କ୍ରିକେଟ ଜଗତ ପାଇଁ ଶନିବାର ବହୁତ ଦୁଃଖଦ ଖବର ଆସିଛି। ରଣଜୀ କ୍ରିକେଟର ବହୁତ ଭଲ ବୋଲର ଆତ୍ମହତ୍ୟା କରିଦେଇଛନ୍ତି।

ରଣଜୀ ଖେଳାଳି ଏମ ସୁରେଶ କୁମାର ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି। ୪୭ବର୍ଷୀୟ ଏମ ସୁରେଶ କୁମାର ଆତ୍ମହତ୍ୟା କରିବାର ଖବର ପୁଲିସ ଦେଇଛି।ପୁଲିସ କହିଛି କି ସେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି ଓ ତାଙ୍କ ମୃତ ଶରୀର ମଧ୍ୟ ସେହିଠାରେ ଜବତ ହୋଇଛି। ଏମ ସୁରେଶ କୁମାର ଅଲରାଉଣ୍ଡର ଥିଲେ ଓ ରଣଜୀ ଟ୍ରଫିରେ କେରଳ ପାଇଁ ଖେଳୁଥିବାର ଦେଖିବାକୁ ମିଳିଥିଲା।
ଏମ ସୁରେଶ କୁମାର ୧୯୯୨-୯୩ରେ ନିଜର ରଣଜୀ ଡେବ୍ୟୁ କରିଥିଲେ ଓ ୨୦୦୫-୨୦୦୬ ପର୍ଯ୍ୟନ୍ତ ସେ ୭୨ଟି ମ୍ୟାଚ ଖେଳିଥିଲେ,ଏଥିରେ ୧୬୫୭ ରନ କରିଥିଲେ ଓ ୧୯୬ ଟି ୱିକେଟ ନେଇଥିଲେ। ହେଲେ ସେ ଟିମ ଇଣ୍ଡିଆରେ ଖେଳିବାକୁ କେବେହେଲେ ମୋୖକା ପାଇନାହାନ୍ତି।
ସେ କେରଳ ପାଇଁ ୫୨ ଟି ମ୍ୟାଚ ଓ ରେଲୱେ ପାଇଁ ୧୭ ଟି ମ୍ୟାଚ ଖେଳିଛନ୍ତି। ସେ ରେଲୱେରେ ଚାକିରୀ କରିଥିଲେ।ସୁରେଶ କୁମାର ଦିଲୀପ ଟ୍ରଫିରେ ସାଉଥ ଜୋନ ଓ ସେଣ୍ଟ୍ରାଲ ଜୋନ ତରଫରୁ ଖେଳିଛନ୍ତି।

ଏମ ସୁରେଶ କୁମାର ଇଣ୍ଡିଆ ପାଇଁ ଅଣ୍ଡର୧୯ ରେ ଖେଳିଛନ୍ତି।କେବଳ ଏତିକି ନୁହେଁ ୧୯୯୨ରେ ସେ ଦିନିକିଆ କ୍ରିକେଟ ପାଇଁ ମଧ୍ୟ ଚୟନ ହୋଇଥିଲେ। ହେଲେ ତାଙ୍କୁ ମ୍ୟାଚ ଖେଳିବାର ମୋୖକା ମିଳି ନଥିଲା।
ଏମ ସୁରେଶ କୁମାରଙ୍କ ରେକର୍ଡକୁ ଦେଖି ତାଙ୍କୁ ଟିମରେ ମୋୖକା ନ ମିଳିବା ଏକ ଦୁର୍ଭାଗ୍ୟଜନକ କଥା। ଇଣ୍ଡିଆ ଟିମର ପୂର୍ଵ ଅଧିନାୟକ ରାହୁଲ ଡ୍ରାଭିଡ ମଧ୍ୟ ତାଙ୍କ ବୋଲିଂର ପ୍ରଶଂସା କରିଛନ୍ତି।
୧୩ ବର୍ଷରେ ହିଁ ସୁରେଶ କୁମାର କ୍ରିକେଟ ଖେଳିବା ଆରମ୍ଭ କରିଦେଇଥିଲେ। ୯୦ଦଶକରେ ତାମିଲନାଡ଼ୁ ବିରୁଦ୍ଧରେ କେରଳର ବିଜୟରେ ତାଙ୍କର ଭୂମିକା ମହତ୍ୱପୂର୍ଣ୍ଣ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।