IND VS ENG:ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତର ଦଳ ହେଲା ଘୋଷଣା, ଏହି ଷ୍ଟାର ଖେଳାଳିଙ୍କୁ ମିଳିପାରେ ମୌକା।

ଭାରତ ଆଉ ଇଂଲଣ୍ଡ ଭିତରେ ହେବାକୁ ଥିବା ତୃତୀୟ ମୁକାବିଲା ୨୪ ଫେବୃଆରୀ ଠାରୁ ଅହମ୍ମଦାବାଦରେ ହେବାକୁ ଯାଉଛି। ଡେ ନାଇଟ ଏହି ଟେଷ୍ଟ ଆଉ ବାକି ଚତୁର୍ଥ ମାର୍ଚ୍ଚ ଠାରୁ ହେବାକୁ ଥିବା ପଞ୍ଚମ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନିଜର ଟିମ ଘୋଷଣା କରି ଦେଇଛି। ଶର୍ଦୁଲ ଠାକୁରଙ୍କୁ ଟିମରୁ ବାହାର କରାଯାଇଛି ଆଉ ଉମେଶ ୟାଦବ ତାଙ୍କ ଜାଗା ନେବେ। ମାତ୍ର ଟିମ ସହ ଯୋଡିବା ଆଗରୁ ଉମେଶଙ୍କୁ ତାଙ୍କ ଫିଟନେସ ସାବ୍ୟସ୍ତ କରିବାକୁ ହେବ।

Google

ବିସିସିଆଇ କହିଲେ ,” ଉମେଶ ୟାଦବ ଅହମ୍ମଦାବାଦରେ ଟିମ ସହ ଯୋଡିବେ ଆଉ ତାଙ୍କର ଫିଟନେସ ଟେଷ୍ଟ ହେବା ପରେ ହିଁ ସେ ସାର୍ଦୁଲ ଠାକୁରଙ୍କ ଜାଗା ନେଇ ପାରିବେ। ଯାହାଙ୍କୁ ବିଜୟ ହଜାରେ ଟ୍ରଫିରେ ଖେଳିବା ପାଇଁ ଅନୁମତି ଦେଇ ଦିଆ ଯାଇଛି।” ଉମେଶ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ପାଳିରେ ଆହତ ହେଇଯାଇଥିଲେ ଯାହାଙ୍କ ମାଁସପେସିରେ ଆଘାତ ଲାଗିଥିଲା ଆଉ ତା ପରେ ସେ ସ୍ବଦେଶ ଫେରି ଆସିଥିଲେ। ଆଉ ଜଣେ ଦ୍ରୁତ ବୋଲର ମହମ୍ମଦ ଶାମି ବି ଏହିପରି ଏଡିଲେଡ଼ ଟେଷ୍ଟରେ ହିଁ ଆହତ ହେଇ ଘରକୁ ଫେରି ଆସିଥିଲେ। ମାତ୍ର ସେ ଏଯାଏ ଫିଟ ନାହାନ୍ତି। ମାନା ଯାଉଛି କି ସେ ପାଞ୍ଚ ଦିନିଆ ଟେଷ୍ଟ ମ୍ୟାଚ ଖେଳି ପାରିବେନି।

ବାମ ହାତୀ ସ୍ପିନର ଶହବାଜ ନଦୀମଙ୍କର ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ ଓଆରେ ଷ୍ଟାଣ୍ଡ ବାଇ ଖେଳାଳି ମାନଙ୍କ ଲିଷ୍ଟରୁ ତାଙ୍କୁ ହଟେଇ ଦିଆ ଯାଇଛି। ଏବେ ଷ୍ଟାଣ୍ଡ ବାଇ ଖେଳାଳି ମାନଙ୍କ ଲିଷ୍ଟରେ ଲେଗ ସ୍ପିନର ରାହୁଲ ଚାହାର ଆଉ ୱିକେଟ କିପର ବ୍ୟାଟ୍ସମ୍ୟାନ କେଏସ ଭାରତ ଙ୍କୁ ରଖାଯାଇଛି। ପ୍ରିୟଙ୍କ ପାଞ୍ଚାଳ ଆଉ ଅଭିମନ୍ୟୁ ମିଥୁନଙ୍କୁ ବି ବିଜୟ ହଜାରେ ଟ୍ରଫି ଖେଳିବାକୁ କୁହାଯାଇଛି। ଚେନ୍ନାଇରେ ନେଟ ବୋଲର ଭାବେ ଟିମ ସହ ଥିବା ପାଞ୍ଚଟି ବୋଲର ଅଙ୍କିତ ରାଜପୁତ, ଆବେଶ ଖାନ, ସନ୍ଦୀପ ୱାରିୱାର ଆଉ କୃଷ୍ଣପ୍ପା ଗୌତମ ଆଉ ସୌରଭ କୁମାର ଅହମ୍ମଦାବାଦରେ ଏହି କାର୍ଯ୍ୟ ନିଭେଇବେ।

Google

ଭାରତୀୟ ଟିମ:
ବିରାଟ କୋହଲି(ଅଧିନାୟକ) , ରୋହିତ ଶର୍ମା, ଶୁଭମାନ ଗିଲ, ଅଜିଙ୍କ୍ୟ ରାହାଣେ(ଉପଅଧିନାୟକ), ଋଷବ ପନ୍ତ(ୱିକେଟ କିପର), କେ ଏଲ ରାହୁଲ,ହାର୍ଦିକ ପାଣ୍ଡ୍ୟା, ଚେତେଶ୍ୱର ପୂଜାରା, ଋଦ୍ଧିମାନ ସାହା, ଆର ଅଶ୍ୱିନ,କୂଳଦୀପ ୟାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା,ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ,ଉମେଶ ୟାଦବ (ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ)।

ଷ୍ଟାଣ୍ଡ ବାଏ ଖେଳାଲି:କେ ଏସ ଭାରତ,ରାହୁଲ ଚାହର

ନେଟ ବୋଲର: ଅଙ୍କିତ ରାଜପୁତ, ଅଭେସ ଖାନ, ସନ୍ଦୀପ ବାରିୱାର,କୃଷ୍ଣପ ଗୌତମ ଏବଂ ସୌରଭ କୁମାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *