ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ପିଏନବି ମେଟଲାଇଟ ଇଣ୍ଡିଆ ଇଂସୁରାନ୍ସ କମ୍ପାନୀ ସହିତ ମିସିକରି ନିଜ ଗ୍ରାହକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର ଆରମ୍ଭ କରିଛନ୍ତି । ଏହା ଏକ ଟର୍ମ ଇଂସୁରାନ୍ସ ପ୍ଲାନ ଅଟେ । ଏହି ପ୍ଲାନରେ ଯଦି ନିବେଶ କରିଥିବା ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ତାକୁ ୨ ଲକ୍ଷ ଟଙ୍କା ମିଳିଥାଏ । ଏହି ଯୋଜନାରେ ସରକାର ଗରିବ ଲୋକଙ୍କୁ ଆଗାମୀ ସୁରକ୍ଷାର ସୁବିଧା ଦେଉଛନ୍ତି । ଦେଶର ସବୁ ଲୋକଙ୍କୁ ଜୀବନ ବୀମାର ସୁବିଧା ଦେବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ଏହି ଯୋଜନାରେ କଣ ଲାଭ ହୋଇଥାଏ ।

କୌଣସି ମେଡ଼ିକାଲର ଆବଶ୍ୟକତା ନାହିଁ:
କହିରଖିବିକି ଏବେଠୁ ଏହି ଯୋଜନା ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ସବୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ଅଟେ ଏହି ଯୋଜନା ପାଇଁ କୌଣସି ମେଡ଼ିକାଲର ଦରକାର ନାହିଁ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମାର ଟର୍ମ ପ୍ଲାନ ନେବାପାଇଁ ବୟସ ୧୮-୫୦ ରହିଛି । ଏହି ପଲିସିର ମେଚୋରିଟି ୫୫ ବର୍ଷ ଅଟେ ।
ଦେବାକୁ ପଡିବ ମାତ୍ର ୩୩୦ ଟଙ୍କା:
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ପଲିସିକୁ ପ୍ରତି ବର୍ଷ ରେନୁ କରିବାକୁ ପଡିବ । ଏଥିରେ ଅୟୋର୍ଡ଼ ଆମାଉଣ୍ଟ ବା ବୀମା ରାଶି ୨ ଲକ୍ଷ ଟଙ୍କା ଅଟେ । ଏହି ଯୋଜନା ଅନୁସାରେ ଗ୍ରାହକଙ୍କୁ ପ୍ରତି ବର୍ଷ ମାତ୍ର ୩୩୦ ଟଙ୍କା ଦେବାକୁ ହେବ କିନ୍ତୁ ପ୍ରଥମ ବର୍ଷର ପ୍ରିମୀୟମ ନେବା ଉପରେ ନିର୍ଭର କରିବ ।
୧ ସେପ୍ଟେମ୍ବର ୨୦୨୮ରୁ ହୋଇଥିଲା ଆରମ୍ଭ:
ଆପଣଙ୍କୁ କହିରଖିବିକି ପିଏମ ମୋଦୀ ୧ ସେପ୍ଟେମ୍ବର ୨୦୧୮ କୁ ଆଇପିପିବିକୁ ଲଞ୍ଚ କରିଥିଲେ । ଏହି ବ୍ୟାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଦୂର ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରିବା । ଏହି ଯୋଜନା ଅନୁସାରେ ୧.୫୫ ପୋଷ୍ଟ ଅଫିସ(ଗ୍ରାମ ଅଞ୍ଚଳରେ ୧.୩୩ ଲକ୍ଷ)ଓ ୩ ଲକ୍ଷ ଡାକ କର୍ମଚାରୀଙ୍କ ଡାକ ନେଟୱାର୍କର ଉପଯୋଗ କରାଯିବ ।

କଣ ହୋଇଥାଏ ଟର୍ମ ପ୍ଲାନ:
କୌଣସି ବୀମା କମ୍ପାନୀର ଟର୍ମ ପ୍ଲାନର ଅର୍ଥ କୌଣସି ଅଶୁବିଧାରେ ସୁରକ୍ଷା ଅଟେ। ଟର୍ମ ପ୍ଲାନରେ ପଲସିଧାରକଙ୍କ ମୃତ୍ୟୁ ହେବା ପରେ ବୀମା କମ୍ପାନୀ ଇଂସୁରାନ୍ସ ପୁରା ପଇସା ନୋମିନି କୁ ଦେଇଥାଏ। ଯଦି ପଲିସି ନେଇଥିବା ବ୍ୟକ୍ତି ସମୟ ସରିବା ପରେ ମଧ୍ୟ ଜୀବିତ ରହିଥାଏ ତେବେ ସେ ଏହି ବୀମାର କୌଣସି ଲାଭ ପାଇନଥାଏ। ବାସ୍ତବରେ ଟର୍ମ ପ୍ଲାନ ବହୁତ କମ ପ୍ରିମୀୟରରେ ଲୋକଙ୍କ ସୁରକ୍ଷା ରକ୍ଷା କରିବାର ସୁନ୍ଦର ମାଧ୍ୟମ ଅଟେ।
ଏଇଠୁବି ନେଇପାରିବେ ପଲିସି ବିଷୟରେ ସୂଚନା:
ଏହି ପଲିସି ବିଷୟରେ ଅଧିକ ଜାଣିବା ପାଇଁ ୧୮୦୦୧୮୦୧୧୧୧ ଟ୍ରୋଲ ଫ୍ରି ନମ୍ବର ଫୋନ କରିପାରିବେ ବା
www.financialservices.gov.in ରେ କ୍ଲିକ କରି ଯୋଜନା ବିଷୟରେ ସମସ୍ତ ତଥ୍ୟ ପଢିପାରିବେ।

ଅନେକ ଭାଷାରେ ଅଛି ଉପଲବ୍ଧ:
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପାଇଁ ଫର୍ମ ଅଲଗା ଅଲଗା ଭାଷାରେ ଭାରତରେ ଉପଲବ୍ଧ ଅଛି। ଏଥିରେ ଇଂରାଜୀ, ହିନ୍ଦୀ, ଗୁଜୁରାଟି, ବଙ୍ଗଳା, କନଡ଼, ଓଡ଼ିଆ,ମରାଠୀ, ତାମିଲ ଓ ତେଲଗୁ ସାମିଲ ଅଛି।ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନାରେ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇ ଏଠି କ୍ଲିକ କରନ୍ତୁ-
http://jansuraksha.gov.in/
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।