IND VS ENG:ଇଂଲଣ୍ଡ ବିରୁଦ୍ଧରେ ଦିନିକିଆ ଦଳର ଘୋଷଣା, ଏହି ଦୁଇ ଷ୍ଟାର ଖେଳାଳି ହେଲେ ସାମିଲ।

ଇଂଲଣ୍ଡ ବିରୁଦ୍ଧରେ ୩ ମ୍ୟାଚର ଦିନିକିଆ ସିରିଜ ପାଇଁ ଭରତୀୟ କ୍ରିକେଟ ଦଳ ବଛାଦିଆଯାଇଛି।ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ତିନୋଟି ମ୍ୟାଚ ପୁନେରେ ଖେଳାଯିବ। ଏହି ଦଳରେ ସୂର୍ଯ୍ୟକୁମାର ଯାଦବ,କୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କୃଷ୍ଣଙ୍କୁ ଜାଗା ମିଳିଛି।

Google

କୃଷ୍ଣ ଓ କୁନାଲ ଏବେ ଏବେ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି ଯେବେକି ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭଲ ବ୍ୟାଟିଂ କରି ପୁରସ୍କାର ପାଇଛନ୍ତି। ଯଦିଓ ,ଦିନିକିଆ ଦଳରେ ଇଶାନ କିଶନଙ୍କୁ ମୌକା ଦିଆଯାଇ ନାହିଁ। ଏହି ସିରିଜ ପାଇଁ ଭାରତୀୟ ଦଳରେ କିଛି ନୂଆ ଚେହେରାଙ୍କୁ ସାମିଲ କରାଯିବାର ଆଶା କରାଯାଉଥିଲା ଓ ଏଥିରେ କୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କୃଷ୍ଣଙ୍କ ନାମ ସବୁଠାରୁ ଉପରେ ଥିଲା।

ପ୍ରସିଦ୍ଧ କୃଷ୍ଣ ବିଜୟ ହଜାରେ ଟ୍ରାଫିରେ କର୍ଣ୍ଣାଟକ ତରଫରୁ ଖେଳି ୭ଟି ମ୍ୟାଚରେ ୨୨.୨ର ଔଷତରେ ୧୪ଟି ୱିକେଟ ଅକ୍ତିଆର କରିଥିଲେ। ସେ ଏହି ସଂସ୍କରଣରେ ନିଜ ଦଳ ତରଫରୁ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର ମଧ୍ୟ ରହିଥିଲେ। ତାଙ୍କର ଭଲ ବୋଲିଂ ସାହାଯ୍ୟରେ କର୍ଣ୍ଣାଟକ ଏହି ସଂସ୍କରଣରେ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପହଁଞ୍ଚିଥିଲା। ଯଦିଓ, ସେମି ଫାଇନାଲରେ ତାକୁ ମୁମ୍ବାଇ ୭୨ ରନରେ ହରାଇଥିଲା। ସେମି ଫାଇନାଲ ମ୍ୟାଚରେ ମଧ୍ୟ ପ୍ରସିଦ୍ଧ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

Google

ସେହିପରି, ଦ୍ୱିତୀୟ ତରଫରେ କୁନାଲ ପାଣ୍ଡ୍ୟା ମଧ୍ୟ ନିଜ ଦଳ ବରୋଦା ପାଇଁ ବିଜୟ ହଜାରେ ଟ୍ରଫିରେ ଅଲରାଉଣ୍ଡର ଖେଳ ଜାରି ରଖିଥିଲେ। ସେ ଏହି ସଂସ୍କରଣରେ ବରୋଦା ପାଇଁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ରହିଲେ। ସେ ୫ଟି ମ୍ୟାଚରେ ୧୨୯ରୁ ଅଧିକ ଔଷତରେ ୩୮୮ ରନ କଲେ।ଏହା ମଧ୍ୟରେ ସେ ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ଲଗାଇଲେ। ସେହିପରି ପାଣ୍ଡ୍ୟା ୫ଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ।

ନୂଆ ଚେହେରା ମଧ୍ୟରେ ଦେବଦତ୍ତ ପାଡ଼ିକଲଙ୍କ ନାମ ମଧ୍ୟ ବହୁତ ଚର୍ଚ୍ଚାରେ ସାମିଲ ଥିଲେ,ହେଲେ ତାଙ୍କୁ ଏବେ ଦିନିକିଆ ଦଳରେ ସାମିଲ କରାଯାଇ ନାହିଁ। କର୍ଣ୍ଣାଟକ ଓ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜଜର୍ସ ବାଙ୍ଗାଲୋରର ଓପନର ପାଡିକଲଙ୍କ ବ୍ୟାଟ ମଧ୍ୟ ଖୁବ କହିଲା। ସେ ୭ଟି ମ୍ୟାଚରେ ୧୪୭ରୁ ଅଧିକ ଔଷତରେ ୭୩୭ ରନ କଲେ। ସେ ୭ଟି ମ୍ୟାଚରେ ୫୦ କିମ୍ବା ତା ଠାରୁ ଅଧିକ ରନ କଲେ,କିନ୍ତୁ ଶିଖର ଧାୱନ,କେଏଲ ରାହୁଲ, ରୋହିତ ଶର୍ମା ଓ ଶୁଭମନ ଗିଲଙ୍କର ସ୍ଥିତିରେ ୟାଙ୍କୁ ମୌକା ମିଳିନାହିଁ।

Google

ଭାରତ ବନାମ ଇଂଲଣ୍ଡ ଦିନିକିଆ ସିରିଜ:
୨୩ ମାର୍ଚ୍ଚ-ପ୍ରଥମ ଦିନିକିଆ-ପୁନେ ଦ୍ଵିପ୍ରହର ୧:୩୦ ଭାରତୀୟ ସମୟ ଅନୁସାରେ।
୨୬ ମାର୍ଚ୍ଚ-ଦ୍ୱିତୀୟ ଦିନିକିଆ-ପୁନେ ଦ୍ଵିପ୍ରହର ୧:୩୦ ଭାରତୀୟ ସମୟ ଅନୁସାରେ।
୨୮ ମାର୍ଚ୍ଚ-ତୃତୀୟ ଦିନିକିଆ-ପୁନେ ଦ୍ଵିପ୍ରହର ୧:୩୦ ଭାରତୀୟ ସମୟ ଅନୁସାରେ।

ଇଂଲଣ୍ଡ ବିରୁଦ୍ଧରେ ଭାରତର ଦିନିକିଆ ଦଳ ଏହି ପ୍ରକାରର ଅଟେ: ବିରାଟ କୋହଲି(କ୍ୟାପଟେନ),ରୋହିତ ଶର୍ମା(ଉପ ଅଧିନାୟକ),ଶିଖର ଧାୱନ, ଶ୍ରେୟସ ଅୟର, ଶୁଭମନ ଗିଲ,ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ରିଷବ ପନ୍ତ(ୱିକେଟ କିପର),କେଏଲ ରାହୁଲ(ୱିକେଟ କିପର),ୟୁଜବେନ୍ଦ୍ର ଚହଲ,ଭୁବନେଶ୍ୱର କୁମାର, କୁଲଦୀପ ଯାଦବ,ସାରଦୁଲ ଠାକୁର, କୁନାଲ ପାଣ୍ଡ୍ୟା, ୱାଶିଙ୍ଗଟନ ସୁନ୍ଦର, ଟି ନଟରାଜନ,ମହମ୍ମଦ ସିରାଜ,ପ୍ରସିଦ୍ଧ କୃଷ୍ଣ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *