସାମୀ ବାହାର ହୋଇଯିବା ପରେ ଏବେ ଟିମ ଇଣ୍ଡିଆ ୱାକ୍ସିଙ୍ଗ ଡେ ଟେଷ୍ଟରେ ନୂଆ ଦ୍ରୁତ ବୋଲରଙ୍କ ସହ ଓହ୍ଲାଇବ। ଟିମ ଇଣ୍ଡିଆର ପୂର୍ବରୁ ଯଶପ୍ରୀତ ବୁମରା ଓ ଉମେଶ ଯାଦବ ଉପସ୍ଥିତ ଅଛନ୍ତି ଓ ଏବେ ଚୂଡାନ୍ତ ଏକାଦଶରେ ମହମ୍ମଦ ସିରାଜ ଓ ନବଦୀପ ସୈନି ମଧ୍ୟରୁ କେହି ଜଣଙ୍କୁ ମୌକା ମିଳିପାରେ। ଏହି ଦୁଇ ଖେଳାଳି ଏବେ ପର୍ଯ୍ୟନ୍ତ ଟେଷ୍ଟରେ ଡେଭ୍ୟୁ କରିନାହାଁନ୍ତି।

ଗାଭାସ୍କର କହିଛନ୍ତି ଇସାନ୍ତଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଯାଉ:

ମହମ୍ମଦ ସାମୀ ଆଘାତ ହେବା ପରେ ସୁନୀଲ ଗାଭାସ୍କର ବିସିସିଆଇକୁ ଇସାନ୍ତଙ୍କୁ ଅଷ୍ଟ୍ରେଲିଆ ପଠାଇବା ପାଇଁ ଦାବି କରିଛନ୍ତି କହିରଖିବୁ ଇସାନ୍ତ ଶର୍ମା ଏନସିଏରେ ଫିଟ ହୋଇଯାଇଛନ୍ତି ଏହା ପରେ ମଧ୍ୟ ବିସିସିଆଇ ତାଙ୍କୁ ଅଷ୍ଟ୍ରେଲିଆ ପଠାଇଲା ନାହିଁ। ଏବେ ସାମୀ ବାହାର ହୋଇଯାଇଛନ୍ତିତ ଗାଭାସ୍କର ଇସାନ୍ତଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ପାଇଁ କହିଛନ୍ତି। ଗାଭାସ୍କର କହିଛନ୍ତି ଟିମ ଇଣ୍ଡିଆ ପାଖରେ ନବଦୀପ ସୈନି ଭଳି ବୋଲର ଉପସ୍ଥିତ ଅଛନ୍ତି କିନ୍ତୁ ଅଭ୍ୟାସ ମ୍ୟାଚ ସମୟରେ ତାଙ୍କ ବଲ ଏତେ ସଫଳ ହେଉନଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *