IND VS ENG:ଦିନିକିଆ ସିରିଜ ପାଇଁ ଆଜି ହୋଇପାରେ ଭାରତୀୟ ଟିମ ଘୋଷଣା,ଏହି ଦୁଇ ଷ୍ଟାର ଖେଳାଳି ମାଗିଲେନି ବିଶ୍ରାମ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଦିନିକିଆ ସିରିଜ ମଧ୍ୟ ଖେଳାଯିବ। ଏହାର ଆରମ୍ଭ ୨୩ ମାର୍ଚ୍ଚରୁ ହେବ। ଏହି ସିରିଜ ପାଇଁ ରବିବାରକୁ ଭାରତୀୟ ଟିମ ଘୋଷଣା ହେବ। ଏହି ସିରିଜରେ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ମଧ୍ୟ ଖେଳିବେ। ପୂର୍ବରୁ ଶୁଣାଯାଉଥିଲା ଲଗାତର କ୍ରିକେଟ ଖେଳୁଥୁବା ଯୋଗୁ ରୋହିତ ଶର୍ମା ଓ କିଛି ଅନ୍ୟ ଖେଳାଳିଙ୍କୁ ଏହି ସିରିଜରେ ଆରାମ ଦିଆଯିବ। ଏବେ କିନ୍ତୁ ଏହି ଖବର ସାମ୍ନାକୁ ଆସୁଛିକି କୌଣସିବି ସିନିୟର ଖେଳାଳି ବିସିସିଆଇକୁ ଆରାମ ମାଗିନାହାଁନ୍ତି।

Google

ନ୍ୟୁଜ ଏଜେନ୍ସି ପିଟିଆଇକୁ ବିସିସିଆଇ ସହ ଜଡିତ ଏକ ସୂତ୍ର ଜଣାଇଛନ୍ତିକି ରବିବାରକୁ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ ଘୋଷଣାର ସମ୍ଭାବନା ଅଛି। ଏହା ସହ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଆରାମ ମାଗିନାହାଁନ୍ତି। ଏଥିପାଇଁ ଟିମରେ କୌଣସି ବଡ଼ ପରିବର୍ତ୍ତନ ବା ନୂଆ ଚେହେରାଙ୍କୁ ମୌକା ମିଳିବାର ସମ୍ଭାବନା କମ। ସୂତ୍ର ଅନୁସାରେ ଯଦି ସିନିୟର ଖେଳାଳି ଖେଳିବେ ତ ପୃଥୀ ସ୍ୱ ଓ କର୍ଣ୍ଣାଟକର ଓପନର ଦେବଦତ ପଡିକଲଙ୍କୁ ଆହୁରି ଅପେକ୍ଷା କରିବାକୁ ହେବ।

ସ୍ୱ ଓ ପଡିକଲ ବିଜୟ ହଜାରେ ଟ୍ରଫିରେ ସବୁଠୁ ଅଧିକ ରନ କରିଛନ୍ତି:

ଏହି ଦୁଇ ବ୍ୟାଟ୍ସମ୍ୟାନ ଘରୋଇ ମ୍ୟାଚ ବିଜୟ ହଜାରେ ଟ୍ରଫିରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନ ଏହି ବର୍ଷ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ରନ କରିବାରେ ପ୍ରଥମ ଓ ଦ୍ୱିତୀୟ ନମ୍ବରରେ ଅଛନ୍ତି। ସ୍ୱ ଏବେ ପର୍ଯ୍ୟନ୍ତ ଏହି ଟ୍ରଫିରେ ୭ ଟି ମ୍ୟାଚରେ ୧୮୮ ରୁ ଅଧିକ ଔସତରେ ୭୫୪ ରନ ବନେଇଛନ୍ତି। ସେ ଚାରିଟି ଶତକ ମାରିଛନ୍ତି। ଏଥିରେ ୧୦୫ ନଟଆଉଟ, ୨୨୭ ନଟଆଉଟ, ୧୮୫ ନଟଆଉଟ ଓ ୧୬୫ ରନ ସ୍କୋର ଅଛି। ଏହା ସହ ସେ ଏହି ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ରନ କରିବା ମଧ୍ୟ ହୋଇଯାଇଛନ୍ତି ବୋଲି ଜଣା ଯାଇଛି। ଅନ୍ୟ ପଟେ ପଡିକଲ ମଧ୍ୟ ଭଲ ଫର୍ମରେ ଅଛନ୍ତି। ସେ କର୍ଣ୍ଣାଟକ ପାଇଁ ୭ ଟି ମ୍ୟାଚରେ ୭୩୭ ରନ ବନେଇଛନ୍ତି। ସେ ଚାରିଟି ଶତକ ଓ ତିନିଟି ଅର୍ଦ୍ଧଶତକ ମଧ୍ୟ ଏହି ଟ୍ରଫିରେ ମାରିଛନ୍ତି। ପଡିକଲ ସବୁ ମ୍ୟାଚରେ ପଚାଶରୁ ଅଧିକ ରନ ବନେଇଛନ୍ତି।

Google
ରୋହିତଙ୍କୁ ଦ୍ୱିତୀୟ ଟି-୨୦ ରେ ମୌକା ମିଳିପାରେ:

ପ୍ରଥମେ ଏହା ଆଶା କରାଯାଉଥିଲା କି ଯଦି ରୋହିତ ଆରାମ କରିବେ ତେବେ ଇଂଲଣ୍ଡ ବିରୁଦ୍ଧରେ ଏକଦିବସିୟ ସିରିଜରେ ତାଙ୍କୁ ମୌକା ଦିଆଯିବ। ଏବେ ଏହାର ଆଶା କମ ଦେଖାଯାଉଛି। ବିରାଟ କୋହଲି ଓ ରୋହିତ ଶର୍ମା ଦୁହେଁ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ଖେଳୁଛନ୍ତି।ପ୍ରଥମ ଟି-୨୦ ରେ ରୋହିତଙ୍କୁ ଚୂଡାନ୍ତ ଏକାଦଶରେ ମୌକା ଦିଆଯାଇନଥିଲା ସେହି ମ୍ୟାଚ ଇଣ୍ଡିଆ ଇଂଲଣ୍ଡ ହାତରେ ୮ ୱିକେଟରେ ହାରିଥିଲା। ଏବେ ରୋହିତଙ୍କୁ ଦ୍ୱିତୀୟ ଟି-୨୦ ରେ ମୌକା ମିଳିବାର ସମ୍ଭାବନା ଦେଖାଯାଉଛି। ଯଦି ରୋହିତ ଖେଳନ୍ତି ତେବେ ଶିଖର ଧୱନ ବା ରାହୁଲଙ୍କ ଭିତରୁ ଜଣେ କେହି ବାହାରେ ବସିବେ।

Google

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ୨୩ ମାର୍ଚ୍ଚରେ ,ଦ୍ୱିତୀୟ ଦିନିକିଆ ୨୬ ମାର୍ଚ୍ଚ ଓ ତୃତୀୟ ଦିନିକିଆ ୨୮ ମାର୍ଚ୍ଚକୁ ଅନୁଷ୍ଠିତ ହେବ। କରୋନାର ମାମଲା ବଢୁଥିବାରୁ ଏହି ତିନୋଟି ମ୍ୟାଚରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାର ଅନୁମତି ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *