ଭାରତୀୟ କ୍ରିକେଟର ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏବେ ଏକ ଝିଅର ମାତା ପିତା ହୋଇସାରିଲେଣି। ୧୧ ଜାନୁଆରୀ ୨୦୨୧ ର ଅନୁଷ୍କା ଏକ ଝିଅକୁ ଜନ୍ମ ଦେଇଥିଲେ। ଏହି ଦମ୍ପତି ନିଜ ଝିଅର ନାମ ବାମିକା ଦେଇଛନ୍ତି। ବିରାଟ ଓ ଅନୁଷ୍କା ୧ ଡିସେମ୍ବର ୨୦୧୭ରେ ଇଟାଲୀରେ ବିବାହ କରିଥିଲେ।

ଭାରତୀୟ କ୍ରିକେଟର ବର୍ତ୍ତମାନର ଓପନର ରୋହିତ ଶର୍ମାଙ୍କୁ ସମସ୍ତେ ହିଟମ୍ୟାନ ନାମରେ ଜାଣନ୍ତି। ରୋହିତ ୨୦୧୫ ରେ ରିତିକା ଜୟଦେହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହିଁଙ୍କର ୨୦୧୮ ରେ ଏକ ଝିଅ ଜନ୍ମ ହୋଇଥିଲା। ତାଙ୍କ ଝିଅର ନାମ ସମାୟରା।
ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୦୧୪ ରେ ନିଜ ପିଲାବେଳର ସାଙ୍ଗ ରାଧିକା ଧୋପାପବରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହିଁଙ୍କର ୨୦୧୯ ରେ ଏକ ଝିଅ ଜନ୍ମ ହୋଇଥିଲା ଯାହାର ନାମ ସେମାନେ ଆର୍ଯ୍ୟା ରଖିଛନ୍ତି।

ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କର ଦୁଇଟି ଝିଅ ଅଛନ୍ତି। ଅଶ୍ୱିନୀ ୨୦୧୧ ରେ ପୃଥୀ ନାରାୟଣନଙ୍କ ସହ ବିବାହ କରିଥିଲେ। ଦୁହିଁଙ୍କ ବଡ଼ ଝିଅ ଆଖିରାର ଜନ୍ମ ୨୦୧୫ ରେ ହୋଇଥିବା ବେଳେ ସାନ ଝିଅ ଆଧ୍ୟାଜଙ୍କ ଜନ୍ମ ୨୦୧୬ ମସିହାରେ ହୋଇଥିଲା।
ଭାରତୀୟ ଟେଷ୍ଟ ଟିମର କିମ୍ବଦନ୍ତୀ ଚେତେଶ୍ୱର ପୂଜାରା ମଧ୍ୟ ୨୦୧୮ରେ ଏକ ଝିଅର ବାପା ହୋଇଥିଲେ । ଚେତେଶ୍ୱର ପୂଜାରା ଓ ପୂଜା ପାବରିଙ୍କ ବିବାହ ୧୩ ଫେବୁଆରୀ ୨୦୧୩ ରେ ହୋଇଥିଲା। ପାଞ୍ଚବର୍ଷ ପରେ ମାନେ ୨୦୧୮ ରେ ଦୁହିଁଙ୍କର ଏକ ଝିଅ ହେଲା ଯାହାର ନାମ ସେମାନେ ଅଦିତୀ ଦେଇଛନ୍ତି।

ଭାରତୀୟ କ୍ରିକେଟର ପୂର୍ବ ଖେଳାଳି ସୁରେଶ ରାଇନା ୨୦୧୧ ବିଶ୍ୱକପ ଟିମର ଅଂଶ ଥିଲେ। ସେ ୨୦୧୫ ରେ ପ୍ରିୟଙ୍କା ଚୌଦୁରିଙ୍କ ସହ ବିବାହ କରିଥିଲେ। ଏହା ପରେ ୨୦୧୬ ରେ ଦୁହିଁଙ୍କ ଘରେ ଏକ ଝିଅ ଜନ୍ମ ହେଲା ଯାହାର ନାମ ସେମାନେ ଗ୍ରେସିୟା ଦେଇଛନ୍ତି।
ଭାରତୀୟ ଟିମର ପୂର୍ବ ଅଧିନାୟକ ତଥା ଆଇସିସିର ତିନୋଟି ଟ୍ରଫି ଜିତିଥିବା ଏକ ମାତ୍ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଜଣେ ଝିଅର ବାପା ଅଟନ୍ତି। ସେ ୨୦୧୦ରେ ସାକ୍ଷୀଙ୍କ ସହ ବିବାହ କରିଥିଲେ ଓ ୬ ଫେବୁଆରୀ ୨୦୧୫ ରେ ଦୁହିଁଙ୍କ ଘରେ ଏକ ଝିଅ ଜନ୍ମ ଗ୍ରହଣ କରିଥିଲା, ଜିଭା ଅଟେ ତାଙ୍କ ଝିଅର ନାମ।
ମାଷ୍ଟର ବ୍ଲାଷ୍ଟର ସଚିନ ଟେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ବର୍ତ୍ତମାନ ୨୩ ବର୍ଷୀୟ ହୋଇଗଲେଣି।ସଚିନଙ୍କର ଝିଅ ପୂର୍ବରୁ ସୋସିଆଲ ମିଡିଆରୁ ଦୂରରେ ରହିଥିଲେ କିନ୍ତୁ ଏବେ ସେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛନ୍ତି ଓ ନିଜ ବାପାଙ୍କ ଘରେ ଫେମସ ହୋଇଗଲେଣି।

ଭାରତୀୟ ଟିମର ପୂର୍ଵ ଅଧିନାୟକ ତଥା ବିସିସିଆଇର ବର୍ତ୍ତମାନର ଅଧକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଜଣେ ଝିଅର ବାପା ଅଟନ୍ତି। ତାଙ୍କ ଝିଅର ନାମ ସନା ଓ ସେ ୧୯ ବର୍ଷୀୟ ଅଟନ୍ତି। ସୋସିଆଲ ମିଡିଆଠୁ ଦୂରରେ ରହୁଥିବା ସନାଙ୍କ ଫଟୋ ଗାଙ୍ଗୁଲି ସର୍ବଦା ନିଜ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି।
ଭାରତୀୟ ମହାନ ସ୍ପିନର ହରଭଜନ ସିଂହ ୭ ବର୍ଷର ଲମ୍ବା ସମୟ ପରେ ୨୯ ଅକ୍ଟୋବର ୨୦୧୫କୁ ବଲିଉଡ଼ ଅଭିନେତ୍ରୀ ଗୀତା ବସରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ଦମ୍ପତିଙ୍କ ଘରେ ୨୦୧୬ ରେ ଏକ ଝିଅ ଜନ୍ମ ହୋଇଥିଲା। ଯାହାଙ୍କୁ ହିନାୟା ହିର ନାମ ଦିଆଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।