IND VS ENG: ଇଶାନ୍ତ ଶର୍ମା ରଚିଲେ ଇତିହାସ, କପିଲ ଓ କୁମ୍ବଲେଙ୍କ ଖାସ ଲିଷ୍ଟରେ ମିଳିଲା ସ୍ଥାନ

ଭାରତୀୟ ଦଳର ପ୍ରେସର ବୋଲର ଇସାନ୍ତ ଶର୍ମା ଟେଷ୍ଟ କ୍ରିକେଟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଯାଇଛନ୍ତି। ସେ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଜୋସ ବଟଲରଙ୍କ ୱିକେଟ ଅକ୍ତିଆର କରିଥିଲେ। ଏହା ସହିତ ତାଙ୍କର ବିଦେଶରେ ଟେଷ୍ଟରେ ୨୦୦ ୱିକେଟ ପୁରା ହୋଇଯାଇଛି। ଭାରତ ପକ୍ଷରୁ ଏହି ସଫଳତା ହାସଲ କରିଥିବା ସେ ଚତ୍ରୁର୍ଥ ବୋଲର ଅଟନ୍ତି। ଭାରତ ପ୍ରଥମ ପାରିରେ ୩୬୪ ରନ କରିଥିଲା।

Google

ଇସାନ୍ତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର କଥା କହିବା ତ ସେ ବିଦେଶରେ ୬୧ ଟି ଟେଷ୍ଟର ୧୦୭ ପାରିରେ ୩୩ ଔସତରେ ୨୦୦ ୱିକେଟ ନିଜ ନାମରେ ନାମିତ କରେଇଛନ୍ତି। ୯ ଥର ୫ ୱିକେଟ ଓ ଥରେ ୧୦ ୱିକେଟ ନେବାର କାରନାମା କରିଛନ୍ତି। ୭୪ ରନ ଦେଇ ୭ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ତାଙ୍କର ସମୁଦାୟ ଟେଷ୍ଟ କ୍ୟାରିଅର କଥା କହିବା ତ ସେ ୧୦୩ ମ୍ୟାଚରେ ୩୨ର ଔସତରେ ୩୦୭ ୱିକେଟ ନେଇଛନ୍ତି। ୧୧ ଥର ୫ ୱିକେଟ ଓ ଥରେ ୧୦ ୱିକେଟ ନେଇଛନ୍ତି।

ଅନୀଲ କୁମ୍ବଲେ ୨୬୯ ୱିକେଟ ସହିତ ଟପରେ ଅଛନ୍ତି:

ବିଦେଶରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିବା ଭାରତୀୟ ବୋଲରଙ୍କ କଥା କହିବା ତ ଏଥିରେ ଅନୀଲ କୁମ୍ବଲେ ଟପରେ ରହିଛନ୍ତି। ସେ ୬୯ ମ୍ୟାଚରେ ୩୬ ର ଔସତରେ ୨୬୯ ୱିକେଟ ଅକ୍ତିଆର କରିଛନ୍ତି। ସେ ୧୦ ଥର ୫ ଓ ଏକଥର ୧୦ ୱିକେଟ ନେବାର କାମ କରିଛନ୍ତି। ତାଙ୍କ ଛଡା ପୂର୍ଵ ଅଧିନାୟକ କପିଲଦେବ ୬୬ ମ୍ୟାଚରେ ୨୧୫ ୱିକେଟ ନେଇଛନ୍ତି। ସେହିପରି ଜାହିର ଖାନ ମଧ୍ୟ ୫୪ ଟେଷ୍ଟରେ ୨୦୭ ୱିକେଟ ନେଇସାରିଲେଣି।

Google
ଇଂଲଣ୍ଡ ଟିମ ଦେଲା ଜୋରଦାର ଜବାଵ:

୫ ଟି ମ୍ୟାଚର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡ୍ର ରହିଲା ଓ ଦ୍ୱିତୀୟ ମ୍ୟାଚରେ ଭାରତ ୩୬୪ ରନ କରିଥିଲା କିନ୍ତୁ ଅଧିନାୟକ ଜୋ ରୁଟଙ୍କ ସୁନ୍ଦର ପାରି ଦ୍ଵାରା ଇଂଲଣ୍ଡ ସୁନ୍ଦର ଜବାବ ଦେଇଛି। ଏବେ ଦୁଇ ଟିମ ଆଗୁଆ ହେବାକୁ ଚେଷ୍ଟା କରିବେ। ଟିମ ଲର୍ଡସରେ ୧୮ ଟି ଟେଷ୍ଟରୁ ମାତ୍ର ୨ ଟାରେ ବିଜୟ ହାସଲ କରିଛନ୍ତି। ୨୦୧୮ରେ ଇଂଲଣ୍ଡ ସହ ଖେଳାଯାଇଥିବା ସିରିଜରେ ଭାରତକୁ ୧-୪ରେ ପରାଜୟ ମିଳିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *