କୋଭିଡ୍-୧୯ ମହାମାରୀ କାରଣରୁ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ମଧ୍ୟ ବାତିଲ ହୋଇଛି । ଗୁରୁବାର ଭାରତର ଏହି ସୀମିତ ଓଭର ଗସ୍ତକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେକାର ପରିସ୍ଥିତିରେ କୌଣସି ସରିଜ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଉଭୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍ଏଲ୍ସି) ସହମତି ପ୍ରକାଶ କରିଛନ୍ତି ।

ଏହି ଗସ୍ତରେ ଭାରତ ଶ୍ରୀଲଙ୍କ ବିପକ୍ଷରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା । ମ୍ୟାଚ୍ଗୁଡିକର ତାରିଖ ଘୋଷଣା ହୋଇ ନ ଥିଲା । ତେବେ ଏହି ସିରିଜକୁ ପରେ ଆୟୋଜନ କରାଯାଇପରେ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଆରୁନ ଧୁମାଲ କହିଛନ୍ତି । ପୂର୍ବରୁ ଏହି ସରିଜ ବାତିଲ ହେବ ବୋଲି ଆଶା କରାଯାଉଥିଲା । କାରଣ ଭାରତୀୟ କ୍ରିକେଟରମାନେ ଏପର୍ଯ୍ୟନ୍ତ ସେମାନଙ୍କ ଟ୍ରେନିଂ ତଥା ଅଭ୍ୟାସ ଆରମ୍ଭ କରିପାରି ନାହାନ୍ତି ।

ଭାରତରେ ଏବେ କରୋନ ସମସ୍ୟା ଭୟଙ୍କର ସ୍ଥିତିରେ ପହଞ୍ଚିଛି । ମ୍ୟାଚ୍ ଫିଟ୍ନେସ ହାସଲ କରିବା ପାଇଁ ଖେଳାଳିମାନେ ଅତିକମ୍ରେ ୬ ସପ୍ତାହର ଟ୍ରେନିଂ କରିବା ଜରୁରୀ । ଅଗଷ୍ଟରେ ଏହି ସିରିଜ ଆୟୋଜନ କରାଯିବାକୁ ପ୍ରୟାସ କରାଯିବ ବୋଲି ଦୁଇ ଦେଶର ବୋର୍ଡ କହିଛନ୍ତି । ଦଳ ଅଭ୍ୟାସ କରିନାହିଁ । ପୁଣି ଅନ୍ତର୍ଜାତୀୟ ଯାତ୍ର ନେଇ କଟକଣା କେବେ ଉଠିବ ସେ ନେଇ ଆମେ ନିଶ୍ଚିତ ନୋହୁଁ । ତେଣୁ ଜୁନ୍- ଜୁଲାଇରେ ଏହି ସିରିଜ ଆୟୋଜନ କରିବା ସମ୍ଭବପର ନୁହଁ ବୋଲି ଧୁମାଲ କହିଛନ୍ତି । ବିସିସିଆଇ ମଧ୍ୟ ଶ୍ରୀଲଙ୍କାକୁ ଏ ନେଇ ଅବଗତ କରାଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।