ଭାରତୀୟ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ପରେ ଏବେ ରାହୁଲ ତେବଟିୟ ମଧ୍ୟ ଇଂଲଣ୍ଡ ବିରୁଦ୍ଧରେ ୫ ଟି ଟି-୨୦ ସିରିଜ ପୂର୍ବରୁ ଫିଟନେସ ଟେଷ୍ଟରେ ଫେଲ ହୋଇଯାଇଛନ୍ତି।ଏବେ ତାଙ୍କୁ ଇଂଲଣ୍ଡ ସିରିଜରେ ମୌକା ମିଳିବ କି ନାହିଁ ଏହା ଆଶା ଆଶଙ୍କାରେ। ତେବଟିୟଙ୍କୁ ପୂର୍ବ ବର୍ଷ ବ୍ୟାଟ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ ଯାହାର ପୁରସ୍କାର ସ୍ୱରୁପ ତାଙ୍କୁ ଭାରତୀୟ ଟିମରେ ବଛାଯାଇଥିଲା କିନ୍ତୁ ଡେଭ୍ୟୁ ପୂର୍ବରୁ ଏହି ଖବର ସାମ୍ନାକୁ ଆସିଛି।

ଇଂରାଜୀ ଖବର ଟେଲିଗ୍ରାଫର ରିପୋର୍ଟ ଅନୁସାରେ। ବରୁଣ ଓ ତେବତିୟା ଟେଷ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା ବାଟ ଅତିକ୍ରମ କରିପାରିଲେ ନାହିଁ। ଭାରତୀୟ ଟିମରେ ସାମିଲ ଖେଳାଳି ମାନଙ୍କୁ ଫିଟନେସ ଟେଷ୍ଟରେ ପାସ କରିବା ପାଇଁ ୟୋ ୟୋ ଟେଷ୍ଟରେ ୧୭.୧ ର ସ୍କୋର ବା ୮ ମିଟିଟ ୩୦ ସେକେଣ୍ଡରେ ୨ କିଲୋମିଟର ଅତିକ୍ରମ କରିବାକୁ ପଡିଥାଏ।ରିପୋର୍ଟ ଅନୁସାରେ ତେବତିୟା ଓ ବରୁଣଙ୍କୁ ପୁନଃ ନିଜ ଫିଟନେସ ଟେଷ୍ଟ ପାସ କରିବା ପାଇଁ ମୌକା ଦିଆଯିବ ଯଦି ଦ୍ୱିତୀୟ ଥର ସେମାନେ ଫେଲ ହେଲେ ତେବେ ଇଂଲଣ୍ଡ ସହ ସିରିଜ ଖେଳିବା କଷ୍ଟକର ହୋଇଯିବ। ନିଜ ଖେଳାଳି ମାନଙ୍କ ଫିଟନେସକୁ ଭଲ ରଖିବା ପାଇଁ ବୋର୍ଡ ଫିଟନେସ ଟେଷ୍ଟରେ କିଛି ପରିବର୍ତ୍ତନ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୧୨ ମାର୍ଚ୍ଚରୁ ଅହମ୍ମଦାବାଦର ନୂଆ ହୋଇଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟି-୨୦ ସିରିଜ ଖେଳାଯିବ।ସବୁ ୫ ଟି ଯାକ ମ୍ୟାଚ ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।
ବରୁଣ ଚକ୍ରବର୍ତ୍ତୀ ଅଷ୍ଟ୍ରେଲିଆ ଗ୍ରସ୍ତରୁ ମଧ୍ୟ ହୋଇଥିଲେ ବାହାର:
ବରୁଣ ଚକ୍ରବର୍ତ୍ତୀଙ୍କ ସହ ପାଞ୍ଚ ମାସରେ ଏହା ଦ୍ୱିତୀୟ ଥର ହୋଇଛି ଯେବେ ସେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି।ଅଷ୍ଟ୍ରେଲିଆ ସହ ମଧ୍ୟ ଟି-୨୦ ସିରିଜରେ ତାଙ୍କୁ ଚୟନ କରାଯାଇଥିଲା କିନ୍ତୁ ଆଘାତ କାରଣରୁ ସେ ବାହାର ହୋଇଯାଇଥିଲେ। ବରୁଣ ପୂର୍ଵ ଆଇପିଏଲରେ କେକେଆର ପାଇଁ ଭଲ ପ୍ରଦର୍ଶନ କରିଥିଲେ ଯାହା ପରେ ତାଙ୍କୁ ଟିମ ଇଣ୍ଡିଆରେ ଚୟନ କରାଯାଇଥିଲା।

ପୂର୍ବ ଆଇପିଏଲରେ ତେବଟିୟ ଗୋଟେ ଓଭରରେ ୫ ଟି ଛକା ମାରିଥିଲେ:
ହରିଆଣା ପାଇଁ ଘରୋଇ କ୍ରିକେଟ ଖେଳୁଥିବା ତେବଟିୟ ପୂର୍ବ କିଛି ସମୟ ହେବ ଭଲ ଫର୍ମରେ ଗତି କରୁଛନ୍ତି। ବିଜୟ ହଜାରେ ଟ୍ରଫିରେ ଏହା ସେ ଦେଖାଇଛନ୍ତି। ହରିଆଣା ପାଇଁ ବିଜୟ ହଜାରାରେ ସ୍ୱ ଦୁଇଟି ମ୍ୟାଚ ଖେଳିଛନ୍ତି ସେଥିରେ ସେ ବ୍ୟାଟିଙ୍ଗ ସହ ଭଲ ବୋଲିଙ୍ଗ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସେ ଚଣ୍ଡୀଗଡ଼ ସହ ମ୍ୟାଚରେ ୭୩ ରନ କରିବା ସହ ଦୁଇଟି ୱିକେଟ ଅକ୍ତିଆର କରିଥିଲେ। ଏହା ପରେ ଏହି ଅଲରାଉଣ୍ଡର ସୌରାଷ୍ଟ୍ର ବିପକ୍ଷରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ। ପୂର୍ବ ବର୍ଷ ଆଇପିଏଲରେ ମଧ୍ୟ ସେ ନିଜ ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କୁ ଚକିତ କରିଦେଇଥିଲେ।
ପୂର୍ବ ବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଟିମରେ ଖେଳି ସେ ୧୪ ମ୍ୟାଚରେ ୨୫୫ ରନ ସହ ୧୦ ଟି ୱିକେଟ ନେଇଥିଲେ। ଏହି ସମୟରେ ସେ କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷରେ ଏକ ମ୍ୟାଚରେ ୫୩ ରନର ପାରି ଖେଳିଥିଲେ। ସେହି ମ୍ୟାଚରେ ସେ ପଞ୍ଜାବର ବୋଲର ସେଲ୍ଡନ କଟ୍ରେଲଙ୍କ ଗୋଟେ ଓଭରରେ ୫ ଟି ଛକା ମାରିବାର ନଜର ଆସିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।