ବଡ଼ ବଡ଼ ମଞ୍ଚରେ ପାକିସ୍ତାନକୁ ମିଳିଲା ଜୋରଦାର ଜବାବ! ହୋଇଗଲା ପାକିସ୍ତାନର ମୁଁହ ବନ୍ଦ, ପଢନ୍ତୁ ପୁରା ଖବର

ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁଣି ଠାରେ ଆଉ ଏକ ନିନ୍ଦନୀୟ କାର୍ଯ୍ୟ କରିଛି। ରୁଷିଆ ଆଉ ୟୁକ୍ରେନ ଯୁଦ୍ଧ ଉପରେ କଥା ହେଉଥିବା ସମୟରେ ପାକିସ୍ତାନ ପୁଣି ଥରେ କାଶ୍ମୀର କଥା ଉଠାଇଛି। ସେହି ସମୟରେ ଭାରତ ନିଜର ସମୟ ନଷ୍ଟ ନ କରି ପାକିସ୍ତାନର ମୁଁହ ବନ୍ଦ କରି ଦେଇଛି।

ପାକିସ୍ତାନ କିଛି ଦିନ ମଧ୍ୟରେ ତିନୋଟି ବଡ଼ ବଡ଼ ମଞ୍ଚରେ କାଶ୍ମୀର କଥା ଉଠାଇଛି। ମାତ୍ର ସବୁ ଠାରେ ଭାରତ ପାକିସ୍ତାନ କଥାର ଉଚିତ ଜବାବ ଦେଇ ତାର ମୁଁହ ବନ୍ଦ କରି ଦେଇଛି। ସର୍ବ ପ୍ରଥମେ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରର ମହା ସଭାରେ କାଶ୍ମୀର କଥା ଉଠାଇ ଥିଲା।

ସେହି ସମୟରେ ଭାରତର ପ୍ରତିନିଧି ରୁଚିକା କମ୍ବୋଜ ଏହାର ପ୍ରତିବାଦ କରି ପାକିସ୍ତାନର ମୁଁହ ବନ୍ଦ କରି ଦେଇଛନ୍ତି। ସେ ପୁରା ଜବରଦସ୍ତ ଶବ୍ଦରେ କହିଛନ୍ତି କି ଜାମ୍ମୁ କାଶ୍ମୀର ର ସମସ୍ତ ସ୍ଥାନ ଭାରତର ଅଭିନ୍ନ ଅଙ୍ଗ ଥିଲା ଆଉ ରହିବ ମଧ୍ୟ। ଏହା ସହିତ ପାକିସ୍ତାନ କାଜାଖସ୍ତାନରେ ମଧ୍ୟ ହୋଇଥିବା ସମ୍ମିଳନୀରେ ମଧ୍ୟ କାଶ୍ମୀର କଥା ଉଠାଇ ଥିଲା।

ଏହି ସମୟରେ ଭାରତର ଉପ ବିଦେଶ ମନ୍ତ୍ରୀ ମିନାକ୍ଷୀ ଲେଖି
ଆ- ତ- ଙ୍କ- ବା- ଦକୁ ନେଇ ପାକିସ୍ତାନକୁ ବହୁତ ନିନ୍ଦା କରିଥିଲେ।ସେ କହିଥିଲେ କି ପାକିସ୍ତାନ ଏକ ଏମିତି ଜାଗା ଯେଉଁଥିରେ ଅଳ୍ପ ସଂଖ୍ୟାରେ ଥିବା ଜାତି ମାନଙ୍କୁ ବହୁତ ବ୍ୟବସ୍ଥିତ ଭାବରେ ପ୍ରତାରଣା କରା ଯାଇଥାଏ। ଅଳ୍ପ ସଂଖ୍ୟକ ଲୋକ ମାନଙ୍କ ପୂଜା ସ୍ଥଳ ମାନଙ୍କୁ ଆକ୍ରମଣ କରାଯାଇଥାଏ।

ଏହା ପରେ ତୃତୀୟ ଥର ପାଇଁ ପାକିସ୍ତାନ କାଶ୍ମୀର କଥା ରବାଣ୍ଡାର ରାଜଧାନୀ କିଗାଲିରେ ହୋଇଥିବା ଇଣ୍ଟର ପାର୍ଲ୍ୟାମେଣ୍ଟାରିରେ ଏହି କଥା ଉଠାଇଥିଲେ। ଏହି ସଭାରେ ଆମ ରାଜ୍ୟସଭାର ଉପ ସଭାପତି ହରିବଂଶ ନାରାୟଣ ସିଂହ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲେ।

ସେ କହିଥିଲେ ପାକିସ୍ତାନକୁ ଭାରତ ବିରୋଧୀ ଆ- ତ- ଙ୍କ- ବା- ଦୀ କାର୍ଯ୍ୟକଳାପ ଶୀଘ୍ର ବନ୍ଦ କରିଦେବା ଆବଶ୍ୟକ। ସେ କହିଥିଲେ କି ପାକିସ୍ତାନ ପି.ଓ.କେ ରେ ମାନବାଧିକାର ଉଲଂଘନ କରୁଛି ଯାହାକୁ ସେ ବନ୍ଦ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଉ କହିଛନ୍ତି କି ଭାରତ ଯେଉଁ ସବୁ ଯାହା ପାକିସ୍ତାନ ଅବୈଧ ରୂପରେ ଅଧିକାର କରିଛି ତାକୁ ବନ୍ଦ କରିଦେବା ଆବଶ୍ୟକ। ଏହା ପ୍ରଥମ ଥର ହେବ ଯେଉଁଠି ତିନୋଟି ଯାକ ମଞ୍ଚରେ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି।

Leave a Reply

Your email address will not be published. Required fields are marked *