ଭାରତ ନିଜର ପ୍ରଥମ ଟେଷ୍ଟ ଚେନ୍ନାଇରେ ୨୨୭ ରନରେ ହାରିଲା। ଏହି ହାର ପାଇଁ ବହୁତ ବଡ଼ କାରଣ ମାନଙ୍କ ଭିତରୁ ଗୋଟେ କାରଣ ଥିଲା ନିଜର ପ୍ଲେଇଁ ଇଲେଭେନ ବାଛିବା। ଭାରତ ଶାହବାଜ ନଦୀମ ଆଉ ୱାଶିଂଟନ ସୁନ୍ଦରଙ୍କ ଭଳି ଅନଭିଜ୍ଞ ବୋଲର ମାନଙ୍କୁ ନିଜର ପ୍ଲେଇଁ ଇଲେଭେନରେ ଜାଗା ଦେଲେ ଯାହାର ଫାଇଦା ଇଂଲଣ୍ଡର ବ୍ୟାଟ୍ସମ୍ୟାନ , ଖାସ କରି ଜୋ ରୁଟ ବହୁତ ଭଲ ଭାବେ ଉଠେଇଲେ। ଏବେ ପ୍ରଶ୍ନ ଏଇଆ କି ଭାରତକୁ ଯଦି ସିରିଜ ପଲଟେଇବାର ଅଛି ତାହେଲେ ଭାରତକୁ ନିଜ ପ୍ଲେଇଁ ଇଲେଭେନରେ କି କି ବଦଳ କରିବାକୁ ହେବ।

ଶହବାଜ ନଦୀମଙ୍କର ଖରାପ ପ୍ରଦର୍ସନ ପରେ ତାଙ୍କର ଟିମରେ ଜାଗା ମିଳିବା ବହୁତ କଷ୍ଟ। ଶହବାଜ ନଦୀମ ପ୍ରଥମ ମ୍ୟାଚରେ ୪ଟି ୱିକେଟ ତ ନେଲେ ମାତ୍ର ସେ ୨୩୩ ରନ ଲୁଟେଇଲେ। ଏମିତିରେ ତାଙ୍କୁ ପ୍ଲେୟିଙ୍ଗ ଇଲେବେନରେ ଜାଗା ମିଳିବା କଷ୍ଟ। ଭାରତର ଫ୍ୟାନ ମାନେ ଏହା ଆଶା ଲଗାଉଛନ୍ତି କି ଟିମ ଇଣ୍ଡିଆ ଆର ଟେଷ୍ଟ ପାଇଁ କୂଳଦୀପ ୟାଦବଙ୍କୁ ଜାଗା ଦେବ ମାତ୍ର ବିରାଟ କୋହଲି କିଛି ଅଲଗା ରାୟ ରଖୁଛନ୍ତି। ବିରାଟ କୋହଲି କହିଲେ କି ତାଙ୍କୁ ଶହବାଜ ନଦୀମଙ୍କୁ ପ୍ଲେଇଁ ଇଲେଭେନରେ ସାମିଲ କରିବା ଉପରେ କିଛି ପ୍ରାୟଶ୍ଚିତ ନାହିଁ କାରଣ କୂଳଦୀପ ୟାଦବ ବି ଭିତର ଆଡକୁ ବଲ ଆଣନ୍ତି ଆଉ ଶହବାଜ ନଦୀମ ବି ଭିତର ଆଡକୁ ବଲ ଆଣନ୍ତି। ସେ ବାସ ତାଙ୍କ ବୋଲିଂ ୟୁନିଟରେ କିଛି ବଦଳ କରିବାକୁ ଚାହାନ୍ତି। ଏବେ ତାଙ୍କର ଏହି ବୟାନ ପରେ ଆମକୁ ଭାବିବାକୁ ହେବ କି ଦ୍ୱିତୀୟ ଟେଷ୍ଟର ପ୍ଲେଇଁ ଇଲେଭେନରେ କିଏ ସ୍ଥାନ ପାଉଛି।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ପ୍ଲେଇଁ ଇଲେଭେନ କଣ ହେବ: ସୁନୀଲ ଗାଭାସ୍କରଙ୍କ ଅନୁସାରେ ଭାରତକୁ ଦ୍ୱିତୀୟ ଟେଷ୍ଟ ପାଇଁ କୂଳଦୀପ ୟାଦବଙ୍କୁ ଜାଗା ଦେବା ଦରକାର। ତ ପ୍ରଶ୍ନ ଉଠୁଛି କି କଣ ଶହବାଜ ନଦୀମଙ୍କ ଜାଗାରେ କୂଳଦୀପଙ୍କୁ ଜାଗା ମିଳିବା ଦରକାର ନା ଆହତ ହେଇଥିବାରୁ ଖେଳିପାରି ନଥିବା ଅକ୍ଷର ପଟେଲଙ୍କୁ ଜାଗା ମିଳିବା ଦରକାର? ୱାଶିଂଟନ ସୁନ୍ଦର ଜଣେ ବୋଲିଂ ଅଲରାଉଣ୍ଡର ଭାବେ ମ୍ୟାଚରେ ସ୍ଥାନ ମିଳିଥିଲା। ମାତ୍ର ସେ ବୋଲିଂରେ ନିଜକୁ ସାବ୍ୟସ୍ତ କରି ପାରିନଥିଲେ। ପ୍ରଥମ ଇନିଂସରେ ତାଙ୍କ ହାତରେ ଗୋଟେ ବି ୱିକେଟ ଲାଗି ନଥିଲା ମାତ୍ର ବ୍ୟାଟିଂରେ ସେ ପୁଣି ଥରେ ନିଜକୁ ସାବ୍ୟସ୍ତ କଲେ। ସେ ପ୍ରଥମ ଇନିଂସ ରେ ୮୫ ରନର ଇନିଂସ ଖେଳିଲେ। ମାତ୍ର ଭାରତ ଏବେ ଯଦି ଅକ୍ଷର ପଟେଲଙ୍କର ବ୍ୟାଟିଂ ଉପରେ ଭରସା ଦେଖାଉଛି ତାହେଲେ ସେ ସୁନ୍ଦରଙ୍କର ଜାଗା ଗ୍ରହଣ କରିପାରିବେ ଏବଂ କୂଳଦୀପ ନଦିମଙ୍କ ଜାଗାରେ ଖେଳିପାରିବେ।
୨ୟ ଟେଷ୍ଟ ପାଇଁ ଭାରତର ପ୍ଲେଇଁ ଇଲେଭେନ: ରୋହିତ ଶର୍ମା, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୂଳଦୀପ ୟାଦବ, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।