ଭାରତ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ୱିତୀୟ ଟି୨୦ ମ୍ୟାଚରେ ଛଅ ୱିକେଟରେ ବିଜୟ ହାସଲ କରି ତିନୋଟି ମ୍ୟାଚର ଏହି ସିରିଜକୁ କବଜା କରି ନେଇଛନ୍ତି।
ବିରାଟ କୋହଲିଙ୍କ ନେତୃତ୍ୱ ଧୀନରେ ଭାରତ ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ୱିତୀୟ ଟି୨୦ ମ୍ୟାଚକୁ ଛଅ ୱିକେଟ ଅନ୍ତରରେ ନିଜ ନାମରେ କରିନେଇଛନ୍ତି। ଏହା ସହିତ ତିନୋଟି ମ୍ୟାଚର ସିରିଜ ଉପରେ ମଧ୍ୟ ନିଜର ଅଧିନରେ ରଖିଛନ୍ତି। ପ୍ରଥମେ ବ୍ୟାଟିଙ୍ଗ କରି ଅଷ୍ଟ୍ରେଲିଆ ଭାରତକୁ ୧୯୫ ରନର ଲକ୍ଷ୍ୟ ଦେଇଥିଲା, ଯାହାକୁ ଭାରତ ସହଜରେ ହାସଲ କରିନେଲା। ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଅଷ୍ଟ୍ରେଲିଆ ଭୂମିରେ ଭାରତ ଏ ପର୍ଯ୍ୟନ୍ତର ଦ୍ୱିତୀୟ ବଡ଼ ସଫଳ ଲକ୍ଷ୍ୟ ହାସଲ କରିଛି। ୨୦୧୬ରେ ସିଡନୀରେ ଭାରତ ୧୯୮ ରନର ସଫଳ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇଥିଲା।
ସେହିପରି ଏହା ସହିତ ଭାରତ ଟି୨୦ କ୍ରିକେରେ ବଡ ରେକର୍ଡକୁ ଭଙ୍ଗ କରିଛି। ଭାରତର ଏହା ଲଗାତାର ଦଶମ ଟି୨୦ ବିଜୟ ଥିଲା। ଏହା ସହିତ ପାକିସ୍ତାନର ଲଗାତର ୯ଟି ଟି୨୦ ମ୍ୟାଚ ଜିତିବାର ରେକର୍ଡକୁ ଭଙ୍ଗ କରିଛି।ପାକିସ୍ତାନ ୨୦୧୮ରେ ଲଗାତର ୯ଟି ଇଣ୍ଟରନ୍ୟାସନାଲ ଟି୨୦ ମ୍ୟାଚ ଜିତିବାର ରେକର୍ଡ କରିଥିଲା। ଜୁଲାଇ ୨୦୧୮ରୁ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନ ହରାରେ ଟ୍ରାଇ-ସିରିଜରେ ଜିମ୍ବାୱେକୁ ଏବଂ ପୁଣି ଦୁଇ ଥର ଅଷ୍ଟ୍ରେଲିଆକୁ ହରେଇଲା। ଏହାପରେ ୟୁଏଇରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲ୍ୟାଣ୍ଡକୁ ତିନି ତିନି ଥର ହରେଇଲା। ବିରାଟ କୋହଲିଙ୍କ ଦଳ ଶୁକ୍ରବାରକୁ କାନବେରାରେ ବାଜି ମାରି ଲଗାତାର ୯ଟି ଇଣ୍ଟରନ୍ୟାସନାଲ ମ୍ୟାଚ ଜିତିବାର ପାକିସ୍ତାନର ରେକର୍ଡ଼ ସହ ବରାବରି ପୂର୍ବରୁ କରିଦେଇଥିଲା।
ଗତ ବର୍ଷ ଭାରତର ଆରମ୍ଭ ହୋଇଥିଲା ଯାତ୍ରା:-
ଗତ ବାର ମାସରୁ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଗୋଟିଏ ବି ଇଣ୍ଟରନ୍ୟାସନାଲ ଟି୨୦ ମ୍ୟାଚ ହାରିନାହିଁ। ଡିସେମ୍ବର ୨୦୧୯ରେ ୱେଷ୍ଟଇନଡିଜ୍ ବିରୁଦ୍ଧରେ ମୁମ୍ବାଇରେ ମିଳିଥିବା ବିଜୟରୁ ଭାରତୀୟ ଦଳର ଏହି ଯାତ୍ରା ଆରମ୍ଭ ହୋଇଥିଲା।୨୦୨୦ରେ ଭାରତ ନିଜ ଭୂମିରେ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ଟି୨୦ ସିରିଜ ଖେଳିଥିଲା। ପ୍ରଥମ ମ୍ୟାଚ ଗୁହ୍ଵାଟିରେ ବର୍ଷା କାରଣରୁ ରଦ୍ଧ ହୋଇଯାଇଥିଲା,ଯେତେବେଳେ କି ଇନ୍ଦୋର ଓ ପୁନେରେ ଖେଳା ଯାଇଥିବା ବାକି ଦୁଇଟି ମ୍ୟାଚରେ ଭାରତ ବିଜୟ ଲାଭ କରିଥିଲା। ଏହାପରେ ନ୍ୟୁଜଲ୍ୟାଣ୍ଡ ଗ୍ରସ୍ତରେ ଭାରତ ୫-୦ରେ ମେଜବାନରେ ସିରିଜ ପୋଛିନେଇଥିଲା,ଯେଉଁଥିରେ ସେ ଦୁଇଟି ମ୍ୟାଚ ସୁପରଓଭରରେ ଜିତିଥିଲେ। ଶୁକ୍ରବାରକୁ ମିଳିଥିବା ବିଜୟ ଭାରତ ଲଗାତାର ନବମ ବିଜୟ ଥିଲା ଓ ରବିବାରକୁ ଦଶମ ବିଜୟ ନିଜ ହାତ ମୁଠାକୁ ନେଇଆସିଲା।

ଯଦିଓ ଲଗାତାର ସବୁଠୁ ଅଧିକ ଇଣ୍ଟରନ୍ୟାସନାଲ ଟି୨୦ ମ୍ୟାଚ ଜିତିବାର ରେକର୍ଡ ଆଫଗାନିସ୍ତାନ ନାମରେ ଅଛି। ସେ ୨୦୧୮ରୁ ୨୦୧୯ ପଯ୍ୟନ୍ତ ୧୨ଟି ମ୍ୟାଚ ଜିତିଥିଲେ ୨୦୧୬ ରୁ ୨୦୧୭ ମଧ୍ୟରେ ୧୧ଟି ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ମଧ୍ୟ ଏହି ଦଳର କବଜା ଅଛି। ଯଦି ଭାରତୀୟ ଦଳ ଅଷ୍ଟ୍ରେଲିଆରେ କ୍ଲିନ ସ୍ୱିଇପ କରିବ ତେବେ ସେ ଆଫଗାନିସ୍ତାନର ୧୧ଟି ମ୍ୟାଚର ରେକର୍ଡ ସହ ସମାନ ହୋଇଯିବ। ସେହିପରି ଆଇସିସି ଟି୨୦ ମ୍ୟାଚ ପାହ୍ୟାରେ ମଧ୍ୟ ଦ୍ୱିତୀୟ ସ୍ଥାନକୁ ଆସିଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।