IND VS ENG: ଚତୁର୍ଥ ଟି ୨୦ ମ୍ୟାଚ ୮ ରନରେ ଜିତିଲା ଭାରତ। ସିରିଜ ୨-୨ ରେ ବରାବର। ଏହି ଖେଳାଳି ରହିଲେ ହିରୋ।

ଇଂଲଣ୍ଡ ବିରୁଦ୍ଧର ଦ୍ୱିତୀୟ ଟି ୨୦ ମ୍ୟାଚରେ ଭାରତ ଲଢେଇ କରି ଫେରିଛି। ଅହମ୍ମଦାବାଦରେ ଖେଳା ଯାଇଥିବା ଚତୁର୍ଥ ଟି ଟ୍ୱେଣ୍ଟି ମ୍ୟାଚକୁ ଭାରତ ୮ ରନରେ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୮୫ ରନ ବନାଇ ଥିଲା। ମାତ୍ର ଇଂଲଣ୍ଡ ଟିମ ଲକ୍ଷ ହାସିଲ କରି ପାରିଲା ନାହିଁ। ଇଂଲଣ୍ଡ ୮ ୱିକେଟ ରେ ୧୭୭ ରନ ହି ବନେଇ ପାରିଲା। ଇଂଲଣ୍ଡ ୮ ୱିକେଟ ରେ ୧୭୭ ରନ ହି ବନେଇ ପାରିଲା। ଇଂଲଣ୍ଡ ପାଇଁ ଷ୍ଟୋକ୍ସ ସର୍ବାଧିକ ୪୬ ଆଉ ଯେସନ ରୟ ୪୦ ରନ ହିଁ କରିପାରିଲେ। ସେହିଠାରେ ଭାରତ ପାଇଁ ଶାର୍ଦୁଲ ଠାକୁର ୩ଟି ୱିକେଟ ଅକ୍ତିଆର କରିଥିଲେ ଆଉ ପାଣ୍ଡ୍ୟା ତଥା ଚାହାର ୨-୨ଟି ୱିକେଟ ଅକ୍ତିଆର କରିଥିଲେ।

Google

ଆପଣଙ୍କୁ କହି ରଖୁଛୁ କି ଏକ ସମୟରେ ଇଂଲଣ୍ଡ ବିଜୟ ଆଡକୁ ଅଗ୍ରସର ହେଉଥିଲା ମାତ୍ର ୧୭ତମ ଓଭରରେ ଶାର୍ଦୁଲ ଠାକୁର ଦୁଇଟି ଲଗାତାର ୱିକେଟ ନେଇକି ପୁରା ମ୍ୟାଚ ପରିବର୍ତ୍ତନ କରି ଦେଲେ। ସେ ପ୍ରଥମେ ସେଟ ହେଇଥିବା ବେନ ଷ୍ଟୋକ୍ସ ଆଉ ତା ପରେ ଇଂଲଣ୍ଡର ଅଧିନାୟକ ଅଏନ ମୋର୍ଗନଙ୍କୁ ଆଉଟ କଲେ।

ଭାରତ ପାଇଁ ଚମକିଲେ ସୂର୍ଯ୍ୟକୁମାର:

ଆହତ ହେବା କାରଣରୁ ଟିମରେ ଜାଗା ପାଇ ନଥିବା ଇଶାନ କିଷାନଙ୍କ ଜାଗାରେ ସୂର୍ଯ୍ୟ କୁମାର ୟାଦବ ଟିମରେ ଖେଳିଥିଲେ। ସୂର୍ଯ୍ୟକୁମାରଙ୍କର ଆକର୍ଷଣୀୟ ଅର୍ଦ୍ଧଶତକ ତଥା ଶ୍ରେୟାସ ଆୟରଙ୍କର ଦ୍ରୁତ ପାରି ଦ୍ୱାରା ଭାରତ ଇଂଲଣ୍ଡ ବିପକ୍ଷରେ ୮ ୱିକେଟ ବିନିମୟରେ ୧୮୫ ରନ କରିଥିଲା। ବିବାଦୀୟ ତରିକାରେ ଆଉଟ ହେଇଥିବା ସୂର୍ଯ୍ୟକୁମାର ୟାଦବ ୩୧ଟି ବଲରୁ ୫୭ ରନ କରି ଏକ ଆକର୍ଷଣୀୟ ପାରି ଖେଳିଲେ। ଏହା ବ୍ୟତୀତ ଋଷଭ ପନ୍ତ ୩୦ ଆଉ ଶ୍ରେୟାସ ଆୟର (୧୮ ବଲ ୩୭ରନ) ବହୁତ ଦରକାରୀ ରନ କଲେ।

Google

ଭାରତକୁ ପ୍ରଥମେ ବ୍ୟାଟିଂ କରିବାର ଚ୍ୟାଲେଞ୍ଜ ମିଳିବା ପରେ ରୋହିତ ଶର୍ମା ଆଦିଲ ରାଶିଦଙ୍କର ପ୍ରଥମ ବଲରେ ହିଁ ଛକା ମାରିଲେ। ଏହା ଭିତରେ ସେ ଟି ୨୦ କ୍ରିକେଟରେ ୯୦୦୦ ରନ ବି ପୁରା କଲେ। ମାତ୍ର ତାଙ୍କ ପାରି ବେସି ଚାଲିଲାନି। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ୟାଦବ ନିଜର ଆନ୍ତର୍ଜାତୀୟ କ୍ରିକେଟର ପ୍ରଥମ ବଲ ହିଁ ଛକା ମାରି ଆରମ୍ଭ କଲେ। ସେ ତା ପରେ ବି ନିଡ଼ର ବ୍ୟାଟିଂ ଜାରି ରଖିଲେ। ମାତ୍ର ଦ୍ୱିତୀୟ ପଟରୁ ରୋହିତ ଶର୍ମା ସ୍ଲୋ ବଲରେ ଆର୍ଚରଙ୍କୁ କ୍ୟାଚ ଦେଇଦେଲେ। ରାହୁଲ ବି ୧୪ ରନରେ ଆଉଟ ହେଇଗଲେ ଆଉ କୋହଲି ବି ୧ ରନରେ ଆଉଟ ହେଇଗଲେ।

କୋହଲି ଆଉ ରାହୁଲ ଫ୍ଲପ:

ରାହୁଲ ଲଗାତାର ଚତୁର୍ଥ ଥର ଏହି ସିରିଜରେ ଫ୍ଲପ ହେଲେ। ସେ ବେନ ଷ୍ଟୋକ୍ସଙ୍କର ସ୍ଲୋ ବଲ ଧରିନପାରି ମିଡ ଅଫରେ କ୍ୟାଚ ଦେଇଦେଲେ। କୋହଲି ବି ଏକ ରନ କରି ଆଉଟ ହେଲେ ଯାହାଙ୍କୁ ଗୁଗଲିରେ ରାଶିଦ ଫସେଇ ଦେଲେ। ଦ୍ୱିତୀୟ ତରଫରୁ ସୂର୍ଯ୍ୟକୁମାର ୟାଦବ ଲୟ ବନାଇ ରଖିବାକୁ ଚେଷ୍ଟା କରିଥିଲେ।

Google

ସୂର୍ଯ୍ୟକୁମାର ସାମ କରାନ ଙ୍କର ବଲରେ ଫାଇନ ଲେଗରେ ମାରିଥିବା ଛକା ତାଙ୍କ ଆତ୍ମବିଶ୍ୱାସର ପ୍ରତୀକ ଥିଲା କି ତାଙ୍କୁ ବିବାଦୀୟ ତରିକାରେ ଆଉଟ ଦିଆ ଯାଇଥିଲା । ଡାବିଡ଼ ମଲାନ ଧରିଥିବା କ୍ୟାଚ ଗୋଟେ ଆଡୁ ଲାଗୁଥିଲା କି ଜମିକୁ ଛୁଇଁଛି ମାତ୍ର ତାହାକୁ ଅନ୍ୟ ଆଡୁ ଦେଖିଲା ପରେ ତାକୁ ଥାଅର୍ଡ ଅମ୍ପାୟାର ଆଉଟ ଦେଇଥିଲେ। ଏହାପରେ ଆୟର ଆଉ ପାଣ୍ଡ୍ୟା ଆରମ୍ଭରୁ ହିଁ ଆକ୍ରମକ ମୂଡ଼ରେ ଲାଗିଲେ। ଶାର୍ଦୁଲ ୧୧ ରନ କରି ନଟ ଆଉଟ ରହିଲେ। ଭାରତର ସ୍କୋର ୧୮୫ ପହଁଚିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *