ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରୁ ସୀମା ବିବାଦ କାରଣରୁ କୌଣସିବି କ୍ରିକେଟ ସିରିଜ ହୋଇନାହିଁ।ଏହି ଦୁହେଁ କେବଳ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ଏକାଠି ଭିଡିଥାନ୍ତି। ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସିରିଜର ଆୟୋଜନ ଖବର ସାମ୍ନାକୁ ଆସୁଛି। ଏହା କ୍ରିକେଟ ପ୍ରଶଂସକଙ୍କ ପାଇଁ ବଡ଼ ଖବର ଅଟେକି ପୁଣି ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ଦେଖିବାକୁ ମିଳିବ।

୨୦୧୨ରେ ଶେଷଥର ହୋଇଥିଲା ସିରିଜ:
ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷଥର ୨୦୧୨ରେ ସିରିଜ ହୋଇଥିଲା। ଏହା ପରେ ଏହି ଦୁଇ ଦେଶ କେବେ ଆଉ ଆମ୍ନା ସାମ୍ନା ହୋଇନାହାଁନ୍ତି। କିନ୍ତୁ ଦୁଇଟିମ ପ୍ରତି ଆଇସିସି ଟୁର୍ଣ୍ଣାମେଣ୍ଟରେ ସମ୍ମୁଖିନ ହୋଇଥାନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ସୀମା ବିବାଦ ରହିଥାଏ।୨୦୧୯-୨୦୨୦ରେ ଦୁଇ ଦେଶ ମଧ୍ୟରେ ପାଖାପାଖି ଯୁଦ୍ଧର ସ୍ଥିତି ଉପୁଜିଥିଲା। ଏବେ ଚେଷ୍ଟା କରାଯାଉଛିକି କିପରି ଦୁଇଦେଶ ମଧ୍ୟରେ ଭଲ ସଂପର୍କ କରିହେବ।
କଣ ହୋଇପାରେ ସିରିଜ?:
ଭାରତ କ୍ରିକେଟ ବୋର୍ଡର ଜଣେ ସଦସ୍ୟ କହିଛନ୍ତି କି ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କକୁ ଠିକ କରିବାକୁ ଚେଷ୍ଟା କରାଯାଉଛି ଓ ଜଲ୍ଦି ଏକ ସିରିଜ ହେବାର ବିଶ୍ୱାସ ଅଛି। ପିବିସି ପାକିସ୍ତାନର ଖବରକାଗଜ ଡେଲି ଜଙ୍ଗକୁ ଜଣାଇଛନ୍ତି,”ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା କରିବାକୁ ଚେଷ୍ଟା କରାଯାଉଛି। ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ସିରିଜକୁ ନେଇ ମଧ୍ୟ କଥାବାର୍ତ୍ତା କରାଯାଉଛି। ତିନୋଟି ମ୍ୟାଚ ବିଶିଷ୍ଟ ସିରିଜ ହୋଇପାରେ। ଏହା ପାଇଁ ଛଅ ଦିନର ସମୟ ବାହାରିପାରେ। ଏହି ବର୍ଷ ବହୁତ କ୍ରିକେଟ ଖେଳାଯିବାର ଅଛି। ତେଣୁ ଦୁଇଦେଶ ପାଖରେ ସମୟ ବହୁତ କମ ଅଛି କିନ୍ତୁ ସମ୍ପର୍କକୁ ଠିକ କରିବା ପାଇଁ ଜଲ୍ଦି ଦୁଇଦେଶ କୌଣସି ଫଇସଲା ନେଇପାରେ”। ଯଦି ଏପରି ହୁଏ ଏହା ଦୁଇଦେଶର ଖେଳାଳିଙ୍କ ପାଇଁ ଏକ ମୁଖ୍ୟ ଖବର।

ସେହିପରି ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏହମାନ ମନୀ ଏହା ବିଷୟରେ କୌଣସି କଥା ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ପିସିବି ଏହା ପାଇଁ ଏବେ ମଧ୍ୟ ରାଜି ନାହିଁ।
ସେହି ସୂତ୍ରର ଏହା ମଧ୍ୟ କହିବାର ଅଛିକି ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଟିମକୁ ଭିଜା ଦିଆଯାଇପାରେ ଓ ଏହି କଥା ଉପରେ ଲଗାତର ଚର୍ଚ୍ଚା ଚାଲିଛି। କହିରଖିବୁ ଅଳ୍ପ ଦିନ ତଳେ ସୁଟିଙ୍ଗ ବିଶ୍ୱକପ ପାଇଁ ପାକିସ୍ତାନ ଖେଳାଳିଙ୍କୁ ଭାରତର ଭିଜା ଦିଆଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।