IND VS ENG: ଭାରତ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରେଇଲା। ଡେବ୍ୟୁ ମ୍ୟାଚରେ ହି ଚର୍ଚ୍ଚାରେ ରହିଲେ ଏହି ଷ୍ଟାର ଖେଳାଳି।

ଟେଷ୍ଟ ଆଉ ଟି ୨୦ସିରିଜ ଜିତିବା ପରେ ଟିମ ଇଣ୍ଡିଆ ଏବେ ଦିନିକିଆ ସିରିଜର ଆରମ୍ଭ ବି ବିଜୟ ସହ କରିଛି। ମଙ୍ଗଳବାର ଦିନ ଖେଳା ଯାଇଥିବା ମ୍ୟାଚରେ ଭାରତ ସହଜରେ ହିଁ ଜିତି ଯାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୧୭ ରନ କରିଲା ଆଉ ତାର ଜବାବରେ ଇଂଲଣ୍ଡ ଅତ୍ୟନ୍ତ ଦ୍ରୁତ ଆରମ୍ଭ ମିଳିବା ସତ୍ତ୍ୱେ ୨୫୧ ରନରେ ହିଁ ଅଟକି ଗଲା। ଏହିପରି ଭାରତ ୬୬ ରନରେ ଏହି ମ୍ୟାଚ ଜିତିଗଲା।

Google

ବିଜୟରେ ବୋଲର ଆଉ ବ୍ୟାଟ୍ସମ୍ୟାନ ଦୁଇ ଜଣଙ୍କର ଭୂମିକା ରହିଛି। ପ୍ରଥମେ ବ୍ୟାଟିଂ କରି ଶିଖର ଧୱନ ୯୮ ରନ କଲେ, କେ ଏଲ ରାହୁଲ ୬୨ ରନର ପାରି ଖେଳିଲେ , କ୍ରୁନାଲ ପାଣ୍ଡ୍ୟା ୫୮ ରନର ପାରି ଖେଳିଲେ ଆଉ ଅଧିନାୟକ ବିରାଟ କୋହଲି ବି ୫୬ ରନର ପାରି ଖେଳିବାର ନଜର ଆସିଲେ। ବୋଲର ମାନଙ୍କ ଭିତରେ ଡେବ୍ୟୁ କରିଥିବା ପ୍ରସିଦ୍ଧ କୃଷ୍ଣ ୪ଟି ୱିକେଟ ଅକ୍ତିଆର କଲେ, ଶାର୍ଦୁଲ ୩ଟି ଶିକାର କଲେ ଆଉ ଭୁବନେଶ୍ୱର କୁମାର ୨ଟି ୱିକେଟ ନିଜ ନାମରେ କଲେ। କ୍ରୁନାଲ ପାଣ୍ଡ୍ୟା ବି ଗୋଟେ ୱିକେଟ ନେଲେ। ଇଂଲଣ୍ଡ ପକ୍ଷରୁ ଜନୀ ବେୟାରଷ୍ଟୋ ୬୬ ବଲରେ ୯୪ ରନ କଲେ ଆଉ ଓପନର ଯେସନ ରୟ ୪୬ ରନର ଇନିଂଗ୍ସ ଖେଳିଲେ। ମାତ୍ର ଏହି ଦୁଇ ଜଣଙ୍କ ବ୍ୟତୀତ ଆଉ କେହି ବି ବ୍ୟାଟ୍ସମ୍ୟାନ ପିଚ ଉପରେ ତିଷ୍ଠି ପାରିଲେ ନାହିଁ।

ଭାରତ ଜବତଦସ୍ତ ଭାବେ ମ୍ୟାଚରେ ଫେରିଲା:

୩୧୮ ରନର ପିଛା କରିବାକୁ ବାହାରିଥିବା ଇଂଲଣ୍ଡ ଟିମ ପାଇଁ ଜନୀ ବେୟାରଷ୍ଟୋ ଆଉ ଯେସନ ରୟ ବହୁତ ଜବରଦସ୍ତ ଆରମ୍ଭ କଲେ। ସେମାନେ ପ୍ରଥମ ଦଶ ଓଭରରେ ଛକା ଆଉ ଚୌକାର ବର୍ଷା କଲେ। ଖାସ କରି ବେୟାରଷ୍ଟୋ ଯୁବ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଜମା ବି ଖାତିର କଲେନି ଆଉ ୧୦ ଓଭରରେ ୮୯ ରନ କଲେ। ରୟ ଆଉ ବେୟାରଷ୍ଟୋ ନିଜର ଅର୍ଦ୍ଧଶତକୀୟ ପାର୍ଟନରସିପ ୩୭ ବଲରେ ହିଁ କଲେ ଆଉ ୧୧.୩ ଓଭରରେ ନିଜର ଶତକୀୟ ପାର୍ଟନରସିପ କଲେ। ଏହା ଭିତରେ ବେୟାରଷ୍ଟୋ ୪୦ ବଲରେ ନିଜର ଅର୍ଦ୍ଧଶତକ ପୁରା କଲେ।

Google
ପ୍ରସିଦ୍ଧ କୃଷ୍ଣ ଭାରତକୁ ଫେରାଇଲେ:

ପ୍ରଥମ ସ୍ପେଲରେ ମହଙ୍ଗା ସାବ୍ୟସ୍ତ ହେଇଥିବା ଏହି ବୋଲର ନିଜର ଦ୍ୱିତୀୟ ସ୍ପେଲରେ ଛାପ ଛାଡିଲା। ୧୫ତ୍ତମ ଓଭରରେ ସେ ରୟଙ୍କୁ ଆଉଟ କଲେ ଆଉ ତା ପରେ ବେନ ଷ୍ଟୋକ୍ସଙ୍କୁ ବି ଆଉଟ କଲେ। ଦୁଇଟି ୱିକେଟ ପରେ ବେୟାରଷ୍ଟୋଙ୍କର ଧୈର୍ଯ୍ୟ ଭାଙ୍ଗିଗଲା ଆଉ ୨୩ତ୍ତମ ଓଭରରେ ତାଙ୍କୁ ଶାର୍ଦୁଲ ଠାକୁର ଆଉଟ କରିଦେଲେ। ଏହାପରେ ଇଂଲଣ୍ଡର ଅଧିନାୟକ ଅଏନ ମୋର୍ଗନ ଙ୍କୁ ଶାର୍ଦୁଲ ଆଉଟ କଲେ ଆଉ ତା ପରେ ବେନ ଷ୍ଟୋକ୍ସଙ୍କୁ ବି ଆଉଟ କଲେ। ତା ପରେ ଜୋସ ବଟଲର ଆଉଟ ହେବାପରେ ଇଂଲଣ୍ଡର କମର ଭାଙ୍ଗିଗଲା। ଏହାପରେ ଆସିଥିବା ମୋଇନ ଅଲି, ସାମ ବିଲିଙ୍ଗସ ଆଉ ସାମ କରାନ କିଛି ଖାସ କରି ପାରିଲେ ନାହିଁ ଆଉ ଇଂଲଣ୍ଡ ମାତ୍ର ୪୨.୧ ଓଭରରେ ହିଁ ସବୁ ଆଉଟ ହେଇଗଲେ।

Google
ଭାରତୀୟ ବ୍ୟାଟ୍ସମ୍ୟାନ ଯଲବା ଦେଖେଇଲେ:

ପୁନେର ସେହି ମୁସ୍କିଲ ପିଚରେ ଭାରତର ଆରମ୍ଭ ବହୁତ ଧିମା ରହିଲା ଆଉ ଓପନର ରୋହିତ ୪୨ ବଲରେ ୨୮ ରନ କରି ଆଉଟ ହେଇଗଲେ। ଏହାପରେ ବିରାଟ କୋହଲି ଆଉ ଶିଖର ଧୱନଙ୍କ ଭିତରେ ୧୦୫ ରନର ପାର୍ଟନରସିପ ରହିଲା। ତା ପରେ ବିରାଟ କୋହଲି ୫୬ ରନ କରି ଆଉଟ ହେବାପରେ ଭାରତର ବ୍ୟାଟ୍ସମ୍ୟାନ ବହୁତ ବିଗିଡିଗଲେ। ତା ପରେ ଶିଖର ଧାବନ ୯୮ ରନରେ ଆଉଟ ହେଲେ ଆଉ ଭାରତର ୫ଟି ୱିକେଟ ଝଡ଼ିଗଲା ମାତ୍ର ରାହୁଲ ଆଉ କ୍ରୁନାଲ ଶେଷ ଓଭର ମାନଙ୍କର ଜବରଦସ୍ତ ବ୍ୟାଟିଂ କରି ଭାରତକୁ ମ୍ୟାଚକୁ ଫେରାଇଲେ। ସେମାନଙ୍କ ଭିତରେ ୬୧ ବଲରେ ୧୧୨ର ପାର୍ଟନରସିପ ହେଲା ଆଉ ତାହାଦ୍ୱାରା ହିଁ ଭାରତ ୫୦ ଓଭରରେ ୩୧୭ ରନ କଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *