ଦ୍ୱିତୀୟ ଟେଷ୍ଟରେ ପଡ଼ିଆରେ ଦେଖିବାକୁ ମିଳିଲା ଅଦ୍ଭୁତ କାରନାମା, ଇଣ୍ଟରନେଟରେ ହଇଚୟୀ, ଦେଖନ୍ତୁ ଭିଡିଓ

ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ଲର୍ଡସରେ ଚାଲୁଥିବା ଟେଷ୍ଟ ମ୍ୟାଚର ତୃତୀୟ ଦିନ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି କାରଣ ସୁରକ୍ଷାକର୍ମୀ ଟିମ ଇଣ୍ଡିଆର ଖେଳାଳିକୁ ଗ୍ରାଉଣ୍ଡରୁ ବାହାର କରିଦେଇଛନ୍ତି। ଗ୍ରାଉଣ୍ଡକୁ ଯେବେ ଟିମ ଇଣ୍ଡିଆ ଆସିଲା ତାଙ୍କ ସହିତ ସୁରକ୍ଷାକର୍ମୀ ମଧ୍ୟ ଆସିଲେ ଓ ଟିମ ଇଣ୍ଡିଆର ଖେଳାଳିଙ୍କ ହାତ ଧରି ତାଙ୍କୁ ଗ୍ରାଉଣ୍ଡରୁ ବାହାର କରିଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି ଏହି ଖେଳାଳି ଓ କଣ ଅଟେ ପୁରା ମାମଲା।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନ ଅଦ୍ଭୁତ ଘଟଣା ପାଇଁ ଜଣାଯିବ।କାରଣ ପ୍ରଥମେ କେଏଲ ରାହୁଲଙ୍କ ଉପରକୁ ପାଣି ବୋତଲ ଫୋପଡା ଯାଇଥିଲା ଏହା ପରେ ଜଣେ ବ୍ୟକ୍ତି ଟିମ ଇଣ୍ଡିଆର ଜର୍ଶୀ ପିନ୍ଧି ଗ୍ରାଉଣ୍ଡକୁ ପଶିଯାଇଥିଲା। ଏହି ଘଟଣା ସେବେ ଘଟିଲା ଯେବେ ଲଞ୍ଚ ପରେ ଇଂଲଣ୍ଡ ଟିମ ଗ୍ରାଉଣ୍ଡକୁ ଆସିଥିଲା ସେବେ ଇଣ୍ଡିଆ ଜର୍ଶୀ ପିନ୍ଧିଥିବା ଜଣେ ଖେଳାଳି ଗ୍ରାଉଣ୍ଡକୁ ପଶିଆସିଥିଲା ଆପଣ ମଧ୍ୟ ଏହି ବ୍ୟକ୍ତିଙ୍କୁ ଆଗରୁ କେବେ ଦେଖିନଥିବେ। ଏହା ପରେ ଯେବେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଗ୍ରାଉଣ୍ଡକୁ ଆସିଲେ ସେହି ବ୍ୟକ୍ତି ନିଜକୁ ଟିମ ଇଣ୍ଡିଆର ଅଂଶ କହିଥିଲେ ଯାହା ପରେ ପ୍ରଥମେ ସୁରକ୍ଷାକର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ପରେ ତାଙ୍କ ଧରି ଗ୍ରାଉଣ୍ଡ ବାହାରକୁ ନେଇଗଲେ।

କହିରଖିବୁ ଯେବେ ଲଞ୍ଚ ପରେ ଭାରତୀୟ ଖେଳାଳି ଗ୍ରାଉଣ୍ଡକୁ ଆସିଲେ ସେବେ ଏହି ବ୍ୟକ୍ତି ମଧ୍ୟ ଇଣ୍ଡିଆର ଜର୍ଶୀ ପିନ୍ଧି ଗ୍ରାଉଣ୍ଡକୁ ପଳାଇଆସିଥିଲେ। ତାଙ୍କ ଜର୍ଶୀ ପଛରେ ଜାର୍ବୋ ଲେଖାଯାଇଥିଲା। ଯେବେ ସୁରକ୍ଷାକର୍ମୀ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ଯିବାକୁ କହିଥିଲେ ସେବେ ବ୍ୟକ୍ତି ଜଣଙ୍କ ନିଜ ଶାର୍ଟରେ ଲାଗିଥିବା ଜର୍ଶୀ ଦେଖାଇଥିଲେ। ଯାହାକୁ ଦେଖି ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ହସିବାକୁ ଲାଗିଥିଲେ। ଶେଷରେ ସୁରକ୍ଷାକର୍ମୀ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ନେଇଯାଇଥିଲେ ଓ ଖେଳ ପୂର୍ଣ୍ଣ ଆରମ୍ଭ ହୋଇଥିଲା।

ଏହା କିଛି ସମୟ ପାଇଁ ହସ ମଜାର କଥା କିନ୍ତୁ ଏପରି କେହିବି ଲର୍ଡର ଗ୍ରାଉଣ୍ଡକୁ ପଶିଆସିବା ଲର୍ଡସର ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ଭାରତୀୟ ପୂର୍ବ କ୍ରିକେଟର ଆକାଶ ଚୋପଡା ଏହାକୁ ଚିନ୍ତାର ବିଷୟ କହିଛନ୍ତି। ଆକାଶ ଚୋପଡା ଏକ ଭିଡ଼ିଓ ସେୟାର କରି କହିଛନ୍ତି,”ଏହି କରୋନା ସମୟରେ ଏପରି ହେବା ଚିନ୍ତାର ବିଷୟ ଓ କିପରି ଏହା ହେବ ନାହିଁ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ଓ ଆଶା କରୁଛୁକି ଆଗକୁ ଯେପରି ଏମିତି ନହେବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *