୧୯୯୨ ମସିହାରୁ ଋଷିଆନ ଫେଡରେଶନ ତିଆରି ହୋଇଥିଲା। ଏହାପରେ କେହି ଭାବି ନଥିଲେ ଯେ, ରୁଷିଆ ଭାରତର ଦ୍ଵିତୀୟ ସର୍ବବୃହତ ଅଏଲ ସପ୍ଲାଏର ହୋଇଯିବ ବୋଲି। ବର୍ତ୍ତମାନ ସେ ସାଉଦି ଅରବକୁ ମଧ୍ୟ ପଛରେ ପକାଇ ଦେଇଛି। ବହୁତ ଜଲ୍ଦି ରୁଷିଆ ଭାରତର ପ୍ରଥମ ତୈଳ ରପ୍ତାନୀ ଦେଶ ମଧ୍ୟ ହୋଇପାରେ। ଭାରତ ଏବଂ ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ଆମଦାନୀ ରପ୍ତାନୀ ସମୁଦାୟ ୧୫ ବିଲୀୟନରେ ପହଂଚିଛି। ଏହା ପୂର୍ବରୁ ଏହା ୮ ବିଲୀୟନ ଥିଲା। ପ୍ରଥମ ସ୍ଥାନରେ ରହିଛି ଇରାକ ଯିଏକି ଭାରତକୁ ତୈଳ ରପ୍ତାନୀ କରୁଛି।

ସାଉଦି ଆରବ ଦ୍ଵିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଛି। ଏହା ପୂର୍ବରୁ ଥରେ ଭାରତ ରୁଷିଆକୁ ତୈଳ ରପ୍ତାନୀ ନେଇ ସାହାଯ୍ୟ କରିଥିଲା। ବର୍ତ୍ତମାନ ରୁଷିଆ ଭାରତର ଏହି ସାହାଯ୍ୟ ଭୁଲି ନାହିଁ। ରୁଷିଆ ନିଜ ତୈଳ ଉତ୍ପାଦନର ୧୮ ପ୍ରତିଶତ କେବଳ ଭାରତକୁ ହିଁ ରପ୍ତାନୀ କରୁଛି। ଏହାର ପରିମାଣ ଆଗକୁ ମଧ୍ୟ ବଢ଼ିପାରେ। ବର୍ତ୍ତମାନ ଆମେରିକାରେ ତୈଳ ଉତ୍ପାଦନ କ୍ଷମତା କମି ଯାଇଛି। ଚୀନ ବର୍ତ୍ତମାନ ରୁଷିଆ ଠାରୁ ତୈଳ ମଧ୍ୟ କିଣୁଛି। କିନ୍ତୁ ଭାରତ ଚାଇନା ଅପେକ୍ଷା ଅଧିକ ତୈଳ ରୁଷିଆ ଠାରୁ କିଣୁଛି। ଭାରତର ଅଧିକ ତୈଳ କିଣିବାର ଖରାପ ପ୍ରଭାବ ୟୁକ୍ରେନ ଯୁଦ୍ଧ ଉପରେ ପଡୁ ନାହିଁ। କାରଣ ରୁଷିଆ ଇଉରୋପୀୟନ ୟୁନିୟନ ଗୁଡିକୁ ୬୧ ପ୍ରତିଶତ ତୈଳ ସପ୍ଲାଏ କରୁଛି ଯାହାକି ଭାରତ ଠାରୁ ବହୁତ ଅଧିକ। ତେଣୁ ଯଦି ଭାରତ ବିରୋଧରେ ରୁଷିଆକୁ ସାମର୍ଥନ କରିବା ଯୋଗୁଁ କିଛି ଖରାପ ଅଭିଯୋଗ ଆସେ ,ତେବେ ଭାରତ ଏହା କହି ପାରିବ ଯେ, ଭାରତ ଠାରୁ ଅଧିକ ସହଯୋଗ ରୁଷିଆକୁ ଏହାର ଇଉରୋପୀୟନ ୟୁନିୟନମାନେ କରିଛନ୍ତି।
ଭାରତ ପ୍ରତି ତୈଳ ରପ୍ତାନୀର ପରିମାଣ ଭବିଷ୍ୟତରେ ବଢିବା ନେଇ ଆଶା ମଧ୍ୟ ଉପୁଜିଛି। କାରଣ ରୁଷିଆ ଭାରତକୁ ଆଇଏନସଟି ପଠାଇଛି। ଏହା ଏକ ଅପରେସନ ଯାହାକି ଟେଷ୍ଟ ପାଇଁ ଭାରତରେ ଆସି ପହଂଚିଛି। ଏହା ରପ୍ତାନୀର ପରିବହନ ଠିକ କରିବା ନେଇ ଗଠନ କରାଯାଇଛି। ଶୀତ ଦିନରେ ପରିବହନ ନେଇ ହେଉଥିବା ଅସୁବିଧା ଗୁଡିକୁ ପରିବର୍ତ୍ତନ କରି ଇରାନ ଦେଇ ଯିବାକୁ ନିଷ୍ପତ୍ତି ନିଆ ଯାଇଛି। ଏହା ଦ୍ୱରା ମାତ୍ର ୨ ଟି ଦେଶ ଦେଇ ତୈଳ ଭାରତରେ ପହଞ୍ଚିବ। ଭବିଷ୍ୟତରେ ରୁଷିଆ ଅତି ସହଜରେ ଭାରତକୁ ବହୁତ କିଛି ରପ୍ତାନୀ କରି ପାରିବ। ଭାରତର ପ୍ରାଇଭେଟ କମ୍ପାନୀ ମଧ୍ୟ ଏହାର ତୈଳକୁ କିଣି ପରିସ୍କାର କରୁଛି ଏବଂ ଲାଭବାନ ମଧ୍ୟ ହେଉଛି। ଯଦି ଭାରତ ରୁଷିଆ ସହ ସମ୍ପର୍କ ଘନିଷ୍ଠ କରେ ତେବେ ରୁଷିଆ ଚାଇନା ସହ ମିତ୍ରତା କରିବ ନାହିଁ। ସେ କହିଛି ଯେ, ଯୁଦ୍ଧ ସମୟରେ ୟୁକ୍ରେନରେ ଫେରିଥିବା ଭାରତୀୟ ଛାତ୍ର ଛାତ୍ରୀମାନଙ୍କୁ ରୁଷିଆ ଏହା ଅଧୀନରେ ଡିଗ୍ରୀ ହାସଲ କରିବାର ସୁଯୋଗ ଦେବ। ଏହି ଛାତ୍ର ଛାତ୍ରମାନଙ୍କୁ ରୁଷିଆରେ ଅତି ସମ୍ମାନର ସହିତ ପଢ଼ା ଯିବ। ଋଷିଆନ ୟୁନିଭରସିଟି ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର ଛାତ୍ରୀମାନଙ୍କ ଏହି ଅଫର ଦେଇଛି।

ଏହା ଦ୍ୱାରା ସେମାନେ ତାଙ୍କ ଇଚ୍ଛା ମୁତାବକ ରୁଷିଆର ଯେ କୌଣସି କଲେଜରେ ନିଜ ଡିଗ୍ରୀ ସମ୍ପୂର୍ଣ୍ଣ କରି ପାରିବେ। ଏଥିପାଇଁ ତାଙ୍କୁ ଭାରତରେ ଥିବା ଋଷିଆନ ଆମ୍ବାସିରେ କିଛି ସାର୍ଟିଫିକେଟ ସହିତ ତାଙ୍କ ପୂର୍ବ ବର୍ଷର ମାର୍କସିଟ ଦାଖଲ କରିବାକୁ ପଡିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।