IND VS SL: ଶ୍ରୀଲଙ୍କା ଗ୍ରସ୍ତର ସେଡ୍ୟୁଲ ହେଲା ରିଲିଜ। ଜାଣନ୍ତୁ କେତୋଟି ସିରିଜ ଖେଳାଯିବ ଏବଂ କେଉଁଠି ଖେଳାଯିବ।

ଭାରତୀୟ ଦଳ ପୂର୍ଵ କିଛି ସମୟ ହେବ ସବୁ ଫର୍ମାଟରେ ନିଜର ସୁନ୍ଦର ଖେଳ ଦେଖାଇଛି। ଦେଶରେ ହେଉ ବା ବିଦେଶରେ ସେ ନିଜ ପ୍ରଶଂସକ ମାନଙ୍କୁ ଖୁସି ଦେଇଛି। ଏବେ ଟିମ ଇଣ୍ଡିଆର ପ୍ରଶଂସକ କିଛି ଏପରି ଜିନିଷ ଦେଖିବାକୁ ଯାଉଛନ୍ତି ଯାହା ପୂର୍ବରୁ କବେ ହୋଇନି। ଜୁଲାଇରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗ୍ରସ୍ତରେ ଯିବ। ଯେଉଁଠି ସେ ଏକଦିବସିୟ ଓ ଟି-୨୦ ସିରିଜ ଖେଳିବାର ନଜର ଆସିବ। ମୁଖ୍ୟ କଥା ହେଉଛି ଏହି ଗ୍ରସ୍ତରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଖେଳାଳି ରହିବେ ନାହିଁ କାରଣ ସେହି ସମୟରେ ସେମାନେ ଇଂଲଣ୍ଡ ଦୌଡ଼ରେ ଥିବେ। ମାନେ ଶ୍ରୀଲଙ୍କା ଗ୍ରସ୍ତରେ ଯିବାକୁ ଥିବା ଟିମରେ ଯୁବ ଖେଳାଳି ଦେଖିବାକୁ ମିଳିବେ। ଏହି ଗ୍ରସ୍ତରେ କିଏ କିଏ ଖେଳିବେ ଏହା ଏବେ ଜଣାପଡିନାହିଁ କିନ୍ତୁ ଏବେ ଆସନ୍ତୁ ଜାଣିବା ଗ୍ରସ୍ତର ପୁରା କାର୍ଯ୍ୟକ୍ରମ।

Google

ଇଏସପିଏନ ରିପୋର୍ଟ ଅନୁସାରେ ଭାରତୀୟ ଟିମ ଶ୍ରୀଲଙ୍କା ଗ୍ରସ୍ତରେ ତିନୋଟି ଏକଦିବସିୟ ଓ ତିନୋଟି ଟି-୨୦ ମ୍ୟାଚ ଖେଳିବାର ନଜର ଆସିବ। ଶ୍ରୀଲଙ୍କା ଟିମ ବିସିସିଆଇକୁ ଯେଉଁ କାର୍ଯ୍ୟକ୍ରମ ସୂଚୀ ପଠାଇଛି ତାହା ମୁତାବକ ଏହି ଗ୍ରସ୍ତ ୧୩ ଜୁଲାଇରୁ ଆରମ୍ଭ ହେବ। ସର୍ବ ପ୍ରଥମେ ଏକଦିବସିୟ ମ୍ୟାଚ ଅନୁଷ୍ଠିତ ହେବ। ଏକଦିବସିୟ ମ୍ୟାଚ ୧୩,୧୬ ଓ ୧୯ ଜୁଲାଇକୁ ହେବ।

ଟି-୨୦ ସିରିଜର କାର୍ଯ୍ୟକ୍ରମ:

ଏକଦିବସିୟ ସିରିଜ ପରେ ଟିମ ଇଣ୍ଡିଆ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର ନଜର ଆସିବ। ଯାହାର ପ୍ରଥମ ମ୍ୟାଚ ୨୨ ଜୁଲାଇକୁ ,ଦ୍ୱିତୀୟ ମ୍ୟାଚ ୨୪ ଜୁଲାଇକୁ ଓ ତୃତୀୟ ମ୍ୟାଚ ୨୭ ଜୁଲାଇକୁ ଖେଳାଯିବ। ମ୍ୟାଚ କେଉଁ ଷ୍ଟାଡିୟମରେ ହେବ ଏହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ।କ୍ରିକଇନ୍ଫୋର ରିପୋର୍ଟ ଅନୁସାରେ ଭାରତୀୟ ଟିମ ୫ ଜୁଲାଇକୁ ଶ୍ରୀଲଙ୍କା ଯିବ ଓ ୨୮ ଜୁଲାଇକୁ ପ୍ରତ୍ୟାବର୍ତ୍ତନ କରିଆସିବ। ସିରିଜ ପୂର୍ବରୁ ଭାରତୀୟ ଟିମକୁ ଏକ ସପ୍ତାହ କ୍ବାରେଣ୍ଟିନରେ ରହିବାକୁ ହେବ।

Google

ଟିମ ଇଣ୍ଡିଆର କ୍ବାରେଣ୍ଟିନ ମଧ୍ୟ ଦୁଇଟି ଚରଣରେ ହେବ।ଯାହା ଦ୍ୱାରା ପ୍ରଥମ ତିନିଦିନ ଖେଳାଳିଙ୍କୁ ନିଜ ରୁମରେ ରହିବାକୁ ହେବ। ଆଗାମୀ ୪ ଦିନ ପୁରା ଟିମ ସହିତ ଅଭ୍ୟାସ କରିପାରିବେ। ସବୁ ଖେଳାଳି ବାୟୋବବୁଲରେ ହିଁ ରହିବେ ବୋଲି ଜଣା ଯାଇଛି।

କେଉଁ କେଉଁ ଖେଳାଳି ଶ୍ରୀଲଙ୍କା ଦୌଡ଼ରେ ଯାଇପାରନ୍ତି?:

ଭାରତୀୟ ସିନିୟର ଖେଳାଳି ଯେହେତୁ ସେହି ସମୟରେ ଇଂଲଣ୍ଡ ଗ୍ରସ୍ତରେ ଥିବେ ତେଣୁ ଶ୍ରୀଲଙ୍କା ଗ୍ରସ୍ତରେ ଜୁନିୟର ଯୁବ ଖେଳାଳି ମାନଙ୍କୁ ମୌକା ମିଳିବ ଯିବାକୁ। ଏହି ଟିମରେ ସଂଜୁ ସାମସନ,ରାହୁଲ ଚାହାର,ୟୁଜବେନ୍ଦ୍ର ଚହଲ, ପୃଥୀ ସ୍ୱ, ଦୀପକ ଚାହାର, ରାହୁଲ ତେବାଟିଆ,ଜୟଦେବ ଉନଟକତ,କୂଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପରି ଖେଳାଳି ଯାଇପାରନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *