ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଆଇପିଏଲ ସିଜନ ୧୫ ସରି ଯାଇଛି ଏବଂ ଏକ ନୂଆ ଦଳ ଗୁଜରାଟ ଟାଇଟନ୍ସ ଟ୍ରଫି ଜିତିଛି କିନ୍ତୁ ଚଳିତ ବର୍ଷ ଆଇପିଏଲ ରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ଖେଳ ପ୍ରଶଂସା ଯୋଗ୍ୟ ହେଲା ନାହିଁ।ତେବେ ସେ ରୋହିତ ଶର୍ମା ହୁଅନ୍ତୁ କିମ୍ବା ବିରାଟ କୋହଲି ସମସ୍ତେ ଫେଲ ହୋଇଛନ୍ତି। ଆସନ୍ତୁ ଜାଣିବା ଏହି ବିଷୟରେ।
ଚଳିତ ବର୍ଷ ଆଇପିଏଲ ଯାହାକି ଯୁବ ଖେଳାଳି ମାନଙ୍କ ପାଇଁ ଅତ୍ୟନ୍ତ ଭଲ ହୋଇଥିବା ବେଳେ ଭାରତୀୟ ଦଳର କିଛି ବଡ଼ ଖେଳାଳି ମାନଙ୍କ ପାଇଁ ଭଲ ଗଲାନି। ତେବେ ସେ ରୋହିତ ଶର୍ମା ହୁଅନ୍ତୁ କି ବିରାଟ କୋହଲି,କିମ୍ବା ଋଷଭ ପନ୍ତ ହୁଅନ୍ତୁ କି ରବୀନ୍ଦ୍ର ଜଡେଜା।

ରୋହିତ ଶର୍ମା:ରୋହିତ ଶର୍ମା ଆଇପିଏଲ ର ସବୁଠାରୁ ସଫଳ ଅଧିନାୟକ କିନ୍ତୁ ଚଳିତ ବର୍ଷ ତାଙ୍କର ଫର୍ମ ନଥିଲା। ସେ ଚଳିତ ବର୍ଷ ଆଇପିଏଲରେ କୌଣସି ଗୋଟିଏ ମ୍ୟାଚରେ ୫୦ ରନ କରି ନାହାନ୍ତି। ସେ ୬ଟି ମ୍ୟାଚରେ ହିଁ ୨୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ସେ ୧୪ଟି ମ୍ୟାଚ ଖେଳି ୨୬୮ ରନ ସଂଗ୍ରହ କଲେ।

ବିରାଟ କୋହଲି: ଗୋଟିଏ ସମୟରେ ଆଇପିଏଲ ରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳି ଚଳିତ ବର୍ଷର IPLଏତେ ଖାସ ରହିଲା ନାହିଁ। ଏପରିକି ସେ ୩ଟି ମ୍ୟାଚରେ ବିନା ରନ କରି ଆଉଟ ହୋଇଯାଇଥିଲେ।

ରବୀନ୍ଦ୍ର ଜଡେଜା: ଚଳିତ ବର୍ଷ ଆଇପିଏଲ ରେ ତାଙ୍କୁ ଚେନ୍ନାଇର ଅଧିନାୟକ ଦାୟୀତ୍ଵ ଦିଆ ଯାଇଥିଲା କିନ୍ତୁ ସେ ସେଥିରେ ଖରାପ ପ୍ରଦର୍ଶନ କରିବା ସହ ନିଜ ଖେଳରେ ମଧ୍ୟ ଭଲ ପ୍ରଦର୍ଶନ କରି ନଥିଲେ।ସେ ୧୦ ଟି ମ୍ୟାଚ ଖେଳି ମାତ୍ର ୧୧୬ ରନ ସଂଗ୍ରହ କରିଥିଲେ।

ଋଷଭ ପନ୍ତ: ଯେଉଁ ଭଳି ଭାବରେ ଆଶା ଋଷଭ ପନ୍ତଙ୍କ ଠାରୁ ଥିଲା ତାହା ବିଫଳ ହୋଇଗଲା। ସେ ୧୪ଟି ମ୍ୟାଚ୍ ଖେଳି ୩୪୦ ରନ ସଂଗ୍ରହ କରିଛନ୍ତି।ଋଷଭ ପନ୍ତ ନିଜର ଯେଉଁ ପ୍ରକାରର ଖେଳ ପାଇଁ ପରିଚିତ ତାହା ଦେଖିବାକୁ ମିଳିଲା ନାହିଁ।

ମହମ୍ମଦ ସିରାଜ : ପ୍ରାୟ ୨୦୨୧ ରେ ସିରାଜଙ୍କ ପ୍ରଦର୍ଶନ ଦେଖି ଆରାସିବି ତାଙ୍କୁ ୭ କୋଟି ଟଙ୍କା ଦେଇ ରିଟେନ କରିଥିଲା। ସେ କିନ୍ତୁ ଚଳିତ ବର୍ଷ ଭଲ ପ୍ରଦର୍ଶନ କରି ପାରିଲେ ନାହିଁ। ଏଥି ସହ ସେ ଗୋଟିଏ ସିଜନରେ ସବୁଠାରୁ ଅଧିକ ଛକା ଖାଇବାର ରେକର୍ଡ ମଧ୍ୟ ନିଜ ନାମରେ କରିଥିଲେ। ସେ ୧୫ଟି ମ୍ୟାଚ ଖେଳି ମାତ୍ର ୯ଟି ୱିକେଟ ହାସଲ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।