IND VS ENG: ରାହୁଲଙ୍କୁ ଓଲି ରବିନସନ କାନ୍ଧରେ ମାରିଲେ ଧକ୍କା, ଟ୍ୱିଟରରେ ଲୋକଙ୍କ ବାହାରିଲା ରାଗ, ଦେଖନ୍ତୁ ଭିଡିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ନଟିଂହମ ଟେଷ୍ଟର ତୃତୀୟ ଦିନରେ କେଏଲ ରାହୁଲ ଓ ଓଲି ରବିନସନଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଲା। ରାହୁଲ ସେହି ସମୟରେ ବଡ଼ ପାଳି ତରଫକୁ ବଢ଼ୁଥିଲେ।

ରବିନ ସନ ରାହୁଲଙ୍କ ସହ ଧକ୍କା କରାଇଲେ ନିଜ କାନ୍ଧ: ଭାରତର ପ୍ରଥମ ପାଳିର ୫୦ତମ ଓଭରରେ ଯେବେ କେଏଲ ରାହୁଲ ୫୮ ଓ ରିଷବ ପନ୍ତ ୧୫ ରନରେ ବ୍ୟାଟିଂ କରୁଥିଲେ। ସେବେ ଓଲି ରବିନ ସନ ଓ କେଏଲ ରାହୁଲଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଗଲା। ରାଗରେ ରବିନ ସନ ଆଗକୁ ବଢିଲେ ଓ ରାହୁଲଙ୍କ କାନ୍ଧରେ ନିଜ କାନ୍ଧକୁ ବାଡେଇଦେଲେ।

ଟ୍ୱିଟରରେ ତେଜିଲା ପ୍ରଶଂସକଙ୍କ ରାଗ: କେଏଲ ରାହୁଲ ଏହି ମ୍ୟାଚରେ ଶାନଦାର ବ୍ୟାଟିଂ କରି ୨୧୪ଟି ବଲରେ ୮୪ଟି ରନ କଲେ। ଏହା ମଧ୍ୟରେ ସେ ୧୨ଟି ଚୌକା ମଧ୍ୟ ଲଗାଇଲେ। ରାହୁଲଙ୍କର ଏହି ପାଳି ସାହଯ୍ୟରେ ଭାରତୀୟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୯୫ ରନର ଲିଡ଼ ହାସିଲ କରିବାରେ ସଫଳ ରହିଲେ। ରାହୁଲଙ୍କ କାନ୍ଧରେ ଧକ୍କା ମାରିବା ପରେ ଭାରତୀୟ ପ୍ରଶଂସକଙ୍କ ରାଗ ଟ୍ୱିଟରରେ ତେଜିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *