ଭାରତର ଏହି ଆଇଲ୍ୟାଣ୍ଡରେ ରହିଥାନ୍ତି ସବୁଠୁ ଭୟାନକ “ମଣିଷ”,ଯିଏବି ପାଖକୁ ଯାଏ ଫେରିନି ଜୀଅନ୍ତା! ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଦୁନିଆରେ ଆଜିବି ଅନେକ ଏପରି ମଣିଷ ଅଛନ୍ତି ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହିପରି କିଛି ମଣିଷ ଜାତି ଭାରତର ଅଧିକାର ଵାଲା କ୍ଷେତ୍ର ନର୍ଥ ସେଣ୍ଟିନଲ ଆଇଲ୍ୟାଣ୍ଡରେ ରହିଥାନ୍ତି ଯାହାଙ୍କର କି ଆଧୁନିକ ସମାଜ ସହ କୌଣସି ସମ୍ପର୍କ ନାହିଁ। ଏହି ମଣିଷ ଜାତି ଅଟେ ଭୟଙ୍କର ଓ ଆକ୍ରାମକ କି ଏମାନେ କାହାକୁ ବି ନିଜ ଆଖପାଖରେ ରହିବା ପାଇଁ ଦେଇନଥାନ୍ତି। ଏଥିପାଇଁ ସରକାର ସେଠାକୁ ଲୋକଙ୍କ ଯିବା ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି।

Google

ସରକାରଙ୍କ ଛଡା ଆଉ କିଛି ଲୋକ ମଧ୍ୟ ସେମାନଙ୍କ ପାଖକୁ ଯିବାକୁ ବହୁତ ଚେଷ୍ଟା କରିଛନ୍ତି। ସେମାନେ ଏହି ଭୟଙ୍କର ଆଇଲ୍ୟାଣ୍ଡ ଯିବା ପରେ ଆଉ ଫେରିଲେନି। କୁହାଯାଇଛି କି ଜେଲରୁ ଜଣେ କଏଦି ଫେରାର ହେବା ପରେ ଏହି ଆଇଲ୍ୟାଣ୍ଡକୁ ପଳାଇଥିଲା ସେମାନେ ତାକୁ ମଧ୍ୟ ମାରିଦେଲେ। ୨୦୦୬ରେ ଦୁଇଟି ମାଛଧରାଳି ସେଠାକୁ ଯାଇଥିଲେ ସେମାନଙ୍କୁ ବି ସେହି ଲୋକମାନେ ମାରିଦେଲେ।ସନ ୧୯୮୧ରେ ଏକ ଡଙ୍ଗା ରାସ୍ତା ନପାଇ ସେହି ଆଇଲ୍ୟାଣ୍ଡ ପାଖରେ ପହଁଚିଥିଲା ଯାହାକୁ କି ହେଲିକ୍ୟାପ୍ଟର ପଠାଯାଇ ବଞ୍ଚାଯାଇଥିଲା। ସେଠାରୁ ବଂଚିଥିବା ଲୋକ କହିଛନ୍ତି ସେଠାର ସମୁଦ୍ର ତଟରେ କିଛି ଲୋକ ଧନୁସର, ଭାଲା ଆଦି ଧରି ଠିଆ ହୋଇଥିଲେ ଆମ ଭାଗ୍ୟଭଲ ଆମେ ସେଠାରୁ ପଳେଇଆସିବାରେ ସଫଳ ହେଲୁ।

ତୋଫାନରୁ ମଧ୍ୟ ନିଜକୁ ଜୀବିତ ରଖିଛନ୍ତି:

ସରକାର ଅନେକ ଥର ସେହି ଆଇଲ୍ୟାଣ୍ଡ ଲୋକଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଇଥିଲେ କିନ୍ତୁ ପ୍ରତିଥର ନିରାଶ ହେବାକୁ ପଡିଲା। ସନ ୨୦୦୪ରେ ସେଠାରେ ସୁନାମି ଆସିଥିଲା ଏହା ପରେ ସରକାର ସେଠାକର ଲୋକଙ୍କ ଅବସ୍ଥା ଜାଣିବା ପାଇଁ ସେନାର ଏକ ହେଲିକ୍ୟାପ୍ଟର ପଠାଇଥିଲେ କିନ୍ତୁ ସେହି ଲୋକମାନେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଦେଲେ। ଉପରୁ ଉଠାଯାଇଥିବା ଫଟୋରୁ ଏହା ଜଣାପଡୁଛି ଏହି ଜନ ଜାତି ଚାଷ କରିନଥାନ୍ତି କାରଣ ଏଠାରେ କେବଳ ଜଙ୍ଗଲ ରହିଛି। ଏଠାରୁ ଏହା ଜଣାପଡୁଛି ଏମାନେ କେବଳ ଶିକାର ଉପରେ ନିର୍ଭର କରନ୍ତି କିନ୍ତୁ ଲୋକ କହିଥାନ୍ତି କି ସେମାନଙ୍କ ସହିତ ସମ୍ପର୍କ ରଖିବା ଉଚିତ ତ ଆଉକିଛି କହିଥାନ୍ତିକି ସେମାନଙ୍କୁ ନିଜ ଅବସ୍ଥାରେ ଛାଡ଼ିଦେବା ଉଚିତ।

Google
ଏହି ଆଇଲ୍ୟାଣ୍ଡରେ ରହୁଛନ୍ତି ୬୦ ହଜାର ବର୍ଷରୁ:

୨୩ କିଲୋମିଟରରେ ବ୍ୟାପିଥିବା ଏହି ଆଇଲ୍ୟାଣ୍ଡରେ ଏହି ଜନଜାତି ୬୦ ହଜାର ବର୍ଷରୁ ରହୁଛନ୍ତି। ଏପରି ମାନାଯାଉଛିକି ସେମାନଙ୍କ ସଂଖ୍ୟା ୧୦୦ର ଆଖପାଖ ଅଟେ। ଏହି ଲୋକଙ୍କୁ Lost Tribe ମଧ୍ୟ କୁହାଯାଇଥାଏ।କିଛି ରିପୋର୍ଟରେ ଏହାକୁ ଦୁନିଆର ଅଲଗା ରହୁଥିବା କୁହାଯାଇଅଛି। ଏହି ଆଇଲ୍ୟାଣ୍ଡ ବଙ୍ଗଳାର ଖାଡୀର ପୋର୍ଟ ବ୍ଲେୟର ରୁ ୫୦ କିମି ଦୂରରେ ଅବସ୍ଥିତ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *