ଭାରତୀୟ ଦଳ ନିଜ ପ୍ରଶଂସକ ମାନଙ୍କୁ ଦେଲା ନୂଆ ବର୍ଷର ଉପହାର, ଜାଣନ୍ତୁ କଣ ଅଟେ ସେହି ଗିଫ୍ଟ।

ଭାରତ ଅଷ୍ଟ୍ରେଲିଆ ସହିତ ବକ୍ସିଙ୍ଗ ଡେ ରେ ୮ ୱିକେଟରେ ବିଜୟ ହାସଲ କରିଛି। ଭାରତ ଅଷ୍ଟ୍ରେଲିଆକୁ ଚତ୍ରୁର୍ଥ ଦିନ ହିଁ ହରାଇ ଦେଇଛି। ଏହା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଥିଲା ଏହି ବିଜୟ ସହ ଭାରତ ସିରିଜକୁ ୧-୧ରେ ବରାବର କରିଛି।

Google

ଭାରତ ଅଷ୍ଟ୍ରେଲିଆକୁ ବକ୍ସିଙ୍ଗ ଡେ ଟେଷ୍ଟରେ ହରାଇଦେଇଛି।ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଛି। ଏହି ବିଜୟ ଭାରତୀୟ ପ୍ରସଂସକ ମାନଙ୍କ ପାଇଁ କୌଣସି ଉପହାରଠୁ କମ ନୁହେଁ। ଏବେ ସେ ନୂଆ ବର୍ଷର ଆରମ୍ଭ ବିଜୟ ସହ କରିବ। ସେମିତିରେ ରେ କୌଣସିବି ବିଜୟ ପୁରା ଟିମର ବିଜୟ ଅଟେ କିନ୍ତୁ ଏହି ବିଜୟର ହିରୋ ଅଜିଙ୍କ୍ୟ ରାହାଣେ, ଶୁଭମନ ଗିଲ, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା , ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମାନାଯାଉଛି।

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଦ୍ୱିତୀୟ ଟେଷ୍ଟ ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଟିମ ଏହି ମ୍ୟାଚ ଚତ୍ରୁର୍ଥ ଦିନ ଜିତିଗଲା। ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ପ୍ରଥମ ଦିନ ମାତ୍ର ୧୯୫ରେ ଅଲଆଉଟ କରିଦେଲା। ଏହା ପରେ ଭାରତ ୩୨୬ ରନ କରି ୧୩୧ରନର ଆଗୁଆ ରନ ହାସଲ କରିନେଲା। ଅଷ୍ଟ୍ରେଲିଆ ଟିମ ଦ୍ୱିତୀୟ ପାରିରେ ବି ମାତ୍ର ୨୦୦ ରନ କରିପାରିଲା। ଏହା ପରେ ଭାରତ ମାତ୍ର ୨ଟି ବ୍ୟାଟ୍ସମ୍ୟାନ ହରାଇ ଆବଶ୍ୟକ ୭୦ ରନ କରିଦେଲା।ଭାରତ ଏହି ବିଜୟ ସହ ସିରିଜ ୧-୧ରେ ବରାବର କରିଦେଲା।ସିରିଜର ତୃତୀୟ ମ୍ୟାଚ ୭ ଜାନୁଆରୀରେ ସିଡିନରେ ଅନୁଷ୍ଠିତ ହେବ।

Google
ଅଜିଙ୍କ୍ୟ ରାହାଣେ ବିଜୟର ସୁପର ହିରୋ:

ଅଧିନାୟକ ଅଜିଙ୍କ୍ୟ ରାହାଣେ(୧୧୨,୨୭) ଙ୍କୁ ଭାରତର ବିଜୟର ସୁପର ହିରୋ କୁହାଯାଉଛି। କାରଣ ପ୍ରଥମ ପାରିରେ ସେ ସୁନ୍ଦର ଶତକ ମାରିଥିଲେ ଓ ଦ୍ୱିତୀୟ ପାରିରେ ନଟ ଆଉଟ ରହି ୨୭ ରନ କରିଥିଲେ। ଅଧିନାୟକତ୍ୱ ରୂପରେ ଚୂଡାନ୍ତ ଏକାଦଶ ବାଛିବା, ବୋଲିଙ୍ଗରେ ପରିବର୍ତ୍ତନ , ଫିଲ୍ଡିଙ୍ଗକୁ ସୁନ୍ଦର ସଜେଇବା ପାଇଁ ସେ ଅନେକ ପ୍ରସଂସା ପାଇଛନ୍ତି। ରାହାଣେଙ୍କୁ ଏହି ପ୍ରଦର୍ଶନ ପାଇଁ “ମ୍ୟାନ ଅଫ ଦ ମ୍ୟାଚ “ପୁରସ୍କାର ଦିଆଗଲା।

ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ଖେଳ:

ପ୍ରଥମ ଟେଷ୍ଟ ମ୍ୟାଚରେ ଆଘାତପ୍ରାପ୍ତ କାରଣରୁ ଖେଳିପାରିନଥିବା ରବିନ୍ଦ୍ର ଜାଡେଜା ଦ୍ୱିତୀୟ ମ୍ୟାଚରେ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମ ପାରିରେ ଗୋଟିଏ ଓ ଦ୍ୱିତୀୟ ପାରିରେ ଦୁଇଟି ୱିକେଟ ହାସଲ କରିଛନ୍ତି। ଏହାଠୁ ଅଧିକ କାମ ସେ ବ୍ୟାଟିଙ୍ଗରେ କରିଛନ୍ତି। ଜାଡେଜା ଭାରତର ପ୍ରଥମ ପାରିରେ ଭଲ ୫୭ ରନ କରିଥିଲେ ଓ ଅଧିନାୟକ ରାହାଣେଙ୍କ ସହିତ ୧୨୧ ରନର ସୁନ୍ଦର ପାର୍ଟନରସିପ କରିଥିଲେ। ଏହି ପାର୍ଟନରସିପ ପାଇଁ ଭାରତ ଅଷ୍ଟ୍ରେଲିଆ ଉପରେ ୧୦୦ଠୁ ଅଧିକ ରନ ଆଗୁଆ ହୋଇଗଲା।

Google
ଶୁଭମନ ଗିଲ ଦେଲେ ଭଲ ଆରମ୍ଭ:

ଭାରତ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ଶୁଭମନ ଗିଲ ମଧ୍ୟ ଭାରତର ବିଜୟକୁ ସହଜ କରିଦେଲେ। ପୃଥୀ ସ୍ୱଙ୍କ ଜାଗାରେ ଓପନିଙ୍ଗ ବ୍ୟାଟିଙ୍ଗ କରୁଥିବା ଶୁଭମନ ଗିଲ ଦୁଇଟି ଯାକ ପାରିରେ ଭଲ ପ୍ରଦର୍ଶନ କରିଛନ୍ତି। ଖାସ କଥା ଏହାକି ସେ ବହୁତ ଶୀଘ୍ର ରନ କରିଥିଲେ। ଯାହା ଦ୍ଵାରା ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ପ୍ରେସର ରହିଲା। ଗିଲ ପ୍ରଥମ ପାରିରେ ୬୫ ବଲରେ ୪୫ ରନ କରିଥିବା ବେଳେ ଦ୍ୱିତୀୟ ପାରିରେ ୩୬ ବଲରେ ୩୫ ରନ କରି ନଟ ଆଉଟ ରହିଛନ୍ତି।

ବୁମରା ସମ୍ଭାଳିଲେ ବୋଲିଙ୍ଗ କାମ:

ଯଶପ୍ରୀତ ବୁମରା ଏହି ମ୍ୟାଚରେ ଭାରତୀୟ ବୋଲିଙ୍ଗ ସମ୍ଭାଳିଛନ୍ତି। ସେ ପ୍ରଥମ ପାରିରେ ୪ ଓ ଦ୍ୱିତୀୟ ପାରିରେ ୨ଟି ୱିକେଟ ନେଇଛନ୍ତି। ସେ ଏହି ମ୍ୟାଚରେ ଭାରତ ପକ୍ଷରୁ ସବୁଠୁ ଅଧିକ ୱିକେଟ ନେଇଛନ୍ତି । ମ୍ୟାଚ ସମୟରେ ଉମେଶ ଯାଦବ ଆଘାତ ହୋଇଯିବା ଦ୍ଵାରା ବୁମରାଙ୍କୁ ବହୁତ ଓଭର ବୋଲିଙ୍ଗ କରିବାକୁ ପଡିଲା। ଏହା ପରେ ମଧ୍ୟ ସେ ନିଜ ପ୍ରଦର୍ଶନ ଖରାପ ହେବାକୁ ଦେଇନାହାଁନ୍ତି।

Google
ସିରାଜ ଓ ଅଶ୍ୱିନୀ ଛାଡିଲେ ନାହିଁ କୌଣସି ମୌକା:

ଭାରତର ବିଜୟରେ ପଞ୍ଚମ ନାମ ରବିଚନ୍ଦ୍ରନ ଅଶ୍ୱିନୀ ଓ ମହମ୍ମଦ ସିରାଜ ଦୁହିଁଙ୍କ ନାମ ବରାବରରେ ରହିଛି। ଦୁହେଁ ଏହି ମ୍ୟାଚରେ ୫-୫ଟି ଲେଖା ୱିକେଟ ନେଇଛନ୍ତି। ଆଘାତ ମହମ୍ମଦ ସାମୀଙ୍କ ଜାଗାରେ ମ୍ୟାଚରେ ଡେଭ୍ୟୁ କରିଥିବା ମହମ୍ମଦ ସିରାଜ ନିଜ ପ୍ରଦର୍ଶନରେ କୌଣସି ଅନୁଭବର କମି ଦେଖିବାକୁ ଦେଲେନାହିଁ। ଅଶ୍ୱିନୀ ମ୍ୟାଚରେ ସବୁଠୁ ଅଧିକ ବୋଲିଙ୍ଗ କଲେ ଓ ଗୋଟେ ପରେ ପ୍ରେସର ପକାଇ ରଖିଲେ ଯାହା ଦ୍ୱାରା ଭାରତୀୟ ଅନ୍ୟ ବୋଲରଙ୍କ କାମ ସହଜ ହୋଇଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *