ଭାରତୀୟ କ୍ୟାପଟେନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହାର ମିଳିବା ପରେ ବିଲକୁଲ ବି ଖୁସି ନାହାନ୍ତି। ସେ ପ୍ରେସ କଂଫେରେନ୍ସରେ କହିଲେ କି ଆମକୁ ଜଣା ହି ନଥିଲା କି ଏହି ପ୍ରକାର ପିଚ ମାନଙ୍କରେ କିପରି ବ୍ୟାଟିଂ କରିବାକୁ ହେବ। ଆମେ ନିଜର ଶଟ ଠିକ ଭାବେ ଖେଳି ପାରିଲୁ ନାହିଁ। ବ୍ୟାଟ୍ସମ୍ୟାନ ଭାବେ ଏହା ଉପ ର୍ଦ୍ ନଜର ଦେବାକୁ ହେବ ଆଉ ଆଶା ଅଛି କି ଆମେ ଆଗାମୀ ମ୍ୟାଚରେ ମଜବୁତ ଇରାଦା ନେଇ ମୈଦାନକୁ ଆସିବୁ।

କୋହଲି କହିଲେ କି ଆମ ପାଇଁ ସିରିଜର ଆରମ୍ଭ ବହୁତ ଅଜୀବ ରହିଲା ଆଉ ଆମେ ଜାଣି ହିଁ ପାରିଲୟ ନାହିଁ କି ଏହି ପିଚରେ କି ପ୍ରକାର ଶଟ ଖେଳିବାକୁ ହେବ। ଆମେ ନିଜ ଇଛା ମୁତାବକ ଶଟ ଖେଳି ପାରିଲୁ ନାହିଁ। ଶ୍ରେୟାସ ଆୟରଙ୍କର ଇନିଂଗ୍ସ ଏହାର ଉଦାହରଣ କି ଆମେ କ୍ରୀଜର ଗଭୀରତାର ବ୍ୟବହାର କିପରି କରି ପାରିବୁ। କାରଣ ଏହି ପିଚରେ ଅସମାନ ଉଛତା ଥିଲା। ଆମର ବ୍ୟାଟିଂ ରେ ଖରାପ ପ୍ରଦର୍ଶନ କଲୁ ଯାହାର ଫଳାଫଳ ଆମକୁ ଭୋଗିବାକୁ ପଡିଲା।
ବେସି ୱିକେଟ ହରେଇବା ଫଳରେ ବଡ଼ ସ୍କୋର କରିପାରିଲୁ ନାହିଁ:
ସେ ଆଗକୁ କହିଲେ କି ଯଦି ପିଚ ଆପଣଙ୍କୁ ଅନୁମତି ଦିଏ ତାହେଲେ ଆପଣ ପ୍ରଥମ ବଲରୁ ହି ଯାଇ ଆକ୍ରମକ କ୍ରିକେଟ ଖେଳି ପାରିବେ। ମାତ୍ର ଆପଣଙ୍କ ପାଖରେ ସେହି ସ୍ପଷ୍ଟତା ନଥିଲା ଆଉ ଆମେ ଲଗାତାର ୱିକେଟ ହରେଇ ଚାଲିଲୁ। ଯଦି ଦସ ଓଭର ସରିବା ପରେ ଆମ ପାଖରେ ଆଠ ୱିକେଟ ବାକି ଥାନ୍ତା ତାହେଲେ ଆମେ ସ୍କୋର ବୋର୍ଡରେ ବଡ଼ ସ୍କୋର କରି ପାରି ଥାଆନ୍ତୁ। ମାତ୍ର ଆମ ପାଖରେ ସେହି ସୁବିଧା ନଥିଲା। ଆମେ ୧୫୦-୧୬୦ ରନ କରିବା ଆଗରୁ ହିଁ ୱିକେଟ ହରେଇ ଚାଲିଲୁ।

ହାରର କାରଣ ଫର୍ମାଟ ସ୍ୱିଚ କରିବା ନୁହଁ:
ଏହା ଉପରେ ଯେତେବେଳେ ପ୍ରଶ୍ନ କରାଗଲା କି ,” କଣ ଆମ ହାରର କାରଣ ଫର୍ମାଟ ସ୍ୱିଚ କରିବା ଅଟେ ତ କୋହଲି ଏହା ଉପରେ କହିଲେ କି ନାଁ ତାହା କାରଣ ନୁହଁ। କାରଣ ଆମେ ଏହା ଆଗରୁ ବି ଏହିପରି କରି ସାରିଛୁ ଆଉ ଆମେ ସିରିଜ ଜିତି ବି ସାରିଛୁ। ଆମ ପାଖରେ ୱାର୍ଲଡ଼ କପ ଆଗରୁ ଏହି ପାଞ୍ଚଟି ମ୍ୟାଚ ଅଛି ଆଉ ତାହା ଆଗରୁ ଆମକୁ କିଛି କରିବାକୁ ହେବ , ଖାସ କରି ଇଂଲଣ୍ଡ ଭଳି ମଜବୁତ ଟିମ ବିପକ୍ଷରେ।
ବିରାଟ ଶୁନରେ ଆଉଟ ହେଲେ:
ପ୍ରଥମ ଟି ଟ୍ୱେଣ୍ଟିରେ ଟିମ ଇଣ୍ଡିଆର ବ୍ୟାଟିଂ ବହୁତ ଖରାପ ରହିଲା , ଟିମ ମାତ୍ର ୨୦ ରନରେ ହି ତିନୋଟି ୱିକେଟ ହରେଇ ଦେଲା। କେ ଏଲ ରାହୁଲ ୧, ଶିଖର ଧାୱନ ୪ ଆଉ ବିରାଟ କୋହଲି ୦ ରନ ରେ ଆଉଟ ହେଲେ। ଶ୍ରେୟାସ ଆୟର ୬୭ ରନ ମାରି ନିଜ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ଲଗେଇଲେ ଆଉ ଋଷଭ ପନ୍ତ ୨୧ ଆଉ ପାଣ୍ଡ୍ୟା ୧୯ ରନ କଲେ। ଜୋଫ୍ରା ଆର୍ଚର ୨୩ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ ଆଉ ଲେଗ ସ୍ପିନର ଆଦିଲ ରାଶିଦ କସା ବୋଲିଂ କରି ୩ ଓଭରରେ ମାତ୍ର ୧୪ ରନ ଦେଲେ ଆଉ କୋହଲିଙ୍କର ୱିକେଟ ଅକ୍ତିଆର କରିଥିଲେ।

ଜବାବରେ ଇଂଲଣ୍ଡ ଓପନର ଯେସନ ରୟ ଆଉ ଜୋସ ବଟଲର ଟିମକୁ ବହୁତ ଦ୍ରୁତ ଆରମ୍ଭ ଦେଲେ। ସେମାନେ ପ୍ରଥମ ୱିକେଟ ପାଇଁ ୮ ଓଭରରେ ୭୨ ରନ ଲଗେଇଲେ। ଏହାପରେ ୮୯ ରନରେ ଦୁଇଟି ୱିକେଟ ନେବା ପରେ ଜନି ବେୟାରଷ୍ଟୋଙ୍କର ୨୮ ରନର ଇନିଂଗ୍ସ ତଥା ଡାବିଡ଼ ମଲାନ ୨୪ ରନ ପରେ ଇଂଲଣ୍ଡର ବିଜୟ ପକା ହେଇଗଲା। ୱିକେଟ ହିସାବରେ ଏହା ଇଂଲଣ୍ଡ ବିପକ୍ଷରେ ଭାରତର ସବୁଠୁ ବଡ଼ ହାର ଅଟେ। ଏହା ଆଗରୁ କାନପୁରରେ ୨୦୧୭ରେ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।