IND VS ENG:ବିରାଟ କୋହଲିଙ୍କ DRS ଦେଲା ବିଜୟ, ମନାକଲା ପରେ ବି ନେଇଥିଲେ DRS, ଦେଖନ୍ତୁ ଭିଡିଓ

ଭାରତ ଇଂଲଣ୍ଡକୁ ଲର୍ଡ଼ସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ୧୫୧ ରନରେ ହରାଇ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଶେଷ ଦିନ ମହମ୍ମଦ ସାମୀ ଓ ଯଶପ୍ରୀତ ବୁମରା ୯ ମ ୱିକେଟ ପାଇଁ ୮୯ ରନର ପାର୍ଟନରସିପ କରିଥିଲେ। ଏହି ସମୟରେ ମହମ୍ମଦ ସାମୀ ନିଜ ଅର୍ଦ୍ଧଶତକ ପୁରା କରିଥିଲେ। ଏହା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ୨୯୮ ରନର ସ୍କୋର ୮ ୱିକେଟରେ ପାରି ଘୋଷଣା କରିଦେଲେ। ଇଂଲଣ୍ଡକୁ ଜିତିବା ପାଇଁ ୨୭୨ ରନର ଟାର୍ଗେଟ ମିଳିଲା।

ବ୍ୟାଟିଙ୍ଗରେ କମାଲ କରିଥିବା ମହମ୍ମଦ ସାମୀ ଓ ଯଶପ୍ରୀତ ବୁମରାଙ୍କ ଯୋଡି ଇଂଲଣ୍ଡର ଦ୍ୱିତୀୟ ପାରିରେ ବୋଲିଙ୍ଗରେ ମଧ୍ୟ ଜଲବା ଦେଖାଇଥିଲେ। ଦୁହେଁ ଇଂଲଣ୍ଡର ଓପନର ରୋରି ବୋନ୍ସ ଓ ଡୋମ ସିମ୍ବଲିଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଦେଇଥିଲେ। ମାତ୍ର ୧ ରନର ସ୍କୋର ଥିବା ବେଳେ ଇଂଲଣ୍ଡର ୨ ଟି ୱିକେଟ ଗଳିପଡିଥିଲା।ଏହା ପରେ ଭାରତୀୟ ବୋଲର ପଛକୁ ବୁଲି ଅନେଇନାହିଁନ୍ତି ଓ ଗୋଟେ ପରେ ଗୋଟେ ୱିକେଟ ନେଇଚାଲିଲେ।

ବିରାଟଙ୍କ ଗୋଟେ ଫଇସଲା ବଦଳାଇଦେଲା ମ୍ୟାଚର ରୂପ:ଟି ବ୍ରେକ ପୂର୍ବରୁ ଏକ ଓଭର ବାକିଥିବା ବେଳେ ବିରାଟ କୋହଲିଙ୍କ ଏକ ଫଇସଲା ଦ୍ଵାରା ପୁରା ମ୍ୟାଚ ଭାରତ ପକ୍ଷକୁ ଆସିଗଲା। ଏହି ଓଭ ର ଇସାନ୍ତ ଶର୍ମା ପକାଉଥିଲେ ଓ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ଓ ଅଧିନାୟକ ଜୋ ରୁଟ ବ୍ୟାଟିଙ୍ଗ କରୁଥିଲେ। ଏହି ଓଭରର ଶେଷ ବଲରେ ବଲଟି ବେୟରଷ୍ଟୋଙ୍କ ଗୋଡ଼ରେ ବାଜିଥିଲା ଓ ଭାରତୀୟ ଖେଳାଳି ଏଲବୀଡବ୍ଲୁର ଅପିଲ କରିଥିଲେ କିନ୍ତୁ ଅମ୍ପାୟାର ଆଉଟ ଦେଇନଥିଲେ। ଏହି ସିରିଜରେ ଡିଆରଏସକୁ ନେଇ ଏତେ ସଫଳ ରହିନଥିବା କୋହଲି କିନ୍ତୁ ଏଥର ଡିଆରଏସ ନେଲେ।

ବିରାଟଙ୍କର ବେୟରଷ୍ଟୋଙ୍କ ବିରୁଦ୍ଧରେ ଡିଆରଏସ ନେବା ଫଇସଲା କାମ କରିଗଲା: ଇସାନ୍ତଙ୍କ ଛଡା ଟିମର ବାକି ବୋଲର ଡିଆରଏସ ନେବା ପକ୍ଷରେ ନଥିଲେ। କିନ୍ତୁ କୋହଲିଙ୍କୁ ବିଶ୍ୱାସ ଥିଲା ବଲ ବେୟରଷ୍ଟୋଙ୍କର ପଛ ଗୋଡ଼ରେ ବାଜିଛି ଓ ସେ ଆଉଟ ଅଛନ୍ତି। ରିଭୟୁରେ ଯେବେ ଅଲ୍ଟ୍ରାଏଜରେ ଦେଖାଗଲା ବଲ ବେୟରଷ୍ଟୋଙ୍କ ବ୍ୟାଟରେ ବାଜିନି ଏହା ନିଶ୍ଚିନ୍ତ ହୋଇଗଲା କି ସେ ଆଉଟ ଅଛନ୍ତି। ଏହା ପରେ ବଲ ଟ୍ରେକିଙ୍ଗ ନିଜର ଆସିଲାକି ବଲ ସିଧା ଯାଇ ଷ୍ଟମ୍ପରେ ବାଜୁଛି। ଏହା ପରେ ଅମ୍ପାୟାର ନିଜ ଫଇସଲା ବଦଳାଇ ବେୟରଷ୍ଟୋଙ୍କୁ ଆଉଟ କରିଥିଲେ। ଏହା ପରେ ବିରାଟ ଅତ୍ୟଧିକ ଖୁସି ହୋଇ ଇସାନ୍ତଙ୍କ କାନ୍ଧରେ ଚଢିଯାଇଥିଲେ। ଏହି ମ୍ୟାଚ କଥା କହିବା ତ ଭାରତ ପକ୍ଷରୁ ୯ମ ୱିକେଟ ନିମନ୍ତେ ସାମି ଏବଂ ବୁମରା ଭଲ ବ୍ୟାଟିଂ କରିଥିଲେ। ସାମି ୬ କା ମାରି ଅର୍ଦ୍ଧ ଶତକ ପୂର୍ଣ କରିଥିଲେ।

ଟି ବ୍ରେକ ସରିବାର ଅଳ୍ପ ସମୟ ମଧ୍ୟରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ ମଧ୍ୟ ବୁମରାଙ୍କ ଶିକାର ହୋଇଗଲେ ଓ ଏହି ୱିକେଟ ପରେ ଭାରତ ମ୍ୟାଚରେ ପୁରା ମଜଭୁତ ସ୍ଥିତିକୁ ଆସିଗଲା। ଇଂଲଣ୍ଡର ପୁରା ଟିମ ମାତ୍ର ୧୨୦ ରନରେ ଅଲଆଉଟ ହୋଇଗଲା। ଭାରତ ତରଫରୁ ମହମ୍ମଦ ସିରାଜ ସବୁଠୁ ଅଧିକ ୪ ୱିକେଟ ଓ ବୁମରା ୩ ୱିକେଟ ଅକ୍ତିଆର କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *