ଜର୍ମାନୀ କହିଛି କି ଚାଇନା ଯେଉଁ କହୁଛି କି ଅରୁଣାଞ୍ଚଳ ପ୍ରଦେଶ ତିବତର ଏକ ଅଂଶ ବୋଲି ସେ ସବୁ ମିଛ ବୋଲି ଜର୍ମାନୀ ଭାରତ ସପକ୍ଷରେ ଯାଇ କହିଛି। ତାହେଲେ ଆପଣଙ୍କୁ ଲାଗୁଥିବ ଯେ ଜର୍ମାନୀ ତରଫରୁ ଭାରତ ସପକ୍ଷରେ ଏମିତି ମନ୍ତବ୍ୟ କାହିଁକି ଆସିଲା। ଜର୍ମାନୀ କିଛି ଦିନ ହେବ ନିଜର ଏକ ନୂଆ ରାଷ୍ଟ୍ରଦୂତ ଭାରତ ପଠାଇଛି।ଯାହାଙ୍କ ନାମ ହେଉଛି ଫିଲିପି ଏକରମ୍ୟାନ। ତାଙ୍କୁ ଯେତେବେଳେ ଭାରତ ପଠାଯାଇଥିଲା ସେହି ସମୟରେ ସେ ପ୍ରଥମେ ଦିଲ୍ଲୀରେ ଆସି କହିଥିଲେ କି ଚାଇନା ଯେଉଁ କହୁଛି କି ଆରୁଣାଞ୍ଚଳ ପ୍ରଦେଶ ତାର ବୋଲି ଏହା ହେଉଛି ଏକ ଭିତିହୀନ କାହାଣୀ।

ଯେତେବେଳେ ଜଣେ ରାଷ୍ଟ୍ରଦୂତ ଏକ ଦେଶ ବିପକ୍ଷରେ କିଛି କଥା କହିଥାଏ ମାନି ନିଆ ଯାଇଥାଏ କି ସେ ଦେଶ ମଧ୍ୟ ସେହି କଥା ହିଁ କହିବାକୁ ଚାହୁଁଛି। ଚାଇନା ତାର ବିରୋଧ କରି କହିଛି କି ଜର୍ମାନୀ ଏସବୁ ଜିନିଷରୁ ଦୂରରେ ରହିବା ଆବଶ୍ୟକ।
ଆପଣ ଭାବୁଥିବେ ଜର୍ମାନୀ କାହିଁକି ଏମିତି ଭାରତ ସପକ୍ଷରେ କଥା କହୁଛି ତାହା ଆମେ ଆଗକୁ ଜାଣିବା।କିଛିଦିନ ପୂର୍ବରୁ ଜର୍ମାନୀ କହିଥିଲା କି ସେ ତାର ସାମରିକ ଶକ୍ତି ଭାରତ ଆଉ ପ୍ରଶାନ୍ତ ମହାସଗାର ମଧ୍ୟରେ ବଢାଇବାକୁ ଚାହୁଁଛି। ଜାପାନ ମଧ୍ୟ କହୁଛି କି ଆମେ ବି ଏହି ସ୍ଥାନରେ ନିଜର ସାମରିକ ଶକ୍ତି ଆହୁରି ବଢାଇବୁ। ଜର୍ମାନୀ ଆଉ ମଧ୍ୟ କହିଛି କି ସେ ଭାରତ ସହିତ ଯୁଦ୍ଧାଭ୍ୟାସ ମଧ୍ୟ କରିବେ ବୋଲି।

ଆପଣ ଆଗରୁ ଶୁଣିଥିବେ ଆମର ଅନ୍ୟ ଦେଶ ଯେପରି ଆମେରିକା,ଅଷ୍ଟ୍ରେଲିଆ ଏବଂ ଜାପାନ ସହିତ ଯୁଦ୍ଧାଭ୍ୟାସ ହେଉଥିଲା। ମାତ୍ର ଆପଣ ପ୍ରାୟ ଶୁଣି ନ ଥାଇପାରନ୍ତି କି ଆପଣ ଜର୍ମାନୀ ସହିତ କୌଣସି ଯୁଦ୍ଧାଭ୍ୟାସ ହେଉଛି ବୋଲି।
ଆପଣ ଶୁଣିଥାଇପାରନ୍ତି କି ଜର୍ମାନୀ ୨୦୨୧ ରେ ନିଜର ନୌସେନାକୁ ଚାଇନା ସାଗରକୁ ପଠାଇଥିଲା। ଜର୍ମାନୀ ମଧ୍ୟ ଅଷ୍ଟ୍ରେଲିଆରେ ହେଉଥିବା ଯୁଦ୍ଧାଭ୍ୟାସ ପିଚ ବ୍ଲାକ ରେ ଭାରତୀୟ ବାୟୁସେନା ସହିତ ଯୋଗ ଦେଇଛି। ଆପଣ ଜାଣିଥିବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ସାମରିକ ପାଇଁ ଏତେ ଅଧିକ ଧ୍ୟାନ ଦେଉ ନ ଥିଲା ସେ ନିଜର ସମସ୍ତ ଧନ ନିଜର ନାଗରିକ ମାନଙ୍କ ଭଲ ଭବିଷ୍ୟତ ଆଉ ଅଧିକ ପରୀକ୍ଷା ନିରୀକ୍ଷା କରି ନିଜର ନାଗରିକ ମାନଙ୍କର କିପରି ଅଧିକ ସୁବିଧା କରି ପାରିବ ସେ ବିଷୟରେ ଧ୍ୟାନ ଦେଉଥିଲା।
ଜର୍ମାନୀ କହିଛି କି ପୁତିନ ୟୁକ୍ରେନରେ ଯେଉଁ କାମ କରିଛନ୍ତି ସେହି କାମକୁ ଆଖି ଆଗରେ ରଖି ଜର୍ମାନୀକୁ ନିଜର ସମସ୍ତ ନଜର ଏବେ ସାମରିକ ବାହିନୀ ଉପରେ ଦେବା ଆବଶ୍ୟକ।