ଭାରତ ଅଷ୍ଟ୍ରେଲିଆ ଠୁ ବକ୍ସିଙ୍ଗ ଡେ ଟେଷ୍ଟ ଜିତିନେଇଛି। ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଲା।ଭାରତୀୟ ଟିମ ଏହି ମ୍ୟାଚ ଚତ୍ରୁର୍ଥ ଦିନ ଜିତିନେଇଛି। ଏହା ସିରିଜର ଦ୍ୱିତୀୟ ଟେଷ୍ଟ ଥିଲା। ଭାରତ ଏହି ବିଜୟ ସହ ୪ଟି ମ୍ୟାଚ ବିଶିଷ୍ଟ ସିରିଜ କୁ ୧-୧ରେ ବରାବରୀ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ ୮ ଉଇକେଟରେ ଜିତିଥିଲା। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ସିଡନିରେ ୭ ଜାନୁଆରୀରୁ ଖେଳାଯିବ।

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଗଲା । ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ପ୍ରଥମ ଦିନ ମାତ୍ର ୧୯୫ରେ ଅଲଆଉଟ କରିଦେଲା। ଏହା ପରେ ଭାରତ ୩୨୬ ରନ କରି ୧୩୧ରନର ଆଗୁଆ ରନ ହାସଲ କରିନେଲା। ଅଷ୍ଟ୍ରେଲିଆ ଟିମ ଦ୍ୱିତୀୟପାରିରେ ବି ମାତ୍ର ୨୦୦ ରନ କରିପାରିଲା। ଏହିପରି ଭାରତକୁ ଜିତିବାପାଇଁ ୭୦ ରନର ଲକ୍ଷ ମିଳିଲା। ଭାରତୀୟ ଟିମ ୧୫.୫ ଓଭରରେ ୨ଟି ୱିକେଟ ହରାଇ ଏହି ଲକ୍ଷ ହାସଲ କରିନେଇଛି।
ମେଲବର୍ଣ୍ଣରେ ଭାରତର ବିଜୟର ହିରୋ ଅଧିନାୟକ ରାହାଣେ (୧୧୨,୨୭) ଅଟନ୍ତି। ସେ ପ୍ରଥମ ପାରିରେ ସୁନ୍ଦର ଶତକ ମାରିଥିଲେ ଓ ଦ୍ୱିତୀୟ ପାରିରେ ସେ ନଟ ଆଉଟ ରହି ୨୭ ରନ କରିଥିଲେ। ରାହାଣେଙ୍କ ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ମିଳିଲା।

ମ୍ୟାଚର ଚତ୍ରୁର୍ଥ ଦିନ ମଙ୍ଗଳବାରକୁ ଯେବେ ଖେଳ ଆରମ୍ଭ ହେଲା ଭାରତୀୟ ଟିମ ବିଜୟ ଆଡ଼କୁ ବଢିଥିଲା। ଅଷ୍ଟ୍ରେଲିଆ ନିଜ ଦ୍ୱିତୀୟ ପାରିରେ ୧୩୩ ରନ କରି ୬ ୱିକେଟ ହରାଇ ସାରିଥିଲା। ସୋମବାରକୁ ନଟଆଉଟ ରହିଥିବା କ୍ୟାମରୁନ ଗ୍ରୀନ ଓ ପେଟ କମିନ୍ସ ପାରିକୁ ଆଗକୁ ବଢ଼ାଇଲେ। ସେ ଦୁହେଁ ସ୍କୋରକୁ ୧୫୬ ରନ ପର୍ଯ୍ୟନ୍ତ ନେଇଗଲେ। ଏହା ପରେ କମିନ୍ସ (୨୨) ଆଉଟ ହୋଇଗଲେ। ତାଙ୍କୁ ଯଶପ୍ରୀତ ବୁମରା ଆଉଟ କରିଥିଲେ।ଏହାର ଅଳ୍ପ ସମୟ ପରେ କ୍ୟାମରୁନ ଗ୍ରୀନ (୪୫) ,ନାଥନ ଲାୟନ(୩) ଓ ଜୋସ ହେଜଲହୁଡ଼ (୧୦) ବି ଆଉଟ ହୋଇଗଲେ। ମିଚେଲ ଷ୍ଟାର୍କ ୧୪ ରନ କରି ନଟ ଆଉଟ ରହିଲେ।
ଡେଭ୍ୟୁ ମ୍ୟାଚ ଖେଳୁଥିବା ମହମ୍ମଦ ସିରାଜ ଅଷ୍ଟ୍ରେଲିଆର ଦ୍ୱିତୀୟ ପାରିରେ ସବୁଠୁ ଅଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ। ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖା ୱିକେଟ ନିଜ ନାମରେ କରିଥିଲେ। ଉମେଶ ଯାଦବ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ। ଉମେଶ ଯାଦବ ଏହି ପାରିରେ ମାତ୍ର ୩.୩ ଓଭର ଵୋଲିଙ୍ଗ କରିଛନ୍ତି ଏହା ପରେ ସେ ଆଘାତ କାରଣରୁ ବାହାରକୁ ଚାଲିଗଲେ। ଦୁଇଟି ପାରିକୁ ମିଶାଇ ଯଶପ୍ରୀତ ବୁମରା ୬ଟି ୱିକେଟ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନୀ ଓ ମହମ୍ମଦ ସିରାଜ ୫-୫ଟି ୱିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଛନ୍ତି ଓ ଉମେଶ ଯାଦବ ଗୋଟିଏ ନେଇଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହା ୧୦୦ ତମ ଟେଷ୍ଟ ମ୍ୟାଚ ଥିଲା। ଏଥିମଧ୍ୟରୁ ଭାରତ ୨୯ ଟି ମ୍ୟାଚ ଜିତିଛି ଓ ଅଷ୍ଟ୍ରେଲିଆ ୪୩ ଟି ମ୍ୟାଚ ଜିତିଛି ଓ ଦୁହିଁଙ୍କ ଭିତରେ ୨୭ ଟି ମ୍ୟାଚ ଟାଇ ହୋଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।