ଟିମ ଇଣ୍ଡିଆ ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ଆଠ ୱିକେଟରେ ହରେଇଲା। ଏହିପରି ଜୀତ ହୁଏତ କେହି ସ୍ୱପ୍ନରେ ବି ଭାବି ପାରି ନଥିବ। ଏପରି ଅନୁଭବ ହେଉଥିଲା ଯେପରିକି ଉପରଵାଲା ଆମ ଭାଗ୍ୟ ଚାଟୁ ଲେଖୁଥିବା ସମୟରେ ଏଥିରେ ଏହିପ୍ରକାର ଏକ ଘଟଣା ଲେଖି ଦେଇଛି। ଏହାକୁ ଭାରତ ଇତିହାସରେ ବିଦେଶୀ ମାଟିରେ ମିଳିଥିବା ସବୁଠୁ ବଡ଼ ଜୀତ କୁହାଯାଇପାରେ। ଏହା କହିବା ଉପରେ ଅନେକ ଫ୍ୟାନ ମାନେ ଯୁକ୍ତି କରି ପାରନ୍ତି। ମାତ୍ର ତାହା ତା ଠାରୁ ଟିକେ ବି କମ ନୁହଁ। ଏହା କହିବାର ପାଞ୍ଚଟି କାରଣ ଅଛି।

୧:- ନିୟମିତ ଅଧିନାୟକଙ୍କ ବିନା ଏହି ଜୀତ ଆସିଛି: ତେଣିକି ଆପଣ ବିଦେଶୀ ମାଟିର ପ୍ରଥମ ଜୀତ (୧୯୬୮ ,ଡ୍ୟୁନେଦିନ) କୁହ ଅଥବା ୧୯୭୧ରେ ପର୍ଟ ଅଫ ସ୍ପେନ ରେ ଆସିଥିବା ସେ ଜୀତ କୁହ, ସେଇ ଦୁଇଟି ଟିମ ପାଖରେ ଟାଇଗର ପଟାଉଡି ଅଥବା ଆଉ କେହି ନିୟମିତ କ୍ୟାପଟେନ ଥିଲେ। ୨୦୦୪ରେ ମୁଲତାନରେ ଆସିଥିବା ଜୀତ ରେ ରାହୁଲ ଦ୍ରାଭିଡ ଅଧିନାୟକ ଥିଲେ କାରଣ ଗାଙ୍ଗୁଲି ଖେଳୁନଥିଲେ। ସେ ଜୀତ ବି ବହୁତ ବଡ଼ ଥିଲା ମାତ୍ର ଆଜିଙ୍କ୍ୟ ରାହାଣେ ଙ୍କର ଟିମର ଏହି ଜୀତ ଆହୁରି ବଡ଼ କାରଣ ତାଙ୍କୁ ୟା ଆଗରୁ ଏତେ ବଡ଼ ହାର ର ସାମ୍ନା କରିବାକୁ ପଡିନଥିଲା।
୨:- ପ୍ରଥମ ମ୍ୟାଚରେ ହାରିବା ପରେ ଆକ୍ରମଣ ହେଇଥିଲା: ଭାରତ ଆଡ଼ିଲେଡ଼ ଟେଷ୍ଟରେ ମାତ୍ର ୩୬ ରନରେ ଅଟକି ଯାଇଥିଲା ଆଉ ଅଷ୍ଟ୍ରେଲିଆ ପାଖରୁ ଆଠ ୱିକେଟରେ ହାରି ଯାଇଥିଲା। ମାତ୍ର ତା ପର ଟେଷ୍ଟରେ ଅଷ୍ଟ୍ରେଲିଆ କୁ ହରେଇ ଦେଲା। ଏହା ଆଗରୁ ଅଷ୍ଟ୍ରେଲିଆ ମାଟିରେ ଏମିତି ଉଦାହରଣ ଆଉ ଗୋଟେ ବି ନାହିଁ କି ଟିମ ୫୦ଅଥବା ତା ଠୁ କମ ରନରେ ଅଲ ଆଉଟ ହେଇସାରିବା ପରେ ଅଷ୍ଟ୍ରେଲିଆ କୁ ଦ୍ୱିତୀୟ ଟେଷ୍ଟରେ ହରେଇ ଦେବ। ଟେଷ୍ଟ କ୍ରିକେଟ ଇତିହାସରେ ହିଁ ଏପରି ତୃତୀୟ ଥର ହେଇଛି।

୩:- ଏହି ଯୁଗର ସବୁଠୁ ବଡ଼ ବ୍ୟାଟ୍ସମ୍ୟାନ ବିନା ମିଳିଲା ଏହି ଜୀତ: ବିରାଟ କୋହଲିଙ୍କର ରେକର୍ଡ ତେନ୍ଦୁଲକର ଆଉ ଦ୍ରାଭିଡଙ୍କ ପରି ଅଵଶ୍ୱାସନୀୟ ଅଟେ। ଆଉ ଏହିପରି ଜଣେ ଖେଳାଳିଙ୍କର ଅନୁପସ୍ଥିତି ଟିମ ଉପରେ ବହୁତ ବଡ଼ ପ୍ରଭାବ ପକାଇଥାଏ। ମାତ୍ର ତାଙ୍କ ବିନା ବି ଏହି ଜୀତ ମିଳିଛି। ଏହା ଆଗରୁ ଆମ ଭାରତର ୫୧ଟି ଟେଷ୍ଟ ଜୀତ ଉପରେ ନଜର ପକେଇବା ତ କେବଳ ୨୦୦୧ କେଣ୍ଡି ଟେଷ୍ଟରେ ହି ଭାରତ ତେନ୍ଦୁଲକରଙ୍କ ବିନା ଟେଷ୍ଟ ଜିତିଥିଲା ଆଉ ଦ୍ରାଭିଡ-ଗାଙ୍ଗୁଲି ଙ୍କର ଯୋଡି ଏକ ମଜବୁତ ଶ୍ରୀଲଙ୍କା ଅଟାକ ବିପକ୍ଷରେ ୨୬୪ ରନ ଚେଜ କରିଥିଲେ।
୪:- ଟିମରେ ପ୍ରମୁଖ ବୋଲର ନଥିଲେ: ରାହାଣେ ଅଷ୍ଟ୍ରେଲିଆର ଯାତ୍ରା କରିବା ଆଗରୁ ହି ଇଶାନ୍ତ ଶର୍ମା ଯିଏ କି ବର୍ତ୍ତମାନ ଭାରତର ସବୁଠୁ ଅଧିକ ଟେଷ୍ଟ ୱିକେଟ ନେଇଥିବା ବୋଲର, ଭୁବନେଶ୍ୱର କୁମାରଙ୍କୁ ହରେଇ ଥିଲେ। ମହମ୍ମଦ ଶାମି କୋହଲିଙ୍କ ସହ ହି ଭାରତ ଫେରି ଆସିଲେ କାରଣ ସେ ଆହତ ଥିଲେ। ଏପରିକି ତାଙ୍କର ପ୍ରମୁଖ ବୋଲର ଉମେଶ ୟାଦବ ବି ଦ୍ୱିତୀୟ ଇନିଂସ ରେ ଆହତ ହେଇଗଲେ ଯାହାଦ୍ୱାରା ବୋଲିଂ ର ସବୁଠୁ ବଡ଼ ସମସ୍ୟା ଥିଲା। କେଣ୍ଡି ଟେଷ୍ଟରେ ବି ଗାଙ୍ଗୁଲିଙ୍କ ପାଖରେ କୁମ୍ବଲେ ଆଉ ଶ୍ରୀନାଥ ନଥିଲେ। ମାତ୍ର ସେ ଜିତିଥିଲେ। ସେପରି ହି ଏହି ଟେଷ୍ଟ ଜିତା ଯାଇଛି।

୫:- ସବୁଠୁ ଭୟାନକ ଆକ୍ରମଣ ବିପକ୍ଷ ରେ ଜୀତ ମିଳିଲା: ୧୯୬୮ ର ନିଉଜିଲାଣ୍ଡ ଠୁ ନେଇକି ୨୦୨୦ର ଅଷ୍ଟ୍ରେଲିଆ ଯାଏ ଆମେ ଯଦି ସମସ୍ତ କ୍ଷେତ୍ରରେ ଦେଖିବା ତ ବିପକ୍ଷୀ ଟିମ ନିଜର ସବୁଠୁ ବଡ଼ ଆଉ ଶ୍ରେଷ୍ଠ ବୋଲିଂ ଆଟାକ ସହିତ ଖେଳୁଥିଲା। ୧୯୭୧ରେ ଇଂଲଣ୍ଡ ପାଖରେ ଜନ ସ୍ନୋ, ରିଚାର୍ଡ ଇଲିଙ୍ଗବୋର୍ଥ ଭଳି ବୋଲର ଥିଲେ, ୧୯୭୬ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୪୦୩ରନ ପିଛା କରୁଥିବା ସମୟରେ ତାଙ୍କ ପାଖରେ ଜଣେ ଯୁବ ମାଇକେଲ ହୋଲଡିଂ ହିଁ ଥିଲେ। ୧୯୮୦ରେ ମେଲବର୍ଣରେ ଅଷ୍ଟ୍ରେଲିଆ ପାଖରେ ଡେଣିସ ଲିଲି ଆଉ ମାର୍କ ପୋସ୍କୋ ଙ୍କର ଯୋଡି ଥିଲା। ୨୦୦୧ର ଶ୍ରୀଲଙ୍କା ପାଖରେ ମୁରଲୀ-ଚମିଣ୍ଡା ଭାସ ଙ୍କର ଯୋଡି ଥିଲା। ୨୦୦୬ ଦକ୍ଷିଣ ଆଫ୍ରିକା ପାଖରେ ଷ୍ଟେନ, ମଖୟା ଏନ୍ଟିନି, ଶନ ପୋଲୋକ, ଆଉ କାଲିସ ଙ୍କର ଅଟାକ ଥିଲା। ୨୦୧୮ ଅଷ୍ଟ୍ରେଲିଆ ପାଖରେ ବି ଷ୍ଟାର୍କ, ହେଜେଲଉଡ଼ ତଥା କମିନ୍ସ ଙ୍କର ଯୋଡି ଥିଲା। ମାତ୍ର କୌଣସି ବି ସିରିଜରେ ଭାରତ ୦-୧ ରେ ପୀଛାରେ ନଥିଲେ।
ତେଣୁ ଏ ସବୁକୁ ଦେଖିଲେ ମେଲବର୍ଣ୍ଣ ର ଜୀତ ସବୁଠୁ ଖାସ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।