ପ୍ରଧାନମନ୍ତ୍ରୀ ମୋଦି ବଦଳାଇଲେ ନିଜର ରଣନୀତି ! ଚୀନ୍ ସହିତ ବଢ଼ିଲା ଯୁଦ୍ଧ ଆଶଙ୍କା !
ତାଇୱାନରେ ତାଇ ଇଙ୍ଗ-ୱେନ୍ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି । ରାଷ୍ଟ୍ରପତି ପଦର ଶପଥ ଗ୍ରହଣ ସମାରୋହରେ ଭାରତର ବିଜେପିର ଦୁଇଜଣ ସାଂସଦଙ୍କୁ ବି ସମ୍ବର୍ଦ୍ଧିତ କରାଗଲା । ଭାରତ ସର୍ବଦା ତାଇୱାନକୁ ନିଜର ବନ୍ଧୁ ଭାବେ ମାନିଛି ଏବଂ ତାହା ସହ କୌଣସି କୂଟନୀତିକ ସମ୍ବନ୍ଧ ରଖିନାହିଁ । ମାତ୍ର ଏବେ ମାମଲା ବଦଳୁ ଥିବାର ନଜର ଆସୁଛି । ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶ ଭାବୁଥିବା ବେଳେ ଚାଇନା ସର୍ବଦା ତାଇୱାନକୁ ଏକ ଦେଶ ଦୁଇ ସିଷ୍ଟମ କହୁଛି ।

ବିଜେପିର ସାଂସଦ ମିନାକ୍ଷୀ ଲେଖି ଏବଂ ରାହୁଲ କାଶବାନ୍ ତାଇୱାନକୁ ଏକ ଲୋକତାନ୍ତ୍ରୀଙ୍କ ସ୍ୱରୂପ ଭାବେ ପ୍ରଶଂସା କଲେ ଆଉ କହିଲେ ଭାରତ ଆଉ ତାଇୱାନ ଦୁଇଟି ଲୋକତାନ୍ତ୍ରୀଙ୍କ ଦେଶ ଅଟନ୍ତି । ଚୀନ ସରକାରଙ୍କର ମୁଖପାତ୍ର କୁହା ଯାଉଥିବା ଗ୍ଲୋବାଲ ଟାଇମସ ତାଙ୍କର ଏକ ଲେଖାରେ କହିଲେ ଯେ, ଭାରତ ଚୀନର ଜାଗା ନେବାକୁ ଚେଷ୍ଟା କରୁଛି ।
ଏହାର ଟ୍ୱିଟ କରିକି ବିଜେପି ସାଂସଦ ମିନାକ୍ଷୀ କହିଲେ କି ଚୀନର କମ୍ୟୁନିଷ୍ଟ ସରକାରଙ୍କର ଅସୁବିଧା ଆମେ ଜାଣିପାରୁଛୁ । ମାତ୍ର ଭାରତକୁ ଚୀନର ଜାଗା ନେବାର ଆବଶ୍ୟକତା ନାହିଁ, “ନା ଭାରତ ଚେଷ୍ଟା କରୁଛି”।
ତାଇ ଇଙ୍ଗ-ୱେନ୍ କହିଲେ ଚୀନର ଆଧିପତ୍ତ୍ୟକୁ ସ୍ୱୀକାର କରିପାରିବ ନାହିଁ ।
ଚୀନର କହିବା କଥା ହେଲା ଯେ ତାଇୱାନକୁ ବଳପୂର୍ବକ ବି ଅଧିକାର କରାଯାଇପାରେ । କେବଳ ଏହା ହିଁ ନୁହଁ ଆନ୍ତର୍ଜାତୀୟ ସଂଗଠନ ମାନଙ୍କରେ ତାଇୱାନର ଭାଗିଦାରୀ ଉପରେ ମଧ୍ୟ୍ୟ ଚୀନ ବାଧା ସୃଷ୍ଟି କରୁଛି । ତାଇୱାନର ସିଏନଏ ମୁତାବକ କରୋନା ମହାମାରୀ ପାଇଁ ଏବର୍ଷ ବିଦେଶୀ ଅତିଥି ମାନଙ୍କୁ ଆମନ୍ତ୍ରଣ କରାଯାଇ ନଥିଲା । ତେଣୁ ସବୁ ଦେଶମାନଙ୍କ ସମାରୋହର ଭିଡିଓ ରେକଡିଂ ପଠା ଯାଇଥିଲା । ପ୍ରାୟ ୪୧ ଦେଶର ୯୨ ପ୍ରତିନିଧି ଏଥିରେ ସାମିଲ ହେଇଥିଲେ ।

ଭାରତକୁ ସର୍ବଦା ଚିନ୍ତା ଅଛି ଯେ ତାଇୱାନର ନିକଟତର ହେବା ଚୀନ ସହ ଭାରତର ସମ୍ବନ୍ଧକୁ ବିଗାଡି ପାରେ । ୨୦୧୬ ରେ ତାଇ ଇଙ୍ଗ-ୱେନ୍ ଙ୍କର ଶପଥ ଗ୍ରହଣ ପରେ ଭାରତ ଏକାସାଙ୍ଗରେ ଦୁଇ ଜଣ ସାଂସଦଙ୍କୁ ପଠେଇବାର ନିଷ୍ପତ୍ତି ନେଇଥିଲା । ୧୯୪୯ ରେ ଚୀନରେ ଗୃହ ଯୁଦ୍ଧର ସମାପ୍ତି ପରେ ତାଇୱାନ ସମ୍ପୂର୍ଣ ଭାବେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହେଇଗଲା ମାତ୍ର ଚୀନ ତାକୁ ନିଜର ଏକ ଅଙ୍ଗ ଭାବେ ଭାବି ନିଜ ସହ ମିଶେଇବାକୁ ସବୁବେଳେ ଚେଷ୍ଟା କରୁଛି ।
ସମାରୋହରେ ତାଇପେଇ ଆସୋସିଏସନର କାର୍ଯ୍ୟବାହାକ ଡ଼ାଇରେକ୍ଟର ସୋହାଙ୍ଗ ଭାରତୀୟ ସେନ ମାନଙ୍କର ପ୍ରତ୍ୟନିଧିତ୍ତ୍ୱ କରିଥିଲେ । ଭାରତର ତାଇୱାନରେ କିଛି ଦୂତବାସ ନାହିଁ । ସଂଯୁକ୍ତ ରାଷ୍ଟ୍ରର ପ୍ରାୟ ୧୯୪ ଦେଶମାନଙ୍କ ମଧ୍ୟରୁ ୧୭୯ ଦେଶର ତାଇୱାନ ସହ କିଛି ରାଜନୈତିକ ସମ୍ବନ୍ଧ ନାହିଁ । ଭାରତ ସେମାନଙ୍କ ଭିତରୁ ଗୋଟିଏ ଦେଶ ଅଟେ ।
ଚୀନ୍ ସହିତ ବଢ଼ିଲା ଯୁଦ୍ଧ ଆଶଙ୍କା !
ତାଇ ଇଙ୍ଗ-ୱେନ୍ କହିଲେ ଯେ ତାଇୱାନ ଚୀନର ସେହି ଏକ ଦେଶ ଦୁଇ ନିୟମକୁ ମାନି ନେଇ ଚୀନର ଆଧିପତ୍ତ୍ୟକୁ ସ୍ୱୀକାର କରିପାରିବ ନାହିଁ । ତାଇୱାନ ଏକ ସ୍ୱତନ୍ତ୍ର ଦେଶ । ତାଇ ତାଙ୍କର ଶପଥ ପାଠ ପରେ ଭାଷଣରେ କହିଲେ କି ଆମେ ଆକ୍ରମନାତ୍ମକ ମନୋଭାବର ସଫଳତା ପୂର୍ବକ ମୁକାବିଲା କରିଛୁ । ସେମାନେ ରାଜତନ୍ତ୍ର ଠାରୁ ଆଗକୁ ବଢିକି ଲୋକତନ୍ତ୍ର ଯାଏ ଆସିଛନ୍ତି । ସମୟ ଥିଲା ଯେତେବେଳେ ସେମାନେ ପୁରା ଦୁନିଆ ଠାରୁ ଅଲଗା ପଡି ଯାଇଥିଲେ। ମାତ୍ର ସେହି ପରିସ୍ଥିତିର ସେ ମୁକାବିଲା କରିଛନ୍ତି ।
ଚୀନ ତାଇୱାନ ସରକାରର ବିରୋଧ କରିବା ସହିତ ସେହି ସମସ୍ତ ଦେଶକୁ ମଧ୍ୟ୍ୟ ବିରୋଧ କରିଛି ଯିଏ ତାଇୱାନର ପରିସ୍ଥିତି ସମ୍ଭାଳିବା ପାଇଁ ତାଇୱାନର ସପୋର୍ଟ କରନ୍ତି । ଆମେରିକୀୟ ବିଦେଶ ମନ୍ତ୍ରୀ ଯେତେବେଳେ ତାଇୱାନର ଲୋକତନ୍ତ୍ରକୁ ସମର୍ଥନ କରି ସାଇ ଇଂଗଙ୍କୁ ଶୁଭକାମନା ଦେଲେ ଚୀନ ତାଙ୍କୁ ଅନ୍ତିମ ଚେତାବନୀ ଦେଇଦେଲା ।
ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।