ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଟିମରେ ବଦଳ ହେବ। ଏହି ଷ୍ଟାର ଖେଳାଳିଙ୍କୁ ମିଳିପାରେ ମୌକା।

ଭାରତ ଆଉ ଇଂଲଣ୍ଡ ଭିତରେ ହେଉଥିବା ଚାରି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ୪ ମାର୍ଚ୍ଚ ଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତୀୟ ଆଗ ଧାଡି ଫାଷ୍ଟ ବୋଲର ଯଶପ୍ରୀତ ବୁମରାହ ବ୍ୟକ୍ତିଗତ କାରଣରୁ ଏହି ଟେଷ୍ଟରୁ ବାହାରି ଯାଇଛନ୍ତି। ଏହି ସମୟରେ ବୁମରାହଙ୍କ ଜାଗାରେ ଭାରତୀୟ ପେସ୍ ବୋଲର ଉମେଶ ୟାଦବଙ୍କୁ ସୁଯୋଗ ମିଳି ପାରେ। ଅହମ୍ମଦାବାଦ ଟେଷ୍ଟ ମ୍ୟାଚରେ ସୁଯୋଗ ମିଳିବାକୁ ଥିବା ଏହି ବୋଲର ଅଷ୍ଟ୍ରେଲିଆ ସିରିଜରେ ଆହତ ହେଇ ଯାଇଥିଲେ। ତାଙ୍କୁ ଶେଷ ଦୁଇ ଟେଷ୍ଟ ପାଇଁ ଇଣ୍ଡିଆ ଟିମରେ ଅନ୍ତର୍ଭୁକ୍ତ କରାଯାଇଛି।

Google

ଅହମ୍ମଦାବାଦର ପରିସ୍ଥିତି ଦେଖି ଭାରତ ତିନୋଟି ସ୍ପିନର ସହ ଖେଳିବା ନିଶ୍ଚିତ ହେଇ ସାରିଛି। ଅଶ୍ୱିନ, ଅକ୍ସର ପଟେଲ ନିଜର ଯଲବା ବିଖରେଇବା ପାଇଁ ପୁରା ତୟାର ଅଛନ୍ତି। ଆଉ ୱାଶିଙ୍ଗତନ ସୁନ୍ଦର ଙ୍କର ବ୍ୟାଟିଂ ଦେଖି ତାଙ୍କୁ କୂଳଦୀପ ୟାଦବଙ୍କ ଉପରେ ସ୍ଥାନ ମିଳିବାକୁ ଯାଉଛି। ଆଉ ଭାରତର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କର ଖେଳିବା ନିଶ୍ଚୟ ଅଟେ। ଆଉ ତାଙ୍କ ସାଥ ଦେବା ପାଇଁ ଉମେଶ ୟାଦବଙ୍କୁ ସୁଯୋଗ ମିଳିପାରେ।

ଭାରତୀୟ ବ୍ୟାଟିଂ କ୍ରମରେ କିଛି ବଦଳ ହେବାର ଦେଖା ଯାଉ ନାହିଁ। ରୋହିତ ଶର୍ମା ଆଉ ଶୁଭମାନ ଗିଲଙ୍କ କାନ୍ଧରେ ଓପନିଙ୍ଗର ଭାର ଅଛି। ଆଉ ତା ପରେ ଚେତେସ୍ୱର ପୂଜାରା , ପରେ ବିରାଟ କୋହଲି ଆଉ ତା ପରେ ଆଜିଙ୍କ୍ୟ ରାହାଣେ ବ୍ୟାଟିଂ ପାଇଁ ଅଛନ୍ତି। ଆଉ ତା ପରେ ଋଷଭ ପନ୍ତ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଚୟସ ରହିବେ।

Google
ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଟିମ:

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), କେ ଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ( ୱିକେଟ କିପର), ଋଦ୍ଧିମାନ ଶାହା(ୱିକେଟ କିପର), ରବି ଅଶ୍ୱିନ,ଅକ୍ସର ପଟେଲ, କୂଳଦୀପ ୟାଦବ, ୱାସିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ଉମେଶ ୟାଦବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *