ICC ଟି-୨୦ ରାକିଙ୍ଗରେ ୨ ନମ୍ବରରେ ପହଁଚିଛି ଭାରତ,ଜାଣନ୍ତୁ ନମ୍ବର ୧ରେ ପହଁଚିବା ପାଇଁ ଇଂଲଣ୍ଡକୁ କେତେ ଅଙ୍କରେ ହରାଇବାକୁ ପଡିବ।

ଇଂଲଣ୍ଡ ସହ ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଖୁସି ଖବର ମିଳିଛି। ଭାରତୀୟ ଟିମ ଆଇସିସିର ଟି-୨୦ ରାକିଙ୍ଗରେ ୨ ନମ୍ବରରେ ପହଁଚିଯାଇଛି।ଟିମ ଇଣ୍ଡିଆ ୩ ନମ୍ବରରେ ଥିଲା ଓ ଏବେ ଏକ ସ୍ଥାନ ଆଗକୁ ଆସିଯାଇଛି। ଇଂଲଣ୍ଡ ଏବେ ଭାରତଠୁ ସାତ ଅଙ୍କ ଆଗରେ ଅଛି। ସେ ଏହା ପୂର୍ବରୁ ତୃତୀୟ ସ୍ଥାନରେ ଥିଲା କିନ୍ତୁ ଅଳ୍ପ ଦିନ ତଳେ ଅଷ୍ଟ୍ରେଲିଆ ନ୍ୟୁଜଲ୍ୟାଣ୍ଡ ସହ ୨-୩ ରେ ସିରିଜ ହାରିବା ପରେ ଭାରତ ଟିମ ଆଗକୁ ଯିବାରେ ସଫଳ ହେଲା। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଅଙ୍କର ଫରକ ଅଛି।

Google

ଟିମ ଇଣ୍ଡିଆ ପାଖରେ ଇଂଲଣ୍ଡକୁ ହରାଇ ନମ୍ବର ୧ ହେବାର ମୌକା ଅଛି। କିନ୍ତୁ କେବଳ ଇଂଲଣ୍ଡ ସହ ସିରିଜ ଜିତିବା କାଫି ନୁହେଁ। ଟିମ ଇଣ୍ଡିଆକୁ ନମ୍ବର ୧ ହେବାକୁ ହେଲେ ଇଂଲଣ୍ଡକୁ ୪-୧ ରେ ହରାଇବାକୁ ପଡିବ। ଯଦି ଇଂଲଣ୍ଡକୁ ଭାରତ ୩-୨ ରେ ହରାଇବ ତେବେ ଇଂଲଣ୍ଡ ପ୍ରଥମ , ଭାରତ ଦ୍ୱିତୀୟ ଓ ଅଷ୍ଟ୍ରେଲିଆ ତୃତୀୟ ରାଙ୍କିଙ୍ଗରେ ଅବସ୍ତିତ ହେବେ।

କେଏଲ ରାହୁଲଙ୍କ ରାକିଙ୍ଗ କମିଲା:

ଟି-୨୦ ବ୍ୟାଟ୍ସମ୍ୟାନଙ୍କ କଥା କହିବା ତ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏକ ସ୍ଥାନ ଖସି ଖସି ତୃତୀୟ ନମ୍ବରରେ ପହଁଚିଯାଇଛନ୍ତି। ବିରାଟ କୋହଲି ପୂର୍ବ ଭଳି ୬ ନମ୍ବରରେ ଅଛନ୍ତି। ରାହୁଲଙ୍କର ୮୧୬ ରେଟିଙ୍ଗ ଅଙ୍କ ଅଛି।ସେ ଇଂଲଣ୍ଡର ଡେଭିଡ ମଲାନ ୯୧୬ ଅଙ୍କ ଓ ଅଷ୍ଟ୍ରେଲିଆର ଏରୋନ ଫିଞ୍ଚ ୮୩୦ ଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି।କୋହଲିଙ୍କର ୬୯୭ ଅଙ୍କ ଅଛି। ଫିଞ୍ଚ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଶେଷ ତିନୋଟି ଟି-୨୦ ରେ ୬୭,୭୯ ଓ ୩୬ ରନ କରି ଏକ ସ୍ଥାନ ଆଗକୁ ଯାଇଛନ୍ତି। ନ୍ୟୁଜଲ୍ୟାଣ୍ଡର ମାର୍ଟିନ ଗପଟିଲ ଦୁଇଟି ଅର୍ଦ୍ଧଶତକ ମାରି ଅଷ୍ଟ୍ରେଲିଆ ବିରୁଦ୍ଧ ସିରିଜରେ ୨୧୮ ରନ କରିଛନ୍ତି ଯାହା ଫଳରେ ସେ ୩ଟି ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ପହଁଚିଯାଇଛନ୍ତି।

Google

ଅଷ୍ଟ୍ରେଲିଆର ଏଷ୍ଟନ ଏଗର ଓ ନ୍ୟୁଜଲ୍ୟାଣ୍ଡର ଇସ ସୋଢ଼ି ସିରିଜରେ ୧୩ ଓ ୮ ୱିକେଟ ଅକ୍ତିଆର କରି ନିଜ ରାକିଙ୍ଗରେ ଭଲ କରିଛନ୍ତି। ଏଷ୍ଟନ ଚାରିଟି ସ୍ଥାନ ଉପରକୁ ଉଠି ଚତ୍ରୁର୍ଥ ଓ ସୋଢ଼ି ତିନୋଟି ସ୍ଥାନ ଉପରକୁ ଉଠି ୮ ମ ସ୍ଥାନରେ ପହଁଚିଯାଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ୬ ୱିକେଟ ନେଇଥିବା ଶ୍ରୀଲଙ୍କାର ସ୍ପିନର ଲକ୍ଷ୍ମଣ ସଂଦାକନ ୯ ସ୍ଥାନ ଉପରକୁ ଉଠି ୧୦ ମ ସ୍ଥାନରେ ପହଁଚିଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *