ନ୍ୟୁଜିଲାଣ୍ଡ ଗ୍ରସ୍ତରେ ଯିବ ଭାରତ! ଜାରି ହେଲା ODI ଏବଂ ଟି-୨୦ ର ସିଡ୍ୟୁଲ!

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମର ୨୦୨୨ ସିଡ୍ୟୁଲ ବହୁତ ବିଜି ଅଟେ। ଭାରତୀୟ ଟିମ ୨୮ ଜୁନକୁ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ମ୍ୟାଚ ଖେଳିବାର ଅଛି। ୧ ଜୁଲାଇରୁ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ୟାଚ ଖେଳିବାର ଅଛି। ଏହା ପରେ ୭ ଜୁଲାଇରୁ ଇଂଲଣ୍ଡ ସହ ଟି-୨୦ ସିରିଜ ଆରମ୍ଭ ହେବ। ଏହା ପରେ ଭାରତୀୟ ଟିମ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବାର ଅଛି। ଏବେ ଟିମ ଇଣ୍ଡିଆର ଆଉ ଏକ ବିଦେଶ ଗ୍ରସ୍ତ ସାମ୍ନାକୁ ଆସିଛି।

Google

ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲ୍ୟାଣ୍ଡ ଯିବ ଟିମ ଇଣ୍ଡିଆ:

ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ଗ୍ରସ୍ତ କରିବ ଯେଉଁଠି ଟିମ ୩-୩ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଓ ଏକଦିବସିୟ ସିରିଜ ଖେଳିବ। ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚ ୧୮ ନଭେମ୍ବରକୁ ଖେଳାଯିବାର ଅଛି। ନ୍ୟୁଜିଲାଣ୍ଡ ଅଳ୍ପଦିନ ଧରିତଳେ ଇଂଲଣ୍ଡ ଗ୍ରସ୍ତରେ ଥିଲା ଯେଉଁଠି ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଛି।

ଏନଜେଡସି ନିଜ ବିଜ୍ଞପ୍ତିରେ ଏହି ଗ୍ରସ୍ତର ସୂଚନା ଦେଇ କହିଛନ୍ତି ,”ଭାରତ ଟି-୨୦ ବିଶ୍ୱକପ ଶେଷ ହେବା ପରେ ନ୍ୟୁଜିଲାଣ୍ଡ ସହ ବେଲିଙ୍ଗଟନ,ତୌରଙ୍ଗା ଓ ନେପିଅରରେ ତିନୋଟି ଟି-୨୦ ସିରିଜ ଓ ଓଫଲ୍ୟାଣ୍ଡରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଆସିବ”। ଭାରତ ଛଡା ପାକିସ୍ତାନ, ବଙ୍ଗଳାଦେଶ, ଇଂଲଣ୍ଡ ଓ ଶ୍ରୀଲଙ୍କା ଟିମ ମଧ୍ୟ ନ୍ୟୁଜିଲାଣ୍ଡ ଯିବ ବୋଲି ରିପୋର୍ଟରୁ ଜଣା ଯାଇଛି। ଏହା ସହ ବଙ୍ଗଳାଦେଶର ମହିଳା ଟିମ ମଧ୍ୟ ନ୍ୟୁଜିଲାଣ୍ଡ ଗ୍ରସ୍ତ କରିବ ବୋଲି ବି ରିପୋର୍ଟରୁ ଜଣା ଯାଇଛି।

ନ୍ୟୁଜିଲାଣ୍ଡ ଗ୍ରସ୍ତର ସିଡ୍ୟୁଲ:

Google

ପ୍ରଥମ ଟି-୨୦-୧୮ ନଭେମ୍ବର

ଦ୍ୱିତୀୟ ଟି-୨୦-୨୦ ନଭେମ୍ବର

ତୃତୀୟ ଟି-୨୦-୨୨ ନଭେମ୍ବର

ପ୍ରଥମ ଏକଦିବସିୟ-୨୫ ନଭେମ୍ବର

ଦ୍ୱିତୀୟ ଏକଦିବସିୟ-୨୭ ନଭେମ୍ବର

ତୃତୀୟ ଏକଦିବସିୟ-୩୦ ନଭେମ୍ବର

ଭାରତ ଆଗାମୀ ଶୁକ୍ରବାର ଠୁ ଇଂଲଣ୍ଡ ବିରୁଦ୍ଧରେ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳିବ ଯାହା ପୂର୍ଵ ବର୍ଷର ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ସ୍ଥଗିତ ଥିବା ସେସ ମ୍ୟାଚ ଅଟେ। ଏହା ପରେ ଦୁଇ ଟିମ ମଧ୍ୟରେ ୩-୩ ମ୍ୟାଚ ବିଶିଷ୍ଟ ଟି-୨୦ ଓ ଏକଦିବସିୟ ସିରିଜ ଖେଳାଯିବାର ଅଛି। ଏହା ପରେ ଭାରତୀୟ ଟିମ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଓ ୫ ଟି ମ୍ୟାଚର ଟି-୨୦ ସିରିଜ ପାଇଁ ଜୁଲାଇ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଯିବ ଯାହା ଟି-୨୦ ବିଶ୍ୱକପ ପୂର୍ବରୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *