ଚନ୍ଦ୍ରକୁ ଯିବା ପାଇଁ ଚାଲିଛି ପ୍ରସ୍ତୁତି ।

ଚନ୍ଦ୍ରକୁ ଯିବା ପାଇଁ ଚାଲିଛି ପ୍ରସ୍ତୁତି, India & Japan preparing for mission mars, Nitidina

କରୋନା ସଙ୍କଟ ମଧ୍ୟରେ ଭାରତ ଓ ଜାପାନ ଚନ୍ଦ୍ର ଅଭିଯାନ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛନ୍ତି । ଏହି ଅଭିଯାନକୁ ଭାରତୀୟ ଅନ୍ତରୀକ୍ଷ ସଂଗଠନ ISRO ଲିଡ଼ କରିବ । ଜାପାନ ସ୍ପେସ ଏଜେନ୍ସି JAXA ଅନୁଯାୟୀ, ଏହି ମିଶନର ଲଂଚିଙ୍ଗ ୨୦୨୩ ମସିହା ପରେ କରାଯିବ । ଏହାଛଡା ଇସ୍ରୋର ଆଉ ଏକ ହ୍ୟୁମାନ ସ୍ପେସଲାଇଟ ପ୍ରୋଗ୍ରାମ ମଧ୍ୟ ୨୦୨୨ ମସିହାରେ ଲଞ୍ଚ ହେବ । ଏହାକୁ ଗଗନଯାନ ନାମ ଦିଆଯାଇଛି ।

ଏହି ମିଶନକୁ ନେଇ ଉଭୟ ଦେଶ ମଧ୍ୟରେ ପ୍ରଥମଥର ପାଇଁ ୨୦୧୭ ମସିହାରେ ଆଲୋଚନା ହୋଇଥିଲା । ମଲ୍ଟି ସ୍ପେସ ଏଜେନ୍ସି ବେଙ୍ଗାଲୁରୁ ଆଲୋଚନା କରିଥିଲେ । ଏପର୍ଯ୍ୟନ୍ତ ଜାପାନ ଏହିଭଳି କୌଣସି ମିଶନ କରିନାହିଁ । ଭାରତ ଓ ଜାପାନର ଏହି ମିଶନ ସମ୍ପୂର୍ଣ ରୋବୋଟିକ । ଏହି ମିଶନ ଚନ୍ଦ୍ରମାରେ ବେଶ ତିଆରି କରିବାର ଗ୍ରାଉଣ୍ଡ ୱାର୍କ ହୋଇପରେ ବୋଲି ଆଶଙ୍କା କରାଯାଉଛି । ଏକ୍ସପର୍ଟଙ୍କ ଅନୁଯାୟୀ ଏହି ମିଶନ ପାଇଁ ବିଶ୍ୱ ସ୍ପେସ ଏଜେନ୍ସିଗୁଡିକର ସହଯୋଗ ମଧ୍ୟ ଆବଶ୍ୟକ ପଡିପାରେ ।

Chandrayaan 2: ISRO praises Akshay Kumar's Mission Mangal ahead of ...
Google
ଭାରତ ଓ ଜାପାନ ସଂଯୁକ୍ତ ଭାବେ ଚନ୍ଦ୍ର ମିଶନ

ଗତ ବର୍ଷ ଇସ୍ରୋ ଅଧ୍ୟକ୍ଷ ଏଏସ କିରଣ କୁମାର କହିଥିଲେ ଯେ, ଭାରତ ଓ ଜାପାନ ସଂଯୁକ୍ତ ଭାବେ ଚନ୍ଦ୍ର ମିଶନ ଉପରେ ବିଚାର କରୁଛନ୍ତି । ଏହାସହ ଉଭୟ ଦେଶ ପାଣିପାଗ ସମ୍ବନ୍ଧୀୟ ମାପଦଣ୍ଡକୁ ନେଇ ଇନ୍ପୁଟ ସେୟାର କରିବା ଏବଂ ପରସ୍ପର ସହ ଅନ୍ତରୀକ୍ଷ ସେଗମେଣ୍ଟ ବ୍ୟବହାର କରିବାକୁ ମଧ୍ୟ ରାଜି ହୋଇଛନ୍ତି । କିରଣ କୁମାରଙ୍କ ଅନୁଯାୟୀ, ‘ଆମେ ଏକ ସମ୍ଭାବ୍ୟ ସଂଯୁକ୍ତ ଚନ୍ଦ୍ର ମିଶନକୁ ନେଇ ଭବିଷ୍ୟତ ଦେଖୁଛୁ । ଭବିଷ୍ୟତରେ ଆମେ ଦେଖିବୁ ଯେ ଜଳବାୟୁ ପରିବର୍ତ୍ତନ ଅଧ୍ୟୟନ ପାଇଁ ଅଧିକ ଇନ୍ପୁଟକୁ କିଭଳି ବ୍ୟବହାର କରିପାରିବୁ ।

ଏହା ପୂର୍ବରୁ ଭାରତର ମହତ୍ୱାକାଂକ୍ଷା ମିଶନ ଚନ୍ଦ୍ରୟାନ-୨ କୁ ୯୫ ପ୍ରତିଶତ ସଫଳତା ମିଳିଥିଲା । ଶେଷ ମୁହୂର୍ତ୍ତରେ ଏଜେନ୍ସିର ବିକ୍ରମ ଲେଣ୍ଡର ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା । ପରେ ଅନ୍ତରୀକ୍ଷ ଏଜେନ୍ସି ନ୍ୟାସନାଲ ଇରନେଟିକ୍ସ ଆଣ୍ଡ ସ୍ପେସ ଆଡ଼ମିନିଷ୍ଟ୍ରେସନ (ନାସା) ବିକ୍ରମ ଲେଣ୍ଡରକୁ ନେଇ ବଡ ଖୁଲାସା କରିଥିଲା । ନାସାର ଲୁନାର ରିକନେସେନ୍ସ ଆର୍ବିଟର ଚନ୍ଦ୍ରମା ପୃଷ୍ଠରେ ଚନ୍ଦ୍ରୟାନ-୨ର ବିକ୍ରମ ଲେଣ୍ଡରର ଭଗ୍ନାବଶେଷ ଖୋଜିଥିଲା । ଚନ୍ଦ୍ରୟାନ-୨ର ବିକ୍ରମ ଲେଣ୍ଡରର ଭଗ୍ନାବଶେଷ କ୍ରାସ ସାଇଟଏଉ ୭୫୦ ମିଟର ଦୂରରୁ ମିଳିଥିଲା । ନାସା ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲା । ବିକ୍ରମ ଲେଣ୍ଡରର ଭଗ୍ନାବଶେଷ ଖୋଜିବା କ୍ରେଡିଟ ନାସା ଚେନ୍ନାଇର ଜଣେ ଇଂଜିନିୟରଙ୍କୁ ଦେଇଥିଲା । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *