ଭାରତୀୟ କମ୍ପାନୀ କରୋନା ଭ୍ୟାକ୍ସିନର ଆନିମଲ୍ ଟ୍ରାଏଲ୍ ସଫଳ, ଆମେରିକୀ ଫାର୍ମା ସହ ଚୁକ୍ତି ।

ଭାରତୀୟ କମ୍ପାନୀ କରୋନା ଭ୍ୟାକ୍ସିନର ଆନିମଲ୍ ଟ୍ରାଏଲ୍ ସଫଳ, ଆମେରିକୀ ଫାର୍ମା ସହ ଚୁକ୍ତି, indian company corona vaccine tested successful by panacea biotec, Corona Vaccine, Covid Vaccine, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ଲାଗି ବିଶ୍ବର ବଡରୁ ବଡ କମ୍ପାନୀ ଲାଗିଛନ୍ତି । ଏବେ ଭାରତର Panacea Biotec କରୋନା ଭାଇରସ୍ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଆମେରିକୀୟ କମ୍ପାନୀ Refana Inc ସହ ବୁଝାମଣା କରିଛନ୍ତି । ଇନଆକ୍ଟିଭେଟେଡ୍ ଭାଇରସ୍ ବେସଡ ଭ୍ୟାକ୍ସିନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଉଭୟ କମ୍ପାନୀ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି ।

ଏହା ଭାରତୀୟ କମ୍ପାନୀ ରେଫାନା ସହ ମିଶି କୋଭିଡ୍-୧୯ର ସମ୍ଭାବ୍ୟ ଟୀକାର ୫୦ କୋଟିରୁ ଅଧିକ ଡୋଜ୍ ପ୍ରସ୍ତୁତ କରିବାକୁ ଚାହୁଁଛି । ଏଥିମଧ୍ୟରୁ ୪ କୋଟିରୁ ଅଧିକ ଡୋଜ୍ ଆଗାମୀ ବର୍ଷ ଉତ୍ପାଦନର ଲକ୍ଷ ରଖାଯାଇଛି । ଏ ନେଇ Panacea Biotecର ପ୍ରବନ୍ଧ ନିର୍ଦ୍ଦେଶକ ରାଜେଶ ଜୈନ କହିଛନ୍ତି ଯେ, ବିଶ୍ବକୁ ଏକ ସୁରକ୍ଷିତ ଏବଂ ପ୍ରଭାବୀ ଟୀକର ଆବଶ୍ୟକତା ରହିଛି । ଯାହାର ବହୁଳ ଭାବେ ଉତ୍ପାଦନ କରାଯାଇ ସାରା ବିଶ୍ବର ଚାହିଦା ପୂରଣ କରାଯାଇପାରିବ ।

corona vaccine
Google
ଆମେରିକୀ ଫାର୍ମା ସହ ଚୁକ୍ତି

ବୁଝାମଣା ଅନୁଯାୟୀ Panacea Biotec ପ୍ରଡକ୍ଟସ ଡେଭଲପମେଣ୍ଟ ଏବଂ କମର୍ସିଆଲ ମାନୁଫ୍ୟାକଚରିଂର ଦାୟିତ୍ବ ନେବ । ସେହିଭଳି ଡଏଣ୍ଟ ଭେନଚର ଏଣ୍ଟିଟି କ୍ଲିନିକାଲ ଡେଭଲପମେଣ୍ଟ ଏବଂ ରେଗୁଲାରିଟି ସବମିଶଂସ ଉପରେ କାମ କରିବ । ଉଭୟ କମ୍ପାନୀ ମଧ୍ୟରେ ଏହି ଭ୍ୟାକ୍ସିନ ଉପରେ ୫୦-୫୦ ଭାଗିଦାରୀ ରହିବ ।

ରାଜେଶ ଜୈନ୍ ଏକ ଚ୍ୟାନେଲ ସହ କଥା ହେବା ସମୟରେ କହିଛନ୍ତି ଯେ, ଏହି ଭ୍ୟାକ୍ସିନର ଆନିମଲ ଟ୍ରାଏଲ ହୋଇସାରିଛି । ଯାହା ଏ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ପ୍ରଭାବୀ ରହିଛି । ସେ କହିଛନ୍ତି ଯେ, ଅଗଷ୍ଟ କିମ୍ବା ସେପ୍ଟେମ୍ବର ମଧ୍ୟରେ ହ୍ୟୁମାନ ଟ୍ରାଏଲ ପାଇଁ ଡ୍ରଗ୍ସ ଅଥୋରିଟିଙ୍କ ମଞ୍ଜୁରୀ ପାଇଁ ଆବେଦନ କରିବେ । Panacea Biotecର ଯୋଜନା ଅନୁଯାୟୀ ଅକ୍ଟୋବରରେ ହ୍ୟୁମାନ ଟ୍ରାଏଲର ଫେଜ୍-୧ ଆରମ୍ଭ କରାଯିବ । ଏହାସହ କମ୍ପାନୀ ଭାକ୍ସିନର ପ୍ରଡକ୍ସନ ମଧ୍ୟ ଆରମ୍ଭ କରିଦେବ ।

ଡିସେମ୍ବର ୨୦୨୦ ଏବଂ ଜାନୁଆରୀ ୨୦୨୧ ରେ ପ୍ରତ୍ୟେକ ମାସ ୪୦ ମିଲିୟନ ଭ୍ୟାକ୍ସିନ ଡୋଜ୍ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଭ୍ୟାକ୍ସିନର ଷ୍ଟୋରେଜଠାରୁ ଆରମ୍ଭ କରି ଟ୍ରାନ୍ସପୋର୍ଟେସନ ଅତ୍ୟନ୍ତ ସହଜ ହେବ । ସେ କହିଛନ୍ତି ଯେ, କମ୍ ମୂଲ୍ୟରେ ଭ୍ୟାକ୍ସିନ ଉପଲବ୍ଧ କରାଇବାକୁ ଯୋଜନା ରଖାଯାଇଛି । ସଫଳତା ମିଳିବା ପରେ ଭାରତରେ ବ୍ୟବହାର ସହ ବିଦେଶକୁ ମଧ୍ୟ ଏକ୍ସପୋର୍ଟ କରାଯିବାର ଯୋଜନା ରହିଛି । ସେ କହିଛନ୍ତି ଯେ, ଅନ୍ୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଭ୍ୟାକ୍ସିନଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏହା ସଫଳ ହେବାର ଆଶା ମଧ୍ୟ ଅଧିକ ରହିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *