IND vs AUS: ଶୁକ୍ରବାର (୨୭ ନଭେମ୍ବର) ଦିନ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି) ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରି ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ଅଷ୍ଟ୍ରିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୭୪ ରନ୍ କରିଥିଲା । ୫୦ ଓଭରରେ ୮ ୱିକେଟ୍ ହରାଇ ଭାରତୀୟ ଦଳ କେବଳ ୩୦୮ ରନ୍ କରି ପାରିଥିଲା ।

ଏହି ବିଜୟ ପରେ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି । ଭାରତ ପାଇଁ ପାଣ୍ଡ୍ୟା ସର୍ବାଧିକ ୯୦ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସ ସମୟରେ ପାଣ୍ଡ୍ୟା ୭୬ ବଲ୍ ସମ୍ମୁଖୀନ ହୋଇଥିଲେ ଏବଂ ୭ ଚୌକା ଏବଂ ୪ ଛକା ମାରିଥିଲେ । ଶିଖର ଧାୱନ ୮୬ ବଲରୁ ୭୪ ରନ୍ ସଂଗ୍ରହ କରିଥିଲେ ।
ଏହାପୂର୍ବରୁ ଅଧିନାୟକ ଆରୋନ ଫିଞ୍ଚ ଏବଂ ଷ୍ଟିଭ ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷ ODI ରେ ସର୍ବାଧିକ ସ୍କୋର କରିଥିଲା । ଫିଞ୍ଚ ଏବଂ ସ୍ମିଥଙ୍କ ବ୍ୟତୀତ ଡେଭିଡ ୱାର୍ନର ମଧ୍ୟ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ୱାର୍ଣ୍ଣର ୬ ଟି ଚୌକା ସହାୟତାରେ ୭୬ ବଲରେ ୬୯ ରନ୍ ସଂଗ୍ରହ କରିଥିଲେ । ଫିଞ୍ଚ ୧୨୪ ବଲରୁ ୧୧୪ ସ୍କୋର କରିଥିଲେ । ସ୍ମିଥ୍ ୬୬ ବଲରୁ ୧୦୫ ରନ୍ କରିଥିଲେ । ସ୍ମିଥ୍ ତାଙ୍କ ଇନିଂସରେ ୧୧ ଚୌକା ଓ ୪ ଛକା ମାରିଥିଲେ । ଉଜ୍ଜ୍ୱଳ ନକ୍ ପାଇଁ ସ୍ମିଥ୍ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ମହମ୍ମଦ ଶାମି ଭାରତ ପାଇଁ ତିନୋଟି ୱିକେଟ୍ ନେଇଥିଲେ ।

ମହମ୍ମଦ ଶାମି ଭାରତ ପାଇଁ ତିନୋଟି ୱିକେଟ୍ ନେଇଥିଲେ । ବୁମରା, ସାଇନି ଏବଂ ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଆଡାମ ଜାମ୍ପା ୪, ଜୋଶ ହାଜଲେଉଡ ୩ ଏବଂ ଷ୍ଟାର୍କ ୧ ୱିକେଟ୍ ନେଇଥିଲେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।