ବିଶ୍ୱରେ ଭାରତର ପ୍ରଭାବ! ଭାରତ ବନିଲା ସବୁଠୁ ଉତ୍ତମ ପ୍ରତିଭାଶାଳୀ ଦେଶ! ଏକ ରାଷ୍ଟ୍ର ଯିଏ ସବୁ ଦେଶ ପାଇଁ ଭଲ ଚିନ୍ତା କରେ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ସଦ୍ୟ ପ୍ରକାଶିତ ଆଫଗାନିସ୍ତାନ ସର୍ଭେରୁ ଏହା ଜଣା ପଡିଛି ଯେ, ଭାରତ ବର୍ତ୍ତମାନ ସବୁଠାରୁ ଏକ ଉତ୍ତମ ପ୍ରତିଭାଶାଳୀ ଦେଶ ଅଟେ। ଏକ ଇଉରୋପୀୟନ ସଂସ୍ଥା କିଛି ଦିନ ଟକେ ଆଫଗାନିସ୍ତାନରେ ଏକ ସର୍ଭେ କରିଥିଲା।

Google

ଏଥିରେ ବିଷୟ ଵସ୍ତୁ ଥିଲା ଯେ, ଆଫଗାନର ପ୍ରତ୍ୟେକ ଲୋକ କେଉଁ ଦେଶକୁ ନିଜର ବନ୍ଧୁ ଦେଶ ବୋଲି ମାନୁଛନ୍ତି। ସମସ୍ତ ଲୋକ ଏହା ଉପରେ ନିଜର ମତାମତ ଜଣାଇ ଭୋଟ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଲୋକ ଭାରତକୁ ଭୋଟ ଦେଇଥିଲେ।

ତାଙ୍କ ମତରେ ଭାରତ ହିଁ ଏକ ପ୍ରମୁଖ ରାଷ୍ଟ୍ର ଯିଏକି ଅନ୍ୟ ସବୁ ଦେଶ ପାଇଁ ସର୍ବଦା ଭଲ ଚିନ୍ତା କରିଥାଏ। ତେଣୁ ଆଫଗାନର ଲୋକମାନଙ୍କ ଦ୍ବାରା ଅଧିକ ଭୋଟ ଭାରତକୁ ହିଁ ମିଳିଥିଲା। ଅନ୍ୟ ଦେଶକୁ ବହୁତ କମ ଭୋଟ ମିଳିଥିଲା।

Google

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନ ବର୍ତ୍ତମାନ ବାହ୍ୟ ସମାଜ ଠାରୁ ଦୂରରେ। ଏହା ମଧ୍ୟକୁ ଯାଇ କିଛି ସର୍ଭେ କରିବା ସମ୍ଭବ ନୁହେଁ। କିନ୍ତୁ ଏହାର ଲୋକମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଲୋକ ଇଣ୍ଟରନେଟ ସେବା ବ୍ୟବହାର କରିଥାଆନ୍ତି। ତେଣୁ ଇଉରୋପୀୟନ ସଂସ୍ଥା ଏହି ଇଣ୍ଟରନେଟ ସେବା ଦ୍ୱାରା ସେମାନଙ୍କ ଠାରୁ ତାଙ୍କ ମତାମତ ଆଣିଥିଲା। ଏହା ବ୍ୟତୀତ ଅନେକ କିଛି ପ୍ରଶ୍ନ ପଚରା ଯାଇଥିଲା।

ଏହାର ସିଧାସଳଖ ଉତ୍ତର ଦେଇଥିଲେ ଆଫଗାନିସ୍ତାନ ଲୋକମାନେ। ୭୮ ପ୍ରତିଶତ ଲୋକ ଏକଥା ମଧ୍ୟ କହିଥିଲେ ଯେ, ଅସଗର ଅଫଗାନିଙ୍କ ଅଧୀନରେ ଚାଲିଥିବା ସରକାର ବର୍ତ୍ତମାନର ସରକାରଙ୍କ ଠାରୁ ଅଧିକ ଖରାପ ଏବଂ ଭ୍ରଷ୍ଟାଚାରୀ ଥିଲେ। ଯେତେବେଳେ ପଚରା ଯାଇଥିଲା ଯେ, ତାଲିବାନଙ୍କୁ ଆଫଗାନିସ୍ତାନ ଆଣିବାରେ ପାକିସ୍ତାନର ହାତ ରହିଥିଲା କି, ସେତେବେଳେ ୮୩ ପ୍ରତିଶତ ଲୋକ ଏହି କଥାରେ ସହମତି ଜଣାଇଥିଲେ। ଏହା ସହିତ ୬୭ ପ୍ରତିଶତ ଲୋକ ଏକଥା ମଧ୍ୟ କହିଥିଲେ ଯେ, ଏଥିରେ ଚାଇନାର ସମର୍ଥନ ମଧ୍ୟ ରହିଥିଲା।

ଭାରତକୁ ୬୯ ପ୍ରତିଶତ ଲୋକ ଆଫଗାନିସ୍ତାନର ବନ୍ଧୁ ଦେଶ ବୋଲି ଭାବିଥିଲେ। ତାଙ୍କ ମତରେ ଭାରତ ସବୁ ପ୍ରକାରର ଖରାପ ପରିସ୍ଥିତିରେ ସର୍ବଦା ଆଫଗାନିସ୍ତାନ ସହ ରହିଛି। ଏହା ପରେ ୨୨ ପ୍ରତିଶତ ଭୋଟ ମିଳିଥିଲା ଆମେରିକାକୁ। ଏହା ପରେ ୧୦ ପ୍ରତିଶତ ପାକିସ୍ତାନ ଏବଂ ୯ ପ୍ରତିଶତ ରୁଷିଆକୁ ମିଳିଥିଲା। ସବୁଠାରୁ କମ୍ ଭୋଟ ସାଉଦି ଆରବ ଏବଂ ଚାଇନାକୁ ମିଳିଥିଲା। ୬ ପ୍ରତିଶତ ଲୋକ ସାଉଦି ଆରବକୁ ନିଜେ ବନ୍ଧୁ ଦେଶ ବୋଲି ଭୋଟ ଦେଇଥିବା ବେଳେ ୪ ପ୍ରତିଶତ ଚାଇନାକୁ ଭୋଟ ଦେଇଥିଲେ। ବାସ୍ତବିକ ଭାରତ ବହୁତ ସମୟ ଧରି ସର୍ବଦା ଆଫଗାନିସ୍ତାନର ଭଲ ପାଇଁ କାର୍ଯ୍ୟ କରି ଆସିଛି। ସବୁ କ୍ଷେତ୍ରରେ ଆଫଗାନିସ୍ତାନକୁ ସମର୍ଥନ କରି ଆସିଛି।

Google

ତେବେ ଏହାକୁ ଆଫଗାନିସ୍ତାନର ଅଧିବାସୀମାନେ ଜାଣିଛନ୍ତି ଏବଂ ବୁଝିଛନ୍ତି ମଧ୍ୟ। ସେଥିପାଇଁ ସେମାନେ ଆଜି ମଧ୍ୟ ଭାରତକୁ ନିଜର ବନ୍ଧୁ ଦେଶ ଭାବରେ ସ୍ୱୀକାର କରନ୍ତି। ଏହା ବ୍ୟତୀତ ଭାରତର ଲୋକମାନେ ନିଜର ବନ୍ଧୁ ଦେଶ ଏବଂ ନିଜ ଭଳି ଚାଲିଚଳଣୀ ଥିବା ଦେଶ ଭାବରେ ଶ୍ରୀଲଙ୍କାକୁ ଭୋଟ ଦେଇଥିଲେ। ଶ୍ରୀଲଙ୍କା ପକ୍ଷରେ ଅଧିକ ପ୍ରତିଶତ ଭୋଟ ରହିଥିଲା। ଏହାପରେ ବାଂଲାଦେଶ ଏବଂ ନେପାଳ ରହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *