ଅଷ୍ଟ୍ରେଲିଆ ହାତରେ ଭାରତକୁ ପ୍ରଥମ ଟେଷ୍ଟ ମ୍ୟାଚରେ ୮ ୱିକେଟରେ ହାରିବାକୁ ପଡିଲା।

ବିରାଟ କୋହଲିଙ୍କ ଅନୁଗାମୀରେ ଟିମ ଇଣ୍ଡିଆକୁ ପ୍ରଥମ ଟେଷ୍ଟ ମ୍ୟାଚରେ କଡା ହାରର ସାମ୍ନା କରିବାକୁ ପଡିଲା।ଏଡ଼ିଲେଡ଼ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତକୁ ୮ ୱିକେଟରେ ହାରିବାକୁ ପଡିଲା। ସେହି ମ୍ୟାଚର ଦ୍ୱିତୀୟ ପାରିରେ ଭାରତ ମାତ୍ର ୩୬ ରନରେ ଅଲଆଉଟ ହୋଇଗଲା। ଏବେ ଅଷ୍ଟ୍ରେଲିଆର ଲକ୍ଷ ଆଗାମୀ ୩ଟି ଟେଷ୍ଟ ଜିତି ସିରିଜ ଜିତିବା ଉପରେ ରହିବ। ଏହା ପୁରା ଟିମକୁ ଅଦୃଶ୍ୟମାନ ଉତ୍ସାହକୁ ଲାଭ କରିବାକୁ ହେବ ଓ ଏହା ପାଇଁ ଟିମକୁ ୨୬ ଡିସେମ୍ବରରୁ ମେଲବର୍ଣ୍ଣରେ ଆରମ୍ଭ ହେବାକୁ ଥିବା ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିବାକୁ ହେବ।
ଏହା ପାଇଁ ଭାରତୀୟ ଦଳର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚାରୋଟି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ବଡ଼ ପରିବର୍ତ୍ତନ ମହମ୍ମଦ ସିରାଜଙ୍କ ରୂପରେ ଦେଖିବାକୁ ମିଳିପାରେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ପାରିରେ ମହମ୍ମଦ ସାମୀ ଆଘାତ ହୋଇଯାଇଛନ୍ତି ତେଣୁ ତାଙ୍କ ଜାଗାରେ ମହମ୍ମଦ ସିରାଜ ଖେଳିପାରନ୍ତି।
ସ୍ୱଙ୍କ ଜାଗାରେ ଗିଲ:
ଟିମରେ ଆଉ ଏକ ବଡ଼ ପରିବର୍ତ୍ତନ ହୋଇପାରେ ଯାହାକି ଶୁଭମନ ଗିଲଙ୍କୁ ନେଇ । ଏହି ଟେଷ୍ଟ ସିରିଜ ପୂର୍ବରୁ ଭାରତ ଏ ଓ ଅଷ୍ଟ୍ରେଲିଆ ଏ ଭିତରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଶୁଭମନ ଗିଲ ପୃଥୀ ସ୍ୱଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଥିଲେ। ଏହା ପରେ ମଧ୍ୟ ସ୍ୱଙ୍କୁ ପ୍ରଥମ ଟେଷ୍ଟରେ ମୌକା ମିଳିଲା। ଏହା ପରେ ମଧ୍ୟ ସ୍ୱ ଏହାର ଫାଇଦା ଉଠାଇପାରିଲେନି ସେ ପ୍ରଥମ ପାରିରେ ୦ ଓ ଦ୍ୱିତୀୟ ପାରିରେ ୪ ରନ ହିଁ କରିଲେ। ତେଣୁ ଦ୍ୱିତୀୟ ଟେଷ୍ଟରେ ସ୍ୱଙ୍କ ଜାଗାରେ ଶୁଭମନ ଗିଲଙ୍କୁ ମୌକା ମିଳିପାରେ।

କୋହଲିଙ୍କ ଜାଗାରେ ରାହୁଲ:
ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ବାପା ହେବା କାରଣରୁ ଭାରତ ଫେରିଆସିବେ । ତେଣୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ଜାଗାରେ କେଏଲ ରାହୁଲଙ୍କୁ ମୌକା ମିଳିପାରେ। ରାହୁଲ ଏବେ ସୁନ୍ଦର ଫର୍ମରେ ଗତିକରୁଛନ୍ତି ଓ ସେ ଟିମର ପରିସ୍ଥିତି ହିସାବରେ କୌଣସିବି ନମ୍ବରରେ ବ୍ୟାଟିଙ୍ଗ କରିପାରିବେ।
ସାହାଙ୍କ ଜାଗାରେ ପନ୍ତ:
ପ୍ରଥମ ଟେଷ୍ଟ ମ୍ୟାଚରେ ରିଷଭ ପନ୍ତଙ୍କ ଜାଗାରେ ରିଦ୍ଧିମାନ ସାହାଙ୍କ ମୌକା ଦିଆଯାଇଥିଲା କିନ୍ତୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହା ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଅଛି। ଅଭ୍ୟାସ ମ୍ୟାଚରେ ରିଷଭ ପନ୍ତ ଏକ ସୁନ୍ଦର ଶତକ ମାରିଥିଲେ। ବର୍ତ୍ତମାନ ପନ୍ତ ଭଲ ଫର୍ମରେ ଅଛନ୍ତି ଏହା ସହ ପନ୍ତଙ୍କର ଅଷ୍ଟ୍ରେଲିଆରେ ଭଲ ରେକର୍ଡ ରହିଛି । ଅଷ୍ଟ୍ରେଲିଆରେ ତାଙ୍କର ଟେଷ୍ଟ ଔସତ ୫୦ରୁ ଅଧିକ ଅଟେ। ପନ୍ତଙ୍କୁ ଯଦି ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ଖେଳାଯିବ ତେବେ ମିଡ଼ିଲ ଅଡରରେ ଏକ ଆକ୍ରମକତା ସୃଷ୍ଟି ହେବ। ସାହା ପ୍ରଥମ ଟେଷ୍ଟର ଦୁଇଟିଯାକ ପାରି ମିଶାଇ ୧୩ ରନ ହିଁ କରିପାରିଥିଲେ। ଏହା ସହ ୱିକେଟକିପିଙ୍ଗକୁ ନେଇ ମଧ୍ୟ ସାହାଙ୍କ ଉପରେ ଆଲୋଚନା ହୋଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।