ଭାରତକୁ ଲାଗିଲା ଶକ୍ତ ଧକ୍କା, ୩ୟ ଟେଷ୍ଟରୁ ବାହାର ହୋଇପାରନ୍ତି ଭାରତର ଏହି ଦ୍ରୁତ ବୋଲର।

ଅଷ୍ଟ୍ରେଲିଆ ସହ ବକ୍ସିଙ୍ଗ ଡେ ଟେଷ୍ଟ ସମୟରେ ଉମେଶ ଯାଦବ ଆଘାତ ହୋଇଯାଇଥିଲେ, ସେ ନିଜ ଓଭର ମଧ୍ୟ ପୁରା କରିପାରିନଥିଲେ।

Google

ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ହାରକୁ ଭୁଲି ଲୟକୁ ଆସିଥିବା ଭାରତୀୟ ଦଳକୁ ତୃତୀୟ ଟେଷ୍ଟ ମ୍ୟାଚରେ ବଡ଼ ଖଟକା ଲାଗିପାରେ। ଭାରତର ଷ୍ଟାର ବୋଲର ଉମେଶ ଯାଦବ ତୃତୀୟ ଟେଷ୍ଟ ମ୍ୟାଚରେ ବାହାର ହୋଇପାରନ୍ତି।ମେଲବର୍ଣ୍ଣରେ ଖେଳାଯାଉଥିବା ବକ୍ସିଙ୍ଗ ଡେ ଟେଷ୍ଟ ସମୟରେ ଉମେଶ ଯାଦବ ଆଘାତ ପ୍ରାପ୍ତ ହୋଇଥିଲେ ଯେଉଁଥିପାଇଁ ତାଙ୍କୁ- ଗ୍ରାଉଣ୍ଡରୁ ବାହାରକୁ ଯିବାକୁ ପଡିଲା। ଏହା ପରେ ସେ ଏହି ଟେଷ୍ଟରେ ଆଉ ପଡିଆକୁ ଆସିନଥିଲେ ସେଥିପାଇଁ ତୃତୀୟ ଟେଷ୍ଟରେ ସେ ନଖେଳିପାରିବାର ସମ୍ଭାବନା ଦେଖାଯାଉଛି। ସୂତ୍ର ଅନୁସାରେ ମାଂସପେଶୀରେ ଲାଗିଥିବା ଆଘାତ ପ୍ରାପ୍ତ କାରଣରୁ ସେ ତୃତୀୟ ମ୍ୟାଚ ନଖେଳିପାରନ୍ତି।

ଯାଦବ ସୁନ୍ଦର ଫର୍ମରେ ଦେଖାଯାଉଥିଲେ। ଦ୍ୱିତୀୟ ପାରିରେ ସେ ଜୋ ବିନର୍ଶଙ୍କୁ ଆଉଟ କରିଥିଲେ। ସେ ମାତ୍ର ୩.୩ ଓଭର ହିଁ ଵୋଲିଙ୍ଗ କରିପାରିଲେ। ଉମେଶ ଯାଦବ ଯେବେ ଚତ୍ରୁର୍ଥ ଓଭର ବୋଲିଙ୍ଗ କରୁଥିଲେ ତାଙ୍କ ମାଂସପେଶୀରେ ଆଘତ ଲାଗିଥିଲା। ସେ ବହୁତ ଯନ୍ତ୍ରଣା ଅନୁଭବ କଲେ ବିସିସିଆଇ ମେଡ଼ିକାଲ ଟିମ ତାଙ୍କ ଚେକପ କଲେ। ଉମେଶ ଯାଦବଙ୍କ ଆଘାତର ଅବସ୍ଥା ଦେଖି ତାଙ୍କୁ ମେଡ଼ିକାଲ ନିଆଗଲା।

Google
ଭାରତକୁ ହୋଇପାରେ ବହୁତ ପରିମାଣରେ କ୍ଷତି:

ଉମେଶ ଯାଦବ ବାହାର ହେବା ଦ୍ଵାରା ଭାରତକୁ ବହୁତ କ୍ଷତି ହେବ କାରଣ ମହମ୍ମଦ ସାମୀ ପ୍ରଥମରୁ ହିଁ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ପ୍ରଥମ ଟେଷ୍ଟରେ ସାମୀଙ୍କ ହାତରେ ଆଘାତ ପ୍ରାପ୍ତ ଲାଗିବାରୁ ସେ ବାହାର ହୋଇଯାଇଥିଲେ ଏବେ ଯଦି ଉମେଶ ଯାଦବ ବାହାର ହୋଇଯିବେ ଭାରତୀୟ ଦଳ ଦୁଇଟି ଅନୁଭବୀ ବୋଲରଙ୍କୁ ହରାଇଦେବ। ଭାରତୀୟ ଦଳ ପାଖରେ ନବଦୀପ ସୈନିଙ୍କ ଭଳି ବୋଲର ଅଛି କିନ୍ତୁ ସେ ଏବେ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଖେଳିନାହାଁନ୍ତି। ସେହିପରି ନେଟରେ ଭାରତର ବ୍ୟାଟ୍ସମ୍ୟାନ ମାନଙ୍କୁ ଅଭ୍ୟାସ କରାଉଥିବା ବାମହାତୀ ବୋଲର ଟି ନଟରାଜନ ଓ ସାରଦୁଲ ଠାକୁର ମଧ୍ୟ ଟିମ ଇଣ୍ଡିଆ ପାଖରେ ଉପଲବ୍ଧ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *