ଦିନିକିଆରେ ସିରିଜ ବିଜୟ ହେବା ପରେ ଅଷ୍ଟ୍ରେଲିଆ ଟିମକୁ ଲାଗିଲା ବଡ ଧକ୍କା। ୨ୟ ଦିନିକିଆରେ ଫିଲଡିଂ କରୁଥିବା ବେଳେ ଆଘାତ ପ୍ରାପ୍ତ ହୋଇଥିବା ଡେଭିଡ ୱାରର୍ଣ୍ଣର ଲିମିଟେଡ଼ ଓଭର ସିରିଜରୁ ବାହାରି ଯାଇଛନ୍ତି। ୱାରର୍ଣ୍ଣରଙ୍କ ସ୍ଥାନରେ ଡାର୍ସି ସର୍ଟଙ୍କୁ ଟିମରେ ସ୍ଥାନ ମିଳିଛି। ଏହା ସହିତ ଅଷ୍ଟ୍ରେଲିଆର ପେସର ପ୍ୟାଟ କମିନ୍ସଙ୍କୁ ଲିମିଟେଡ଼ ଓଭର ସିରିଜ ପାଇଁ ବିଶ୍ରାମ ନେବାର ନିଷ୍ପତ୍ତି ନିଆଯାଇଛି।

କ୍ରିକେଟ ଅଷ୍ଟ୍ରେଲିଆ ନିଜର ମତରେ କହିଛି ଯେ ଆଘାତ ପ୍ରାପ୍ତ ଡେଭିଡ ୱାରର୍ଣ୍ଣର ୩ୟ ଦିନିକିଆ ଏବଂ T-20 ସିରିଜରୁ ବାଦ ପଡିଛନ୍ତି। ୱାରର୍ଣ୍ଣରଙ୍କ ସ୍ଥାନରେ ଡ଼ାର୍ସି ସର୍ଟ ଦଳରେ ସାମିଲ ହୋଇଛନ୍ତି।
୪ ଟେଷ୍ଟକୁ ଆଖି ଆଗରେ ରଖି ପ୍ୟାଟ କମିନ୍ସଙ୍କୁ ଅଷ୍ଟ୍ରେଲିଆ ୩ଟି ମ୍ୟାଚ ବିଶିଷ୍ଟ T-20 ସିରିଜ ଏବଂ ୩ୟ ଦିନିକିଆରୁ ବିଶ୍ରାମ ମିଳିଛି। ଏବେ କ୍ରିକେଟ ଅଷ୍ଟ୍ରେଲିଆ ଏହା ମଧ୍ୟ କହିଛି ଯେ କମିନ୍ସଙ୍କ ସ୍ଥାନରେ ରିପ୍ଲେସମେଣ୍ଟ ଭାବେ ଦଳ ସହିତ କେହି ରହିବେ ନାହିଁ।
ୱାରର୍ଣ୍ଣରଙ୍କ ଆହତ ଉପରେ ସ୍ଥିତି ଠିକ ହୋଇନି:
ୱାରର୍ଣ୍ଣର ଆଘାତ କେତେ ଜଟିଳ ତାହା ଏବେ ଯାଏ ସଫା ହେଇନି। ୱାରର୍ଣ୍ଣର ୧୭ ଡିସେମ୍ବରରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚରେ ଭାଗ ନେବେ କି ନାହିଁ ତାହାକୁ ନେଇ କ୍ରିକେଟ ଅଷ୍ଟ୍ରେଲିଆ କିଛି କହିନି।
ୱାରର୍ଣ୍ଣର ୨ୟ ଦିନିକିଆରେ ଆହତ ହୋଇଥିଲେ। ହେଲେ ତାଙ୍କର ପଦର୍ଶନ ଉଚ୍ଚକୋଟୀର ଥିଲା। ୨ୟ ଦିନିକିଆରେ ୱାରର୍ଣ୍ଣର ୮୩ ରନର ଆକର୍ଷଣୀୟ ପାଳି ଖେଳିଥିଲେ। ଦୁଇଟି ଯାକ ମ୍ୟାଚରେ ଫିଞ୍ଚ ଏବଂ ୱାରର୍ଣ୍ଣର ଯୋଡି ଶତକୀୟ ଭାଗିଦାରୀ କରିଥିଲେ।
ଅଷ୍ଟ୍ରେଲିଆ ୩ଟି ମ୍ୟାଚ ବିଶିଷ୍ଟ ସିରିଜରୁ ପ୍ରଥମ ଦୁଇଟି ଜିତି ସିରିଜ ଜିତିନେଇଛି। ଏମିତି ଚାନ୍ସ ଅଛି ଯେ ୩ୟ ଦିନିକିଆରେ ଅଷ୍ଟ୍ରେଲିଆ ପକ୍ଷରୁ ଗୋଟିଏ କିମ୍ବା ଦୁଇଟ ଅଦଳ-ବଦଳ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।